ଆଜିର ଖବର ..

୧-ଆଇସିସି ଚାମ୍ପିୟନ୍ସ କ୍ରିକେଟ ଟ୍ରଫି –ଆଜି ପ୍ରଥମ ସେମିଫାଇନାଲରେ ଭାରତ ଓ ଅଷ୍ଟ୍ରେଲିଆ ଦୁବାଇରେ ହେବେ ମୁହାଁମୁହିଁ।
୨-ମାର୍ଚ୍ଚ ଆରମ୍ଭରୁ ମୁଣ୍ଡଫଟା ଖରା; ୩୭ ଡିଗ୍ରୀ ଡେଇଁଲା ୧୦ ସହରର ତାପମାତ୍ରା।୩୮.୨ ଡିଗ୍ରୀ ସହ ବୌଦ୍ଧ ସବୁଠାରୁ ଉତ୍ତପ୍ତ ସହର।
୩-ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଖୁବଶୀଘ୍ର ସ୍କୁଲ ଓ କଲେଜ ପାଇଁ ଆସିବ ନୂଆ ଗାଇଡ୍ଲାଇନ୍।
୪-ଏଣିକି ଏପ୍ରିଲ ୨୪ରେ ପଞ୍ଚାୟତିରାଜ ଓ ଲୋକସେବା ଦିବସ, ମାର୍ଚ୍ଚ ୫ ଛୁଟି ବାତିଲ।
୫-ମୁଖ୍ୟମନ୍ତ୍ରୀଙ୍କ ଓଏସଡି ହେଲେ କୌଶିକ ପଟ୍ଟନାୟକ, ୧୮ ଓଏଏସ ଅଧିକାରୀଙ୍କୁ ବଦଳି ସହିତ ନୁଆ ନିଯୁକ୍ତି।
୬-ବିଜେଇଏମ ସ୍କୁଲ କେଳେଙ୍କାରୀର ତଦନ୍ତ କରିବ ଉଚ୍ଚ କ୍ଷମତା ସମ୍ପନ୍ନ କମିଟି – ଅଭିଭାବକ ସଂଘ।
୭-କେନ୍ଦୁଝର:ମାଟ୍ରିକ ପରୀକ୍ଷାରେ କପି ଦେବାକୁ ନେଇ ଉତ୍ତେଜନା, ୨ ଗୋଷ୍ଠୀ ମୁହାଁମୁହିଁ,ଦେଓଗାଁ କୁଶଳେଶ୍ୱର ଉଚ୍ଚ ବିଦ୍ୟାଳୟରୁ ଆସିଛି ଅଭିଯୋଗ ।
୮-ସୀମାରେ ଅନୁପ୍ରବେଶ ନେଇ ପଶ୍ଚିମବଙ୍ଗ ସରକାରଙ୍କୁ କଡା ଚେତାବନୀ ଦେଲେ ରାଜସ୍ବ ମନ୍ତ୍ରୀ, ଆବଶ୍ୟକ ପଡିଲେ ପଶ୍ଚିମବଙ୍ଗକୁ ପାଠ ପଢାଇବ ଓଡ଼ିଶା।
୯-କିଟ୍ ଘଟଣାକୁ ନେଇ ନିର୍ଦ୍ଦିଷ୍ଟ ଗଣମାଧ୍ୟମରେ ଅପପ୍ରଚାର, କିସ୍ ଅଭିଭାବକ ସଂଘ ଓ ଓଡ଼ିଶା ଆଦିବାସୀ ମହାସଂଘର ୩୦ଟି ଜିଲ୍ଲାରେ ଆନ୍ଦୋଳନ ଧମକ।
୧୦-ଅନୋରା ଶ୍ରେଷ୍ଠ ଚଳଚିତ୍ର କୁ ଓସ୍କାର ପୁରସ୍କାର
୧୧-ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ ମୀରା ପରିଡ଼ା, ଗଣମାଧ୍ୟମ ଓ ସୋସିଆଲ ମିଡିଆ ବିରୋଧରେ କଲେ ମାମଲା।
୧୨-ନବମ ଜନଶୁଣାଣି କାର୍ଯ୍ୟକ୍ରମ:୮୪ ପ୍ରତିଶତ ଅଭିଯୋଗ ସମାଧାନ କରିବାରେ ସଫଳ ହୋଇଛନ୍ତି ସରକାର।
୧୩-ସହିଦନଗର:ବିଦେଶିନୀଙ୍କ ଜଙ୍ଘରେ ମହାପ୍ରଭୁଙ୍କ ଟାଟୁ ଆଙ୍କିବା ଘଟଣା, ରକି ଟାଟୁ ଦୋକାନୀ ଓ ଚିତ୍ରକର ଗିରଫ
୧୪-ଭୁବନେଶ୍ୱର:ରାଜ୍ୟରେ ଏପ୍ରିଲରୁ ଆରମ୍ଭ ହେବ ପାର୍ଟ ପ୍ଲଟ୍ ପଞ୍ଜୀକରଣ।
୧୫-ନୂଆପଡ଼ାରେ କଲରାପତରିଆ ବାଘ ଆତଙ୍କ, ଗୁହାଳରେ ପଶି ଗାଈକୁ ମାରି ଖାଇଲା ବାଘ, ସତର୍କ ରୁହନ୍ତୁ କହିଲା ବନ ବିଭାଗ।
୧୬-ନବରଙ୍ଗପୁର: ଅନ୍ଧବିଶ୍ୱାସରେ ଏକ ମାସର ଶିଶୁକୁ ୪୦ରୁ ଉର୍ଦ୍ଧ୍ୱ ଚେଙ୍କ, ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତି।
୧୭-ଡ଼ୁବୁରି: ପାରିବାରିକ ବିବାଦରୁ ସ୍ବାମୀଙ୍କୁ ହତ୍ୟା, ପତ୍ନୀ ସମେତ ୫ ଗିରଫ।
୧୮-ଓଡ଼ିଶା ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ, ୬ ମାସରେ ଗର୍ଭପାତ ସଂପର୍କିତ ଏସଓପି ପ୍ରସ୍ତୁତ କରିବାକୁ ସ୍ବାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ।
୧୯-ରାୟଗଡା : ମୁନିଗୁଡା ଉପକଣ୍ଠ ଇଣ୍ଡିଆନ ଗ୍ୟାସ ଗୋଦାମ ନିକଟରେ ଦୁଇ ବାଇକ ମୁହାଁ ମୁହିଁ ଧକ୍କା,୨ମୃତ ୩ ଗୁରୁତର।
୨୦-ଆଇଆରସିଟିସି ଓ ଆଇଆରଏଫସିକୁ ମିଳିଲା ନବରତ୍ନ ମାନ୍ୟତା।
୨୧-ନ୍ୟାୟିକ ସେବାରେ ନିଯୁକ୍ତି ପାଇବେ ଦୃଷ୍ଟିହୀନ – ସୁପ୍ରିମକୋର୍ଟ।
୨୨-ପ୍ରଥମ ଭାରତୀୟ ମହିଳା ଭାବେ ସଟ୍ ପୁଟରେ ରେକର୍ଡ କଲେ କ୍ରିଷ୍ଣା ଜୟଶଙ୍କର।
୨୩-Paytmକୁ ୬୧୧ କୋଟି ଟଙ୍କାର କାରଣ ଦର୍ଶାଅ ନୋଟିସ ଜାରି କଲା ଇଡି, FEMA ଉଲ୍ଲଂଘନ ସହ ଜଡ଼ିତ ମାମଲା।
୨୪-ବଜାରକୁ ଆସିପାରେJio Electric Cycle, ଅଳ୍ପ ପଇସାରେ ଚାଲିବ ଅଧିକ ବାଟ।
୨୫-ନୂଆ ଦିଲ୍ଲୀ:ରଣବୀର ଆହ୍ଲାବାଦିଆଙ୍କୁ ‘ସୁପ୍ରିମ’ ଆଶ୍ଵସ୍ତି, ଶୋ’ ପ୍ରସାରଣକୁ ମିଳିଲା ଅନୁମତି।
୨୬-‘ଛାବା’ର ବମ୍ପର କଲେକ୍ସନ:ଫିଲ୍ମର ମୋଟ୍ ଆୟ ୪୬୭.୨୫ କୋଟିରେ ପହଞ୍ଚି ସାରିଛି।
୨୭-ଋଷିଆ-ୟୁକ୍ରେନଙ୍କୁ ୧ ମାସର ଯୁଦ୍ଧ ବିରାମ ପ୍ରସ୍ତାବ ଦେଲେ ଫ୍ରାନ୍ସ ଓ ବ୍ରିଟେନ।