November 21, 2024

ବାଲିସାହି ପୋଖରୀ ପୁନଉଦ୍ଧାର

Share

ବାଲିସାହି ପୋଖରୀ ପୁନଉଦ୍ଧାର
=====================
ଗଞ୍ଜାମ -ପ୍ରଦୀପ କୁମାର ପଣ୍ଡା
କଥା ଦେଇ କଥା ରଖିଲେ ପ୍ରଶାସନିକ ଅଧିକାରୀ
ଗଞ୍ଜାମ ଏନଏସି ଅନ୍ତର୍ଗତ ୱାର୍ଡ ନ 7 ବାଲିସାହିରେ ଥିବା ପୋଖରୀ ଦୀର୍ଘ ବର୍ଷ ହେବ ପଙ୍କ ଉଦ୍ଧାର ହେଇନଥିବାରୁ ଖରାଦିନେ ପାଣି ସୁଖୀ ନାହିଁ ନଥିବା ଅସୁବିଧା ର ସମ୍ମୁଖୀନ ହେଉଥଲେ ଉକ୍ତ ପୋଖରୀର ପୁନଃ ଉଦ୍ଧାର ପାଇଁ ସାହି ବାସିନ୍ଦା ପ୍ରଶାସନକୁ ଅବଗତ କରିଲେ ସୁଦ୍ଧା କୌଣସି ସୁଫଳ ମିଳୁନଥିଲା l ଏନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ପ୍ରଶାସନର ଚେଇ ଉଠିବା ଜଣା ପଡିଛି l ଫଳ ସ୍ୱରୂପ ଯୁଦ୍ଧ କାଳୀନ ଭିତ୍ତିରେ ଉକ୍ତ ପୋଖରୀର ପୁନଃ ଉଦ୍ଧାର କାର୍ଯ୍ୟ ଚାଲିଥିବା ଦେଖିବାକୁ ମିଳିଛି l ତହସିଲଦାର ଅରୁଣ କୁମାର ନାୟକ ଓ ଏନଏସି ଇଓ ଅବିନାଶ ମିଶ୍ର ବାଲିସାହି ଯାଇ ଶୁଖି ଫାଟି ପଡ଼ିଥିବା ପୋଖରୀ ବୁଲି ଦେଖିବା ସହ ସାହି ଲୋକଙ୍କ ସହ ଆଲୋଚନା କରି ବର୍ଷା ଦିନପୂର୍ବରୁ ପୋଖରୀ ଖାନନ ପାଇଁ କଥା ଦେଇଥିଲେ l ସେଠାରେ ଶିଶୁ ଉଦ୍ୟାନ ସହ ଓପେନ ଜିମ ନିର୍ମାଣ ପାଇଁ ଏନଏସି ପ୍ରଶାସନ ଯୋଜନା ପ୍ରସ୍ତୁତ କରୁଛି ବୋଲି ଇଓ ମିଶ୍ର ସୂଚନା ଦେଇଛନ୍ତି l ବର୍ତମାନ ବର୍ଷା ଦିନ ପୂର୍ବରୁ ପୋଖରୀ ପୁନଃ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିବାରୁ ସାହି ଲୋକଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳି ଯାଇଛି l ସାହି ବାସିନ୍ଦା ତହସିଲଦାର ଅରୁଣ କୁମାର ନାୟକ ସାର ଓ ଇ.ଓ ଅବିନାଶ ମିଶ୍ର ସାରଙ୍କୁ ଧନ୍ୟବାଦ ଦେଇଛନ୍ତି

You may have missed