March 10, 2026

ବିଦ୍ୟାଳୟ ପ୍ରଧାନ ଶିକ୍ଷକଙ୍କୁ ଅବସରକାଳିନ ସମ୍ବର୍ଦ୍ଧନା

IMG-20230504-WA0051
Share

 

 

ହାଟଡ଼ିହି,୦୪।୦୫

 

କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକ ସରଳେଶ୍ୱର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ଅଭୟ କୁମାର ଜେନା ଗତ ବୁଧବାର ଦିନ ସରକାରୀ ଚାକିରୀ ରୁ ଅବସର ଗ୍ରହଣ କରିଛନ୍ତି । ଏହି ଉପଲକ୍ଷେ ବିଦ୍ୟାଳୟର ର ସଭା କକ୍ଷରେ ଏକ ଅବସରକାଳିନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ଅନୁଷ୍ଠାନର ପରିଚାଳନା କମିଟି, ବର୍ତ୍ତମାନ ଓ ପୁରାତନ ଛାତ୍ରଛାତ୍ରୀ, ଅଭିଭାବକ ତଥା ଶିକ୍ଷକ ଶିକ୍ଷୟତ୍ରୀ ଓ ଗ୍ରାମବାସୀଙ୍କ ତରଫରୁ ମହାସମାରୋହ ରେ ଶ୍ରୀ ଜେନାଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଆୟୋଜିତ ସମ୍ବର୍ଦ୍ଧନା ଉତ୍ସବରେ ଶ୍ରୀଯୁକ୍ତ ଶିଶିର କୁମାର ନାୟକ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ ଯୋଗ ଦେଇଥିଲେ । ସେହିପରି ମୁଖ୍ୟ ବକ୍ତା ଭାବେ ଓଲଷ୍ଟା, କଟକ ର ସମ୍ପଦକ ଶ୍ରୀଯୁକ୍ତ ସୁକାନ୍ତ କୁମାର ବେହେରା ଓ ବିଶେଷ ଅତିଥି ରୂପେ ଓଲଷ୍ଟା ର ସଭାପତି ବିକ୍ରମ କୁମାର ଦାସ୍ ଯୋଗ ଦେଇ ସେବା ନିବୃତ ପ୍ରଧାନ ଶିକ୍ଷକଙ୍କ ସୁଗୁଣାବଳୀ ବର୍ଣ୍ଣନା କରିବା ସହିତ ଅନୁଷ୍ଠନ ପ୍ରତି ଥିବା ସେମାନଙ୍କର ନିଷ୍ଠା ଓ ସେବା ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ବିଦାୟକାଳୀନ ଉତ୍ସବରେ ହାଟଡ଼ିହି ଗୋଷ୍ଠୀ ଶିକ୍ଷା ଅଧିକାରୀ ଧନେଶ୍ୱର ଖଣ୍ତାଇ, ୩୭ନଂ ଜିଲ୍ଲା ପରିଷଦ ସଦସ୍ୟ ବିମ୍ବାଦର ବିଶ୍ୱାଳ, ହାଟଡ଼ିହି ର ପୂର୍ବତନ ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ନୃସିଂହ ଚରଣ ସେନାପତି, ପ୍ରକ୍ତନ ପ୍ରଧାନ ଶିକ୍ଷକ ଯୁଧିଷ୍ଠିର ପାତ୍ର, ରାମଚନ୍ଦ୍ର ମହାନ୍ତି, ଜଜାତି କେଶରୀ ରାଉତ, ଗୋପାଳ ଚନ୍ଦ୍ର ବେହେରା ,ପ୍ରଧାନ ଶିକ୍ଷକ ପ୍ରଦୀପ ନାୟକ, ଅଜୟ କୁମାର ରାଉତ ପ୍ରମୁଖ ଯୋଗ ଦେଇଥିଲେ । ବିଶେଷକରି ଅତିଥିମାନେ ଶ୍ରୀଯୁକ୍ତ ଜେନାଙ୍କୁ ପୁଷ୍ପଗୁଚ୍ଛ ସହ ଉପଢୌକନ ଓ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ପରିଶେଷରେ ପରିଚାଳନା କମିଟିର ସଭାପତି ରଞ୍ଜନ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

କେନ୍ଦୁଝର ଜିଲ୍ଲା ରିପୋର୍ଟର ମନମୋହନ ନାୟକ।