November 15, 2024

ଭାଜପା କର୍ମକର୍ତ୍ତାଙ୍କୁ ମାଡ ମାରିବା ଘଟଣା: ପଟ୍ଟାମୁଣ୍ଡାଇ ଭାରତୀୟ ଜନତା ପାର୍ଟି ପକ୍ଷରୁ ଥାନାରେ ଏତଲା ।।

Share

 

ପଟ୍ଟାମୁଣ୍ଡାଇ
ବିକ୍ଷୋଭ ବେଳେ ପୋଲିସ ଭାଜପା ଯୁବ ମୋର୍ଚ୍ଚା କର୍ମକର୍ତାଙ୍କୁ ମାଡ ମାରିବା ଘଟଣାରେ ଶୁକ୍ରବାର ପଟ୍ଟାମୁଣ୍ଡାଇ ଭାଜପା କର୍ମକର୍ତା ପକ୍ଷରୁ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନାରେ ଏତଲା ଦିଆଯାଇଛି । ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ , ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ନେଇ ଭୁବନେଶ୍ୱର ଲୋୟର ପିଏମଜି ଠାରେ ରାଜ୍ୟ ଭାଜପାଯୁବ ମୋର୍ଚ୍ଚା ଶାନ୍ତିପୂର୍ଣ୍ଣ ବିକ୍ଷୋଭ କରିଥିଲା । ଏହି ସମୟରେ ମାଷ୍ଟର କ୍ୟାଟିଂନ ଛକ ନିକଟରେ ସାଧା ପୋଷାକଧାରୀ ପୋଲିସ ଓ ଶାସକ ଦଳର ଗୁଣ୍ଡାମାନେ ମିଶି ଶତାଧିକ ଭାଜପା ଯୁବ ମୋର୍ଚ୍ଚାର କର୍ମକର୍ତାଙ୍କୁ ଆକ୍ରମଣ କରିଥିଲା । ଏହି ଘଟଣାରେ ନୀରପେକ୍ଷ ତଦନ୍ତ ନକରି ଭାଜପା କର୍ମକର୍ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିର୍ଦ୍ଦେଶ ଦେବା ଓ ଏହି ଘଟଣାରେ ପରୋକ୍ଷ / ପ୍ରତ୍ୟେକ୍ଷ ଭାବେ ପୋଲିସ ଡିଜି , ଭୂବନେଶ୍ୱର-କଟକ ପୋଲିସ କମିଶନର ଓ ଭୂବନେଶ୍ୱର ଡିସିପି ସଂପୃକ୍ତ ଥିବା ଅଭିଯୋଗ କରି ଶୁକ୍ରବାର ରାଜ୍ୟର ସମସ୍ତ ପୋଲିସ ଷ୍ଟେଶନରେ ଭାଜପା ଏତଲା ଦେଇଛି । ଏନେଇ ଆଜି ପଟ୍ଟାମୁଣ୍ଡାଇ ଭାଜପା ପକ୍ଷରୁ ରାଜନଗର ନିର୍ବାଚନମଣ୍ଡଳୀ ପ୍ରଭାରୀ ସୁନାକର ପ୍ରଧାନଙ୍କ ନେତୃତ୍ୱରେ ବରିଷ୍ଠ କର୍ମକର୍ତା ଆଡଭୋକେଟ ପ୍ରମୋଦ କୁମାର ସାହୁ, ବିଜୟ କୁମାର ରାଉତ, କାଉନସିଲର ବିଦ୍ୟାଧର ସେଠୀ, କାଉନସିଲର ପ୍ରତିନିଧି ଦୀପକ କୁମାର ମଲିକ, ପଟ୍ଟାମୁଣ୍ଡାଇ ନଗର ସଂପାଦକ ରବିନ୍ଦ୍ର ବିଶ୍ୱାଳ, ବରିଷ୍ଠ ଯୁବନେତା ଶଶୀକାନ୍ତ ସ୍ୱାଇଁ, ସମୀର ପାତ୍ର, ଉପେନ୍ଦ୍ର ନାୟକ, ଶୁଭ୍ରାଂଶୁ ଜେନା, ପିତାମ୍ବର କର ପ୍ରମୁଖ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅଧିକାରୀ ତପନ କୁମାର ରାଉତଙ୍କୁ ଲିଖିତ ଏତଲା ଦେଇଥିଲେ ।
ରିପୋର୍ଟ – ଗୋକୁଳ