November 15, 2024

ଉମରକୋଟ ବ୍ଲକ ବେହେଡା ଲକ୍ଷ୍ମୀ ବସ ଷ୍ଟପ ୨୦ ଦିନ ହେବ ଏକ ଅଜଣା ମହିଳା ଅସହାୟ ଅବସ୍ଥାରେ ……..

Share

ଉମରକୋଟ (ଏମ.ଦୀନା°ଶୁ ଆଚାରୀ) ଆଜି କୁ ଦୀର୍ଘ ୨୦ ଦିନ ହେଲା ଉମରକୋଟ ବ୍ଲକ ଅନ୍ତର୍ଗତ ବେହେଡା ଠାରେ ଥିବା ଲକ୍ଷ୍ମୀ ବସ ଷ୍ଟପ ରେ ଜଣେ ଅଜଣା ମହିଳା ଉଲଗ୍ନ ଅବସ୍ଥାରେ ପଡ଼ିରହିଛି। ବୟସ ପାଖାପାଖି ୪୦ ବର୍ଷ ହେବ ବୋଲି ଅନୁମାନ କରାଯାଉଛି।

ତେବେ ସେ ମାନସିକ ବିକୃତ ଥିବା ପରି ଅନୁମାନ କରାଯାଉଛି। ମହିଳା ଜଣଙ୍କ କେଉଁ ପରିସ୍ଥିତି ରେ ଏଠାକୁ ଆସିଲେ ଜଣାପଡୁନଥିଲେ ହେଁ ହିନ୍ଦୀ ରେ କଥା ବାର୍ତ୍ତା କମରେ କରୁଛନ୍ତି। ଘର ଭିଳାଇ ବୋଲି ମହିଳା ଜଣଙ୍କ କହୁଛନ୍ତି। ମହିଳା ଜଣଙ୍କ ସେଠାରେ ଝାଡ଼ା ଓ ପରିସ୍ରା କରି ଦେଉଛନ୍ତି। ଏହି ଖବର ପ୍ରଚାର ହେବା ପରେ ପ୍ରଶାସନ ପକ୍ଷରୁ ଦୁଇ ଓଳି ଖାଇବା ପାଇଁ ବ୍ୟବସ୍ଥା କରାଯାଇଥିବା

ଜଣାପଡ଼ିଛି ଓ ଗ୍ରାମବାସୀଙ୍କ ପକ୍ଷରୁ ରୁଟି ଓ ଚା’ପ୍ରଦାନ କରାଯାଇଥିବା ଜଣାପଡ଼ିଛି। ଗତ କାଲି ୧୦୮ ଆମ୍ବୁଲାନ୍ସ ଆସିଥିଲା କିନ୍ତୁ ବୃଦ୍ଧା ର କେହି ସମ୍ପର୍କୀୟ ନ ଥିବାରୁ ନ ନେଇ ଫେରି ଯାଇଛି। ଆଜି ଅପରାହ୍ନରେ ମୋବାଇଲ ସ୍ୱାସ୍ଥ୍ୟ ଗାଡ଼ି ପହଞ୍ଚିଥିଲା ଓ ରକ୍ତ ପରୀକ୍ଷା କରିଥିଲା।

ଜଣାପଡିଲା ହେମ ଗ୍ଲୋବିନ କମି ଯାଇଛି। ତୁରନ୍ତ ରକ୍ତ ପ୍ରଦାନ ପାଇଁ କହିଛନ୍ତି ଚିକିତ୍ସା କରିଥିବା ଦଳ। ତେବେ ପ୍ରଶ୍ନ ଉଠୁଛି ଯେଉଁ ପରି ଭାବେ ବର୍ଷ। ହେଉଛି ଓ ଥଣ୍ଡା ପଡୁଛି ଯଦି ଏହି ମହିଳା ଙ୍କ ର ମୃତ୍ୟୁ ହୋଇ ଯାଏ ଏଥି ପାଇଁ କିଏ ଦାୟୀ ହେବ? ଉମରକୋଟ ରୁ ରାୟପୁର ଏହି ରାସ୍ତା ଦେଇ ସହ ସହ ଟ୍ରକ ଯାତାୟାତ କରୁଛି ଯଦି ଏହି ମହିଳାଙ୍କ ପ୍ରତି କିଛି ଅଘଟଣ ଘଟେ ଏଥି ପାଇଁ ପ୍ରଶାସନ ଦାୟୀ ହେବ ତ? ବ୍ଲକ ପ୍ରଶାସନ ଖାଲି ଖାଇବାବୁ ଦେଇ ନିଜ ଦାୟିତ୍ୱ ତୁଲାଇ ଦେଲେ ହୋଇ ଯିବ କି ବୋଲି ପ୍ରଶ୍ନ ଉଠୁଛି।ଉମରକୋଟ ବ୍ଲକ ପ୍ରଶାସନ ଏପରି ମାନବିକ ଘଟଣା ରେ କେବେ ଆଉ

ସମ୍ବେଦନଶିଳ ହେବ? ଘଟଣା ସମ୍ପର୍କ ରେ ଉମରକୋଟ ବିଡ଼ିଓ ପ୍ରୀତି ରଞ୍ଜନ ରଥ ଙ୍କ ପ୍ରତିକ୍ରିୟା ନେବା ପାଇଁ ମୋବାଇଲ କୁ ଯୋଗାଯୋଗ କରାଯାଇଥିଲା କିନ୍ତୁ ସେ ମୋବାଇଲ ଉଠାଇଲେ ନାହିଁ। ତୁରନ୍ତ ନବରଙ୍ଗପୁର ଜିଲାପାଳ ଘଟଣା ରେ ହସ୍ତକ୍ଷେପ କରିବା ସହ ସେହି ମହିଳା ଙ୍କ ର ଉପଯୁକ୍ତ ଚିକିତ୍ସା ର ବ୍ୟବସ୍ଥା ପାଈଁ ବେହେଡ଼ା ଗ୍ରାମବାସୀ ଦାବି କରିଛନ୍ତି।