ଶିଶୁ ସମାଚାର ତରଫରୁ ଗଛ ପାଇଁ ମୁଁ ବଞ୍ଚିଛି କାର୍ଯ୍ୟକ୍ରମ..
*ଏ ବର୍ଷ ସାରସ୍ଵତ ଶିଶୁ ସମାଚାର ସାରସ୍ଵତ ସାଧନା ପୁରସ୍କାର ପାଇବେ ମାନସ ରଂଜନ ସାମଲ*
ପୁରୀ,(୪/୮/୨୪)ଓଡ଼ିଶାର ପ୍ରଥମ ଶିଶୁ ସମ୍ବାଦ ପତ୍ର ଶିଶୁ ସମାଚାର ତାର ସପ୍ତଦଶ ସ୍ଵନକ୍ଷତ୍ର ଉତ୍ସବ ପାଳନ କରିବାକୁ ଯାଉଛି।ଏହି ସ୍ୱ ନକ୍ଷତ୍ର ଉତ୍ସବକୁ ସ୍ମରଣୀୟ କରିବା ପାଇଁ ଅନୁଷ୍ଠାନ ତରଫରୁ ନୂଆପାଟଣା ,ଗୋରୁଆଳ ଠାରେ ଥିବା ଓଡ଼ିଶା ଚାରୁ ଓ କାରୁ କଳା ମହାବିଦ୍ୟାଳୟ ପରିସରରେ ବୃକ୍ଷ ରୋପୋଣ କାର୍ଯ୍ୟକ୍ରମ ‘ଗଛ ପାଇଁ ମୁଁ ବଞ୍ଚିଛି ‘ ଆୟୋଜିତ ହୋଇଯାଛି।ଅନୁଷ୍ଠାନର ୧୭ ବର୍ଷ ପୂର୍ତ୍ତି ଅବସରରେ ଏହାକୁ ସ୍ମରଣୀୟ କରିବା ପାଇଁ ମହାବିଦ୍ୟାଳୟ ପରିସରରେ ୧୭ ଟି ଫୁଲ ଗଛ ଚାରା ରୋପଣ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ଉତ୍ସବ କମିଟି କର୍ମକର୍ତ୍ତା, ମହାବିଦ୍ୟାଳୟ ଛାତ୍ର ଛାତ୍ରୀ ତଥା ମାନ୍ୟଗଣ୍ୟା ବ୍ୟକ୍ତି ମାନେ ଉପସ୍ଥିତି ଥିଲେ। ଏହି ଅବସରରେ ଅଗଷ୍ଟ ଦଶ ତାରିଖ ଦିନ ପୌର ସଦନ ଠାରେ ଆୟୋଜିତ ହେବାକୁ ଥିବା ରାଜ୍ୟ ସ୍ତରୀୟ ଶିଶୁ ମହୋତ୍ସବ ରେ ବିଶିଷ୍ଟ ଶିଶୁ ସାହିତ୍ୟିକ ଶ୍ରୀଯୁକ୍ତ ମାନସ ରଂଜନ ସାମଲଙ୍କୁ ଶିଶୁ ସମାଚାର ସାରସ୍ଵତ ସାଧକ ସମାନ ଓ ବେଦାଂଶି ପରିଡାଙ୍କୁ ଶିଶୁ ସମାଚାର ଶିଶୁ ପ୍ରତିଭା ସମ୍ମାନ , ଡାକ୍ତର ହରିବଲଭ ମହାପାତ୍ରଙ୍କୁ ଶିଶୁ ସମାଚାର ସେବା ସମ୍ମାନ ପ୍ରଦାନ କରାଯିବ ବୋଲି ଉତ୍ସବ କମିଟି ଅଧ୍ୟକ୍ଷ ଶ୍ରୀ ସିଦ୍ଧାର୍ଥ ରାୟ ଘୋଷଣା କରିଥିଲେ ।ଏହି ଉତ୍ସବରେ ରାଜ୍ୟର ବିଭିନ୍ନ ଅଂଚଳରୁ ପାଞ୍ଚଶହରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀ ଯୋଗ ଦେଇ ସେମାନଙ୍କ ମଧ୍ୟରେ ଥିବା ବିବିଧ ପ୍ରତିଭାର ପ୍ରଦର୍ଶନ କରିବେ।ଏଥି ସହିତ ନୃତ୍ୟ,ସଙ୍ଗୀତ ବାଦ୍ୟ ଯନ୍ତ୍ର ପ୍ରତିଯୋଗିତା ମଧ୍ୟ ଆୟୋଜିତ ହେବ ଏବଂ ଶିଶୁ ମାନଙ୍କୁ ପରିବେଶ ପ୍ରତି ସଚେତନ କରିବା ପାଇଁ ଏ ବର୍ଷ ଉତ୍ସବର ଥିମ୍ ଗଛ ପାଇଁ ମୁଁ ବଞ୍ଚିଛି ରଖା ଯାଇଛି ବୋଲି ଶିଶୁ ସମାଚାର ସମ୍ପାଦକ ସୁକାନ୍ତ ପଣ୍ଡା ସୂଚନା ଦେଇଛନ୍ତି।
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ