କେନ୍ଦୁଝର ରେ ପୃଥକ ପୃଥକ ଦୁର୍ଘଟଣା ଘଟିଛି  

Share

 

ସିମେଣ୍ଟ ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ : ଆମ୍ବ ବୋଝେଇ ପିକଅପ ଭ୍ୟାନ ରାସ୍ତା ଉପରେ ଓଲଟି ପଡିଲା

 

କେନ୍ଦୁଝର : (ରତି ରଞ୍ଜନ ମହାନ୍ତ )କେନ୍ଦୁଝର ଜିଲ୍ଲା ୨୨୦ ନମ୍ବର ଜାତୀୟ ରାଜପଥର ରାସ୍ତାର ପାଟଣା ଥାନା ଅଧିନସ୍ଥ କୁଆପଶି ନିକଟରେ ଏକ ସିମେଣ୍ଟ ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛି l ସେପଟେ ୪୯ ନମ୍ୱର ଜାତୀୟ ରାଜପଥର ଶୁଆକାଠି ନିକଟରେ ଏକ ଆମ୍ବ ବୋଝେଇ କରି ଆସୁଥିବା ସମୟରେ ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟି ପଡିଛି l

ସୂଚନା ଅନୁଯାଇ ଟ୍ରକ ଟି କଟକ ରୁ ସିମେଣ୍ଟ ବୋଝେଇ କରି ଆସୁଥିବା ବେଳେ ଗାଡି ଚାଳକ ର ଆଖି ଲାଗି ଯିବାରୁ କୁଆପଶି ଗ୍ରାମର ନିର୍ମଳ ମହାନ୍ତ ଙ୍କର ଘରର ପାଚେରୀ ରେ ଟ୍ରକ ଟି ଧକ୍କା ଦେଇଥିଲା l ଫଳରେ ଶ୍ରୀ ମହାନ୍ତ ଙ୍କର ପାଚେରୀ ଟି ଭାଙ୍ଗି ପଡ଼ିଥିବା ବେଳେ ଗାଡ଼ିର ସମ୍ମୁଖ ଭାଗ ଭାଙ୍ଗି ପଡିଛି l ପାଟଣା ପୁଲିସ ଖବର ପାଇ ଦୁର୍ଘଟଣା ସ୍ଥଳରେ ପହଞ୍ଚି ଥିବା ଯାହା ସୂଚନା ରହିଛି l ଅନ୍ୟ ଟି ଆମ୍ବ ବୋଝେଇ କରି କେନ୍ଦୁଝର ଅଭିମୁଖେ ଆସୁଥିବା ବେଳେ ରାସ୍ତା ଉପରେ ଭରସାମ୍ୟ ହରାଇ ଓଲଟି ପଡିବାରୁ ଗାଡ଼ିରେ ଥିବା ଆମ୍ବ ଗୁଡିକ ଖସି ପଡିଥିଲା l ଉଭୟ ଦୁର୍ଘଟଣାରେ ଚାଳକ ମାନେ ସୁରକ୍ଷିତ ଥିବା ଯାହା ସୂଚନା ମିଳିଛି l