September 21, 2024

ଆବାସ ଯୋଜନାର 1652 ହିତାଧିକାରୀ ସାମିଲ

Share

ଆବାସ ଯୋଜନାର 1652 ହିତାଧିକାରୀ ସାମିଲ
…….
ଧରାକୋଟ,4/7/23
ଧରାକୋଟ ବ୍ଲକ ର 18 ଗୋଟି ପଞ୍ଚାୟତ ର 1652 ଜଣ ହିତାଧିକାରୀ ସଂପ୍ରତି ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ସାମିଲ ହୋଇଛନ୍ତି। ସମସ୍ତ ହିତାଧିକାରୀ ମାନଙ୍କୁ ଅନ ଲାଇନ ଦ୍ଵାରା କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିବା ବି ଡି ଓ ଡେନିସ ବେହେରା ପ୍ରକାଶ କରିଛନ୍ତି। ଅନ୍ୟ ପକ୍ଷରେ ପ୍ରଥମ ପର୍ଯ୍ୟାୟରେ ସମସ୍ତ ହିତାଧିକାରୀଙ୍କ ବ୍ୟାଙ୍କ ଖାତାରେ ପ୍ରଥମ ପର୍ଯ୍ୟାୟରେ 40,000/ ଚଳସୀ ହଜାର ଟଙ୍କା ଜମା କରଯାଇଛି। ଏହି ଟଙ୍କା ବ୍ୟୟରେ ସେମାନେ ଗୃହ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ପରେ ଦ୍ଵିତୀୟ ପର୍ଯ୍ୟାୟର 65000 / ପଞ୍ଚଷଠି ହଜାର ଟଙ୍କା ଏବଂ ତୃତୀୟ ପର୍ଯ୍ୟରେ ନିର୍ମାଣ କାର୍ଯ୍ୟ ଶେଷ ହେବା ପରେ 25000/ ପଚିଶୀ ହଜାର ଟଙ୍କା ଖାତାରେ ଜମା କରାଯିବ । ହିତାଧିକାରୀ 120 ଦିନ ଅର୍ଥାତ ଚାରି ମାସ ମଧ୍ୟରେ ଗୃହ ନିର୍ମାଣ କାର୍ଯ୍ୟ ଶେଷ କଲେ ସରକାରଙ୍କ ତରଫରୁ ପୁରସ୍କାର ଆକାରରେ ଅତିରିକ୍ତ 20000/କୋଡିଏ ହଜାର ଟଙ୍କା ମିଳିବ । ଅନ୍ୟ ପକ୍ଷରେ ନିର୍ଦ୍ଧାରିତ ସମୟ ସୁଦ୍ଧା ନିର୍ମାଣ କାର୍ଯ୍ୟ ଶେଷ ନ କଲେ ସରକାରଙ୍କ ପକ୍ଷରୁ ଫାଇନ ଆକାରରେ ଟଙ୍କା ଆଦାୟ କରାଯିବ । ସମ୍ପ୍ରତି ବ୍ଲକ ପ୍ରଶାସନ ତରଫରୁ ବି ଡି ଓ ଡେ ନିସ ବେହେରା , ଏ ବି ଡି ଓ ସୁଶିଲ ପଟନାୟକ ବ୍ଲକ ପ୍ରକଳ୍ପ ସଂଯୋଜକ କୃଷ୍ଣ କାନ୍ତ ପଣ୍ଡା ମିଳିତ ଭାବରେ ଆବାସ ଯୋଜନା ର ସଫଳ କାର୍ଯ୍ୟକାରିତା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି । ଡାକିବଜା ଗ୍ରାମର ହିତାଧିକାରୀ ସୁରେଇ ସାହୁ ଙ୍କ ନିର୍ମାଣ କାର୍ଯ୍ୟ ଆରମ୍ଭ ସମୟରେ ଅଧିକାରୀ ମାନେ ଭୂମି ପୂଜନ କାର୍ଯ୍ୟକ୍ରମ ରେ ଉପସ୍ଥିତ ରହି ସମସ୍ତଙ୍କୁ ଉଛାହିତ କରିଛନ୍ତି । ଡାକିବଜା ଗ୍ରାମର ଅସହାୟ ବୃଦ୍ଧା କମଳା ଦାସ ର ଲଗାଣ ବର୍ଷାରେ ଘର ଭାଙ୍ଗିଯିବା ଯୋଗୁଁ ପ୍ରଶାସନ ତରଫରୁ ତାଙ୍କୁ ନିକଟସ୍ଥ ଅଙ୍ଗନୱାଡ଼ି କେନ୍ଦ୍ର ରେ ଥଇଥାନ କରାଯାଇଥିଲା । ସମ୍ପ୍ରତି ଆବାସ ଯୋଜନାରେ କମଳା ଦାସ ଙ୍କ ପାଇଁ ଘର ମଞ୍ଜୁର ହେଇଥିବା ଯୋଗୁଁ ଆଶ୍ୱସ୍ତିକର ପରିବେଶ ସୃଷ୍ଟି ହେବା ସହ କମଳାଙ୍କ ପାଇଁ ଆବାସ ଗୃହ ସାହାରା ପଲଟିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।