October 5, 2024
Share


ପ୍ରତିବର୍ଷ ଜୁଲାଇ ମାସ ପ୍ରଥମ ସପ୍ତାହ ରେ ବନ ମହୋତ୍ସବ ପାଳନ କରାଯାଏ। ଏହି ସମୟରେ ଜଙ୍ଗଲ ବିଭାଗ ପକ୍ଷରୁ ସ୍କୁଲ, ବିଭିନ୍ନ ଅନୁଷ୍ଠାନ ପରିସର ରେ ଲଗାଯାଏ। ସେହି ପରୀ ଆଜି ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବନ ବିଭାଗ ଓ ବିଜୟ ଚାନ୍ଦ ସଂସ୍କୃତ ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା ମିଳିତ ସହଯୋଗରେ ଜାତୀୟ ସେବା ଯୋଜନାର ସ୍ଵେଚ୍ଛାସେବୀ ଙ୍କୁ ନେଇ ସରକାରୀ ପ୍ରାଥମିକ ବିଦ୍ୟାଳୟ , କାଳିଆପାଟ ଠାରେ ବନ ମହୋତ୍ସବ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ କୁଜଙ୍ଗ ଭାରାପ୍ରାପ୍ତ ବନାଞ୍ଚଳ ଅଧିକାରୀ କାର୍ତ୍ତିକେଶ୍ଵର ଖଣ୍ଡେଇ , ବନପାଳ ଲକ୍ଷ୍ମୀପ୍ରିୟା ସାହୁ, ଚିନ୍ମୟୀ ସାହୁ, ବନରଖି ନିରଞ୍ଜନ ମଣ୍ଡଳ ଓ ବନ କର୍ମଚାରି ଗୋପିଆକୁଦ ସରପଂଚ ଶ୍ରୀନିବାସ ସ୍ୱାଇଁ , ସମାଜ ସେବୀ ଭରତ ଚନ୍ଦ୍ର ପରିଡା,ପ୍ରଧାନ ଶିକ୍ଷକ ରଞ୍ଜନ ମହାପାତ୍ର, ଶିକ୍ଷକ ସୁନିଲ ପରିଡ଼ା, ଶିକ୍ଷୟତ୍ରୀ ରାନୁବାଳା ବେହେରା, ପ୍ରଭାତୀ ମାଝୀ, ସୁଜାତା ସ୍ଵାଇଁ, ରତ୍ନମଞ୍ଜରୀ ବେହେରା, ଭାରତୀୟ ତୈଳ ବିଶୋଧାନଗାର ର ଏଚ୍.ଆର ମୁଖ୍ୟ ବିଦ୍ୟୁତ୍ପ୍ରଭା ସୁବୁଦ୍ଧି ,ସେବା ଯୋଜନାର ତତ୍ତ୍ଵାଧିକାରୀ ଡ଼ ହେମନ୍ତ କୁମାର ମୁଦୁଲି ପ୍ରମୁଖ ସ୍କୁଲ ପରିସରରେ ବିଭିନ୍ନ ପ୍ରକାରର ବୃକ୍ଷ ରୋପଣ କରିଥିଲେ । ବୃକ୍ଷ ବଞ୍ଚି ରହିଲେ ବିଶ୍ବି ତିଷ୍ଠି ରହିବ, ବୃକ୍ଷ ହିଁ ଜିବନ ,ଆଗାମୀ ଦିନ ରେ ବିଭିନ୍ନ ବିଦ୍ୟାଳୟରେ ବୃକ୍ଷ ଲଗାଇଯିବ ବୋଲି ପ୍ରକାଶ କରିଥିଲେ ଡ଼ ହେମନ୍ତ କୁମାର ମୁଦୁଲି। ବିଜୟଚାନ୍ଦ ସଂସ୍କୃତ ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ ତଥା ସ୍ଵେଚ୍ଛାସେବୀ ତୁଳସୀ ଦଳାଇ, ଅଙ୍କିତା ଜେନା , ଆଦ୍ୟାଶା ସାହୁ , ଅନିଲ ମହାନ୍ତି ପ୍ରମୁଖ ନେତୃତ୍ୱ ନେଇଥିଲେ। (ପାରାଦୀପ ରୁ ଦେବାଶିଷ ପାଣିଙ୍କ ରିପୋର୍ଟ ଉପାନ୍ତ ଖବର )