January 6, 2025

ତଦନ୍ତ ବେଳେ ଧରା ପଡିଲା ଜିଲ୍ଲାପାଳଙ୍କୁ ଦିଆଯାଇଥିବା ଆଭିଯୋଗ ମିଥ୍ୟା, ଓଲଟା ପ୍ରଧାନ ଶିକ୍ଷୟତ୍ରୀଙ୍କ ଉପରେ ତାତିଲେ ଗ୍ରାମବାସୀ।

Share

ସମ୍ବଲପୁର , ୦୩.୦୧: ତଦନ୍ତ ବେଳେ ଧରା ପଡିଲା ଜିଲ୍ଲାପାଳଙ୍କୁ ଦିଆଯାଇଥିବା ଆଭିଯୋଗ ମିଥ୍ୟା, ଓଲଟା ପ୍ରଧାନ ଶିକ୍ଷୟତ୍ରୀଙ୍କ ଉପରେ ଗ୍ରାମବାସୀ ତାତି ପ୍ରଧାନ ଶିକ୍ଷୟତ୍ରୀଙ୍କୁ ତୁରନ୍ତ ବଦଳି କର ନଚେତ ସ୍କୁଲରେ ତାଲା ପକାଇଦେବୁ ବୋଲି ଗ୍ରାମବାସୀ ଚେତାବନୀ ଦେବାରୁ ଅଭିଯୋଗ ଘଟଣା ଭିନ୍ନ ମୋଡ଼ ନେଇଛି।

 

ଯୁଯୁମୁରା ବ୍ଲକ କବରାପାଲି ପଞ୍ଚାୟତ କବରାପାଲି ନୋଡାଲ ଅପର ପ୍ରାଇମେରୀ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ସ୍ବର୍ଣ୍ଣକାନ୍ତି ସାହୁ କେତେକଙ୍କୁ ଧରି ସ୍କୁଲର କେତେକ କର୍ମଚାରିଙ୍କ ବିରୁଦ୍ଧରେ ଅର୍ଥ ହେରଫେର, ଚୋରୀ ଭଳି ମିଥ୍ୟା ଅଭିଯୋଗ ସହିତ ଜାଳି ଦସ୍ତଖତ କରାଇଥିବା ଭଳି ସତ ଆଜି ପଦାରେ ପଡିଛି। ଜିଲ୍ଲାପାଳଙ୍କ ନିର୍ଦେଶରେ ଅଭିଯୋଗର ତଦନ୍ତ କରିବାକୁ ଆସିଥିବା ଅଧିକାରୀ ମାନଙ୍କ ଆଗରେ ଏଭଳି ସତ୍ୟର ପର୍ଦାଫାସ ହୋଇଛି।ଆଜି ସମ୍ବଲପୁର ଏଡିଈଓ ମୁରଲୀଧର ବେହେରା, ବିଇଓ ଉଜାଗର ପଧାନ ଙ୍କ ଉପସ୍ଥିତିରେ ଶିକ୍ଷକ, ଅଭିଭାବକ, ଗ୍ରାମବାସୀ, ସ୍କୁଲ ପରିଚାଳନା କମିଟି ସଦସ୍ୟ ଏବଂ ଭଦ୍ର ବ୍ୟକ୍ତି ଅଭିଯୋଗର ତଦନ୍ତ ବେଳେ ମିଥ୍ୟା ପ୍ରମାଣିତ ହୋଇଛି l ଦୁଇ ତୃତୀୟାଂଶ ରୁ ଅଧିକ ପୂର୍ବ ଅଭିଯୋଗରେ ଦସ୍ତଖତ କାରି ଆମଠୁ ସ୍କୁଲ ଉନ୍ନତି ପାଇଁ କହି ସାଦା କାଗଜରେ ଦସ୍ତଖତ ନେଇଥିଲେ।ଅଭିଯୋଗ ଶୁଣିବା ପରେ ଗ୍ରାମବାସୀ ଆଶ୍ଚର୍ଯ୍ୟ ଏହା ମିଛ ଓ ସ୍କୁଲକୁ ବଦନାମ କରିବାକୁ ଏହା ଏକ ହୀନ ଚକ୍ରାନ୍ତ ବୋଲି ଦସ୍ତଖତ କାରି ମାନେ କହିବା ସହିତ ଶିକ୍ଷାର୍ଥୀଙ୍କ ୫ ସହ ଟଙ୍କା ବଦଳରେ ୪. ୫୦ ଟଙ୍କା ଦେଇ ବଳକା ୫୦ ଟଙ୍କା ପ୍ରଧାନ ଶିକ୍ଷୟତ୍ରୀ ହଡ଼ପ କରୁଥିବା ଶିକ୍ଷାର୍ଥୀଙ୍କ ଅବିଭାବକ ମାନେ ଗୁରୁତର ଅଭିଯୋଗ ଆଣିବା ସହିତ ପ୍ରଧାନ ଶିକ୍ଷୟତ୍ରୀ ଟଙ୍କା ଦେଇ କେତେକଙ୍କୁ ହାତ ବାରିଶି କରି ନିଜର କାୟା ବିସ୍ତାର ପାଇଁ ଏଭଳି ଘଟଣା ଆଜି ପ୍ରଧାନ ଶିକ୍ଷୟତ୍ରୀ ଙ୍କ ନିର୍ମଳ ଭାବମୂର୍ତ୍ତିକୁ ପଦାରେ ପକାଇଛି।ଏହାଦ୍ୱାରା ସ୍କୁଲର ସୁନାମରେ ଆଞ୍ଚ ଆସୁଥିବା ଗ୍ରାମବାସୀ ରୋକଠୋକ ଶୁଣାଇ ତୁରନ୍ତ ପ୍ରଧାନ ଶିକ୍ଷୟତ୍ରୀଙ୍କୁ ବଦଳି କରିବାକୁ ତଦନ୍ତ ପାଇଁ ଆସିଥିବା ଅଧିକାରୀଙ୍କୁ ଶୁଣାଇ ଦେଇଥିଲେ।ପୂର୍ବରୁ ସ୍କୁଲ ଖୁବ ଭଲରେ ଚାଲୁଥିଲା l ଏଇ ଶିକ୍ଷୟତ୍ରୀ ଆସିବା ପରଠୁ ନାନା ସମସ୍ୟା ଦେଖା ଦେଉଛି l ସବୁ ସମସ୍ୟାର ମୁଲକାରଣ ଏହି ଶିକ୍ଷୟତ୍ରୀ।ସେ ଆସିବା ଦିନଠାରୁ ସ୍କୁଲ ର ଅତୀତ ସୁନାମରେ କଳଙ୍କ ଲାଗିଛି।ନାନା ଅସାଧୁ କାର୍ଯ୍ୟରେ ଲିପ୍ତ ରହୁଥିବାରୁ ଏହାଙ୍କୁ ଏଠାରୁ ବଦଳି କରାଯାଉ ବୋଲି ବହୁ ସଂଖ୍ୟାରେ ଗ୍ରାମବାସୀ ଦାବୀ କରିଥିଲେ l ତଦନ୍ତ ରିପୋର୍ଟକୁ କେନ୍ଦ୍ରକରି ପ୍ରଧାନ ଶିକ୍ଷୟତ୍ରୀଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ଥିବା ଅସମର୍ଥିତ ସୂତ୍ରରୁ ଜଣା ପଡିଛି। ତେବେ ଆଜିର ଏହି ତଦନ୍ତ ପରେ ପ୍ରଧାନ ଶିକ୍ଷୟତ୍ରୀ ୧୫ ଦିନିଆ ଛୁଟି ନେଇ ଥିବା ଘଟଣାକୁ ଅଧିକ ରହସ୍ୟାବୃତ୍ତ କରିଛି।