ସିଲ ହେଲା ଗଣେଶ ମିଠା ଦୋକାନ ପ୍ରଶାସନ ପକ୍ଷରୁ 144 ଧାରା ଲାଗୁ
ଗଞ୍ଜାମ =ପ୍ରଦୀପ କୁମାର ପଣ୍ଡା
ଗଞ୍ଜାମ ବଡ ବଜାର ବିନୋଦ ପାଢ଼ୀ ଙ୍କ ମାର୍କେଟ କମ୍ପ୍ଲେକ୍ସ ଠାରେ ଥିବା ଗଣେଶ ପଟ୍ଟନାୟକ ମିଠା ଦୋକାନକୁ ବୁଧବାର ଜିଲ୍ଲା ପୋଲିସ ପ୍ରଶାସନ ସିଲ କରିଥିବା ଜଣା ପଡିଛି l ଦୀର୍ଘ ମାସ ହେବ ଦୋକାନ ମଲିକ ଓ ଘର ମଲିକଙ୍କ ମଧ୍ୟରେ ଦୋକାନ ଘରୁ ଉଠିବାକୁ ନେଇ ତିକ୍ତତା ଲାଗି ରହିଥିଲା l ଉକ୍ତ ମାମଲା କୋର୍ଟରେ ବିଚାରଧୀନ ଥିବା ବେଳେ ଘର ମଲିକଙ୍କ ଅଭିଯୋଗ କ୍ରମେ ପୋଲିସ 144 ଧାରା ଲାଗୁ କରିବା ସହ ଦୋକାନ ସିଲ କରିଥିବା ଦେଖିବାକୁ ମିଳିଛି l ଦୋକାନ ସିଲ ସମୟରେ ପୋଲିସ ଡ଼ାକବାଜି ଯନ୍ତ୍ର ସହାୟତାରେ ଦୋକାନ ମlଲିକଙ୍କୁ ଅଧଘଣ୍ଟା ମଧ୍ୟରେ ଦୋକାନ ଖାଲି କରିବାକୁ ଘୋଷଣା କରିଥିଲେ l ଏବଂ ଏକ ନୋଟିସ ଦୋକାନ ଉପରେ ପୋଲିସ ଲଗାଇ ଦେକାନ ବାହାରେ ଅପେକ୍ଷା କରିଥିଲେ କେହି ନ ଆସିବାରୁ ପୋଲିସ ବାଧ୍ୟ ହୋଇ ମାଜିଷ୍ଟ୍ରେଟ ତଥା ତହସିଲଦାର ଅରୁଣ କୁମାର ନାୟକ, ଛତ୍ରପୁର ଏସ୍ଡ଼ିପିଓ ଗୌତମ କିଷାନଙ୍କ ଉପସ୍ଥିତରେ ଗଞ୍ଜାମ ଥାନା ଆଇଆଇସି ସନ୍ତୋଷ କୁମାର ବେହେରା, ମହିଳା ଏସଆଇ ସୁପ୍ରଭା ସାହୁ ପ୍ରମୁଖ ଦୋକାନ ବନ୍ଦ ଥିବା ସଟର ବାହାର କରିଥିଲେ l ଦୋକାନ ମଲିକ ଗଣେଶଙ୍କ ବଡ ଭାଇ ଅନି ପଟ୍ଟନାୟକଙ୍କୁ ପୋଲିସ ଡ଼ାକି ଆଣି ତାଙ୍କ ଉପସ୍ଥିତରେ ସଟର ଖୋଲା ଯାଇଥିଲା l ପ୍ରକାଶ ଯୋଗ୍ୟ ଗତ କିଛି ଦିନ ତଳେ କିଛି ମହିଳା ଗଣେଶ ମିଠା ଦୋକାନରେ ପଶି ଗଣେଶ ନଥିବା ସମୟ ରେ ଦୋକାନ ସାମଗ୍ରୀ ସବୁ ଦେକାନରୁ ବାହାର କରି ଦେଇଥିବା ଗଞ୍ଜାମ ଥାନାରେ ଅଭିଯୋଗ ହୋଇଥିଲା l ଘର ମଲିକ ଉକ୍ତ ମହିଳାଙ୍କୁ 5 ଶହ ଟଙ୍କା ଦେଇ ଦୋକାନ ସାମଗ୍ରୀ ଫିଙ୍ଗାଫିଙ୍ଗି କରିବାକୁ ପ୍ରବତାଇ ଥିବା ସେତେବେଳେ ମିଠା ଦେକାନ ମାଲିକ ଗଣେଶ ପଟ୍ଟନାୟକ ଅଭିଯୋଗ କରିଥିଲେ l ଅନ୍ୟପଟେ ପୋଲିସ ଦୋକାନ ମାଲିକଙ୍କୁ 144 ଧାରା ଅନୁଯାଇ ଘର ମାଲିକ ଓ ଦୋକାନ ମାଲିକ ଙ୍କୁ ଜଣାଇ ଦିଆଯାଇଛ କୋଟ ନିଷ୍ପତି ନ ଦେଲା ପଯ୍ୟନ୍ତ ଅନ୍ନିଦ୍ଦିଷ୍ଟ ସମୟ ସେହି ଦେକାନ ପାଖକୁ କେହି ଯାଇପାରିବେ ନାହିଁ