ଶ୍ରୀକ୍ଷେତ୍ର କପ ବାଜିମାରିନେଲା କମାଣ୍ଡୋ ଭୁବନେଶ୍ୱର ..

ପୁରୀ ମର୍ନିଙ୍ଗ ୱାରିୟାର୍ସ କ୍ଳବ ପକ୍ଷରୁ ତୃତୀୟ ରାଜ୍ୟସ୍ତରୀୟ ଶ୍ରୀକ୍ଷେତ୍ର କପ ଟୁର୍ନାମେଣ୍ଟ ତାଳବଣିଆ ଠାରେ ଅନୁଷ୍ଠିତ ହୋଇଥିଲା l ଏହି ଟୁର୍ନାମେଣ୍ଟ ଫାଇନାଲ ମ୍ୟାଚରେ କମାଣ୍ଡୋ ଭୁବନେଶ୍ୱର ଓ ଇମେଜ ଭଦ୍ରକ ମଧ୍ୟରେ ଖେଳାଯାଇଥିଲା l ଫାଇନାଲ ମ୍ୟାଚ ରେ କମାଣ୍ଡୋ ଭୁବନେଶ୍ୱର ବିଜୟୀ ହୋଇ ଟ୍ରଫି ସହିତ 80888ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯିବା ସହିତ ରନର୍ସଅପ ଇମେଜ ଭଦ୍ରକ କୁ ଟ୍ରଫି ସହିତ 50555ଟଙ୍କା ପ୍ରଦାନ କରାଯାଇଥିଲା l ଏହି ଫାଇନାଲ ମ୍ୟାଚ ରେ ମୁଖ୍ୟ ଅତିଥିଭାବେ ପୂର୍ବତନ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ଯୋଗଦେଇ ଖେଳାଳି ମାନଙ୍କୁ ଟ୍ରଫି ପ୍ରଦାନ କରିବା ସହିତ ଉର୍ସାହିତ କରିଥିଲେ l ଏହି ଟୁର୍ନାମେଣ୍ଟ କୁ ଭାଗୁ ପ୍ରଧାନଙ୍କ ଅଧକ୍ଷତା ରେ ଦିପୁ, ସୁନୀଲ, ଜୟନ୍ତ, ପଦୁ ଓ ରାଜଙ୍କ ସହିତ କ୍ଳବ ର ସମସ୍ତ ସଦସ୍ୟ ପରିଚାଳନା କରିବାରେ ପୂର୍ଣ୍ଣ ସହଯୋଗ କରିଥିଲେ l
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ