February 23, 2025

କୋଟପାଡ଼ ମହାବିଦ୍ୟାଳୟ ରେ ବାର୍ଷିକ ଉତ୍ସବ, ଗଣମାଧ୍ୟମ ପ୍ରତିନିଧି ଅସନ୍ତୋଷ ..

Share

କୋରାପୁଟ ଜିଲ୍ଲା କୋଟପାଡ଼ ମହାବିଦ୍ୟାଳୟ ର ୪୫ ତମ ବାର୍ଷିକ ଉତ୍ସବ ସୋମବାର ବିଦ୍ୟାଳୟ ପରିସର ରେ ଅନୁଷ୍ଠିତ ହେଇଯାଇଛି।ଏଥିରେ ମୁଖ୍ୟ ଅତିଥି ରୂପେ ଗଣ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଯୋଗ ଦେଇଥିବା ବେଳେ ସମ୍ମାନୀୟ ଅତିଥି ରୂପେ ସ୍ଥାନୀୟ ବିଧାୟକ ରୂପୁ ଭୋତରା, ଜୟପୁର ଉପ ଜିଲ୍ଲାପାଳ ତଥା ମହାବିଦ୍ୟାଳୟ ର ଗଭର୍ଣ୍ଣିଙ୍ଗବଡ଼ି ଅଧକ୍ଷ ଏ.ସେସ୍ୟା,

ମୁଖ୍ୟବକ୍ତା ରୂପେ ମହାବିଦ୍ୟାଳୟ ର ପୂର୍ବତନ ଅଧ୍ୟକ୍ଷ ପ୍ରଦୀପ ଭୋଟ,

ସାଂସଦ ପ୍ରତିନିଧି ରାମେଶ୍ୱର ଜେନା ଯୋଗ ଦେଇଥିଲେ।ମହାବିଦ୍ୟାଳୟ ରେ ପୂର୍ବାହ୍ନ ୧୧.୩୦ ରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାର ଥିଲା କିନ୍ତୁ ମୁଖ୍ୟ ଅତିଥି ଅପରାହ୍ନ ୧.୩୦ ରେ କୋଟପାଡ଼ ପହଞ୍ଚି ବାରୁ ଅପରାହ୍ନ ୨ ଟା ରେ କାର୍ଯ୍ୟକ୍ରମ ଆରମ୍ଭ ହେଇଥିଲା l ଶ୍ରୀ ଗଣ୍ଡ କୋଟପାଡ଼ ପହଂଚିବା ପରେ କେନ୍ଦୁଗୁଡା ଛକ ନିକଟରେ ଦଳୀୟ କର୍ମୀ ସ୍ୱାଗତ ସମ୍ବର୍ଦ୍ଧନା କଲା ପରେ ତହସିଲ ପଡିଆ ନିକଟସ୍ତ ଦଳୀୟ କାର୍ଯ୍ୟଳୟ ରେ କର୍ମୀ ମାନଙ୍କ ସହ ଆଲୋଚନା କରିଥିଲେ ପରବର୍ତ୍ତୀ ସମୟରେ ମହାବିଦ୍ୟାଳୟ ପହଂଚି ବାର୍ଷିକ ଉତ୍ସବରେ ଯୋଗ ଦେଇ ଥିଲେ। ମହା ବିଦ୍ୟାଳୟର ଅଧକ୍ଷ ଶେସାନନ୍ଦ ମିଶ୍ର ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ମୁଖ୍ୟ ଅତିଥି ବର୍ତ୍ତମାନ ସମୟରେ ରାଜ୍ୟ ସରକାର ଶିକ୍ଷା ପ୍ରତି ବିଶେଷ ଗୁରୁତ୍ୱ ଦେଉଥିବା ବେଳେ କେନ୍ଦ୍ର ଶିକ୍ଷା ନୀତି ରାଜ୍ୟରେ ଲାଗୁହେବାକୁ ଯାଉଛି ବିଦ୍ୟାଳୟ ମାନଙ୍କରେ ଶିକ୍ଷା ସହ ଖେଳ କୁ ଗୁରୁତ୍ୱ ଦେବା ସହ ନୂତନ ବୈଶିକ ଶିକ୍ଷା ଉପରେ ଗୁରୁତ୍ୱ ଦିଆଯାଉଛି l ପ୍ରତ୍ୟକ ଛାତ୍ର ଛାତ୍ରୀ ଉଚ୍ଚ ଶିକ୍ଷା ଲାଭ କରିବା ପରେ ପରିବାର ବୋଝ ସହ ନିଜ ଦାୟିତ୍ୱ ତୁଲାଇବା ସକାଶେ ଚାକିରୀ ପାଇଁ ଲାଗିପଡ଼ନ୍ତି କିନ୍ତୁ ଚାକିରୀ ନମିଳେ ତେବେ ଶିକ୍ଷା ମାଧ୍ୟମରେ ଯେଉଁ ବୈଶିକ ଶିକ୍ଷା ଲାଭ କରିଥାନ୍ତି, ସେତେବେଳେ ତାଙ୍କ କାମରେ ଆସି ବେରୋଜଗାର ଭାବେ କିଛି କାମ କରିପାରିବେ l ତେଣୁ ରାଜ୍ୟ ସରକାର ଗ୍ରାମାଞ୍ଚଳ ଠାରୁ ସହରାଞ୍ଚଳ କିଭଳି ଉନ୍ନତ ଶିକ୍ଷା ମିଳିପାରିବ ତାହା ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି ବୋଲି କହିବା ସହ ଏହି ମହାବିଦ୍ୟାଳୟ ସକାଶେ ୧୦୦ ସିଟଡ଼ ହଷ୍ଟେଲ ନିର୍ମାଣ କରିବା ସହ ଉଚ୍ଚ ଓ ଉନ୍ନତ ମାନର ଶ୍ରେଣୀ ଗୃହ ଓ ଖେଳ ପଡିଆ ନିର୍ମାଣ ସକାଶେ ଏକ କୋଟି ଟଙ୍କା ମଞ୍ଜୁର କରିଥିବାର ଜଣାପଡ଼ିଛି। କିନ୍ତୁ ଦୀର୍ଘ ବର୍ଷ ଧରି ବହୁ ଅନିୟମିତତା ଭିତରେ ଛନ୍ଦି ହୋଇଥିବା ଏହି କଲେଜ କୁ ଏକ ଉଚ୍ଚ ସ୍ତରୀୟ ତଦନ୍ତ କରାଗଲେ ପ୍ରକୃତ ରହସ୍ୟ ଲୋକ ଲୋଚନ କୁ ଆସି ପାରନ୍ତା ବୋଲି ଅଭିଭାବକ ମହଲରେ ମତ ପ୍ରକାଶ ପାଇଥିବା ଜଣାଯାଇଛି। ଏଣୁ ମହାବିଦ୍ୟାଳୟ ର ଅନିୟମିତତା ପଦାରେ ପଡ଼ିବା ଭୟରେ ଗଣମାଧ୍ୟମ ପ୍ରତିନିଧି ଙ୍କୁ ଉତ୍ସବ କୁ ନେଇ କୌଣସି ସୂଚନା କର୍ତ୍ତୃପକ୍ଷ ଦେଇ ନ ଥିବା ଜଣାଯାଇଛି।

କୋରାପୁଟ ଜିଲ୍ଲା ପ୍ରତିନିଧି ହରିଶ୍ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଉପାନ୍ତ ଖବର