ଲିଫ୍ଟରେ ଫସିଲେ ରୋଗୀ..
୦୩/୦୧/୨୦୨୬ (ଗୁପ୍ତେଶ୍ୱର ରଥ) ଆଜି
କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସପିଟାଲରେ ଏକ ଅଭାବନୀୟ ଘଟଣା ଘଟିଛି।ଆଜି ସକାଳେ ଆଇନଜୀବୀ କୃଷ୍ଣ ସଁଙ୍କ ବାପାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ହସପିଟାଲକୁ ଆସିଥିଲେ। ଲିଫ୍ଟ ଯୋଗେ ଭେଷଜ ଅନ୍ତଃ ବିଭାଗକୁ ଯିବା ସମୟରେ ଅଧାରେ ଲିଫ୍ଟ ବନ୍ଦ ହୋଇଯାଇଥିଲା।ଏହାପରେ ହସପିଟାଲ ଅଧିକ୍ଷକଙ୍କୁ ଅବଗତ କରିଥିଲେ। ଲିଫ୍ଟରେ ପ୍ରାୟ ୧୫ ମିନିଟ ରହିଥିଲୁ ବୋଲି ସାଥିରେ ଯାଇଥିବା ପିଣ୍ଟୁ ସାହୁ କହିଛନ୍ତି।ଏହି ଅବ୍ୟବସ୍ଥାକୁ ଦୂର କରିବା ପାଇଁ ବିହୀତ ପଦକ୍ଷେପ ନେବାକୁ ସେ ଦାବି କରିଛନ୍ତି। ଏହି ପରି ଘଟଣା ଅନେକ ଥର ଘଟି ଥିଲେ ମଧ୍ୟ ହସ୍ପିଟାଲ କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି।
