ନାମ ଫଳକ ରାତାରାତି କାନ୍ଥରୁ ଉପାଡି ଗାୟବ
କାଶୀନଗର ବ୍ଲକ ଅନ୍ତର୍ଗତ ଗୋରିବନ୍ଧା ପଞ୍ଚାୟତ ଅଧୀନରେ ଥିବା ରାଜପୁର ଗ୍ରାମକୁ ଯିବା ମୁଖ୍ୟ ରାଜପଥ ପାର୍ଶ୍ଵରେ 2023-24 ମସିହା ଆର୍ଥିକ ବର୍ଷରେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ମାଧ୍ୟମରେ ପାଞ୍ଚ ଲକ୍ଷ ବ୍ୟୟ କରି ପଞ୍ଚାୟତ ସମିତି, କାଶୀନଗର ତରଫରୁ ଏକ ଯାତ୍ରୀ ବିଶ୍ରାମଗାର ନିର୍ମାଣ ହୋଇଥିଲା. ଆଜି ସେହି ବିଶ୍ରାମ ଗାର କୁ ଆଜି ସ୍ଥାନୀୟ ବିଧାୟକ ଇଂ ରୁପେଶ ପାଣିଗ୍ରାହୀ ଉଦ୍ଘାଟନ କରିବା କାର୍ଯ୍ୟକ୍ରମ ରହିଥିଲା କିନ୍ତୁ ଗତ କାଲି ରାତିରେ କେହି ଜଣେ ଦୁର୍ବୃତ୍ତ ବିଶ୍ରାମ ଗାର କାନ୍ଥ ରେ ଲଗାଯାଇଥିବା ନାମ ଫଳକ ଉପାଡି କଡ଼ି ସେଠାରୁ ନାମଫଳକ କୁ ଧରି ଚାଲିଯାଇଛି. ଏହିପରି ଘଟଣା କାଶୀନଗର ଅଞ୍ଚଳରେ ପ୍ରଥମ ଥର ହୋଇଥିବାରୁ ଏହି ଘଟଣା ପଛରେ ଦଳ ଦଳ ମଧ୍ୟରେ ଥିବା ରାଜନୈତିକ ଶତ୍ରୁତା ହେତୁ ଏହିପରି ଆଚରଣ ହୋଇ ଥାଇ ପାରେ ବୋଲି ସାଧାରଣରେ ଆଲୋଚନା ହେଉଛି.
ଗଜପତି ଜିଲ୍ଲା କାଶୀନଗରରୁ ଆନନ୍ଦ ପାତ୍ର ରିପୋର୍ଟର