ଆଜିର ଖବର…
ରାଜ୍ୟର ସୁନ୍ଦରଗଡ଼, କଳାହାଣ୍ଡି, କନ୍ଧମାଳ ଓ ଝାରସୁଗୁଡ଼ା ଜିଲ୍ଲାରେ ଅଧିକ କୁହୁଡ଼ି ହେବ। ଆସନ୍ତା ୩ ଦିନରେ ଥଣ୍ଡା ବଢିବ
କାର, ଜିପରେ କଳା କାଚ ଲଗାଇଲେ ମାଡିବସିବେ ପୋଲିସ। ଟ୍ରାଫିକ୍ ବିଭାଗକୁ ସରକାରଙ୍କ ନିର୍ଦ୍ଦେଶ।
ଡିସେମ୍ବର ୨୨ ତାରିଖରୁ +୨ ଇଣ୍ଟରନାଲ, ଜାନୁଆରୀ ୨ରୁ ପ୍ରାକ୍ଟିକାଲ ପରୀକ୍ଷା। ଏବର୍ଷ ୪ଲକ୍ଷରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ। ଆଜି ପ୍ରକାଶ ପାଇବ ପରୀକ୍ଷା ସୂଚୀ।
ଆଜିଠୁ ନବମ ଶ୍ରେଣୀ ବିଦ୍ୟାର୍ଥୀଙ୍କ ନାମ ଅନଲାଇନ୍ ରେ ପଞ୍ଜିକରଣ ଆରମ୍ଭ, ୧୭ ତାରିଖ ଯାଏଁ ଚାଲିବ।
ପୁରୀ ଶ୍ରୀମନ୍ଦିରରେ ଆଜି ବନକଲାଗି ନୀତି, ସନ୍ଧ୍ୟାରେ ପାଞ୍ଚ ଘଣ୍ଟା ପାଇଁ ବନ୍ଦ ରହିବ ସାର୍ବଜନୀନ ଦର୍ଶନ।
ବ୍ଲକଗ୍ରାଣ୍ଟ ହାଇସ୍କୁଲ ଶିକ୍ଷକ ଓ କର୍ମଚାରୀ ସଂଘ ମୌଳିକ ଦାବିକୁ ନେଇ ୧୮ ତାରିଖରେ ଆନ୍ଦୋଳନକୁ ଓହ୍ଲାଇବେ।
ବରଗଡ଼ ଧନୁଯାତ୍ରାକୁ ଚଳିତ ବର୍ଷ ରାଜ୍ୟ ସଂସ୍କୃତି ବିଭାଗ କୋଟିଏ ଟଙ୍କା ସହାୟତା ଦେବ।
କେନ୍ଦୁଝର ଜିଲ୍ଲାର ତେଲକୋଇ ଅଞ୍ଚଳରେ ଶବ ବ୍ୟବଚ୍ଛେଦ ବନ୍ଦ। ୭୦ କିଲୋମିଟର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯିବାକୁ ପଡୁଛି।
ନବରଙ୍ଗପୁର ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ଗୁଳି କରିଦେବି କହିବା ମାମଲାରେ ପୂର୍ବତନ ସାଂସଦଙ୍କ ପ୍ରଦୀପ ମାଝୀଙ୍କ ନାମରେ ଏତଲା
ଝାରସୁଗୁଡାର ବ୍ୟବସାୟୀ ମୁକେଶ ବୁଚୱାନୀଙ୍କ ଘରୁ ଡକାୟତି ଘଟଣା। ଏତଲାରେ ଥିଲା ୧୪ ଲକ୍ଷ, କିନ୍ତୁ ଜବତ ହେଲା ୩୮ ଲକ୍ଷ।
କୋରାପୁଟ ବୈପାରୀଗୁଡ଼ା ଶିରିବେଡ଼ା ପିଏମଶ୍ରୀ ବିଦ୍ୟାଳୟରେ ଭାତ, ଡାଲମା ଖାଇ ଛାତ୍ରଛାତ୍ରୀ ଅସୁସ୍ଥ, ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହେଲେ
ଜଗତସିଂହପୁର ତରୀକୁନ୍ଦରେ ବିଳମ୍ବିତ ରାତିରେ ୨୧ ଅବୈଧ ବାଂଲାଦେଶୀ ସନ୍ଦିଗ୍ଧଙ୍କୁ ଉଠାଇନେଲା ପୁଲିସ
ବଲାଙ୍ଗୀର କଣ୍ଟାବାଞ୍ଜି ବଙ୍ଗୋମୁଣ୍ଡା ରେଞ୍ଜର ବିଭିନ୍ନ ଗାଁରେ ହାତୀ ଆତଙ୍କ, ବିଲରେ ଦଳି ଚକଟି ଫସଲ ନଷ୍ଟ କରୁଛନ୍ତି।
ଯାଜପୁର ଜିଲ୍ଲା କାଳିଆପାଣି ପଞ୍ଚାୟତରେ ଦଶମ ଶ୍ରେଣୀ ଆଦିବାସୀ ଛାତ୍ରୀ ୪ ମାସର ଗର୍ଭବତୀ ଥିବା ଅଭିଯୋଗ
ଯାଜପୁର ଜିଲ୍ଲା ଜେନାପୁର କୁରିକଣା ନିକଟରେ ହାଇୱା ଧକ୍କାରେ କଲେଜ ଛାତ୍ରଙ୍କ ମୃତ୍ୟୁ ପରେ ହାଇୱା ପୋଡ଼ିଲେ ଉତ୍ତ୍ୟକ୍ତ ଲୋକ।
କଟକ ସହରରେ ବିପଦ ସଂକୁଳ କୋଠାଘର ଭାଙ୍ଗିବେ ସରକାର।
ଓଡିଶା ବଜାରରେ ମାଡିଗଲାଣି ନକଲି ମେଡ଼ିସିନ। ସରକାରୀ ଯାଞ୍ଚ ଅଧିକାରୀଙ୍କ ପଦକ୍ଷେପକୁ ଅପେକ୍ଷା।
ରାୟପୁରରେ ୨ୟ ଦିନିକିଆ କ୍ରିକେଟ ଆଜି। ଶୃଙ୍ଖଳା ବିଜୟ ଲକ୍ଷ୍ଯରେ ଭାରତ।
ବାତ୍ୟା ‘ଡିଟଓ୍ବା’ ପ୍ରଭାବରେ ତାମିଲନାଡୁ ଉପକୂଳରେ ବର୍ଷା ଜାରି।
ମହାରାଷ୍ଟ୍ର ଚାନ୍ଦୱାଡ଼ ର ‘ଇଭିଏମ ଡିଲ୍’ ଅଡିଓ କ୍ଲିପ୍ ଭାଇରାଲ। କୋଟିଏ ଦିଅ, ତୁମକୁ ୧୧୨୫୦ ଭୋଟ ଦେବି, କହୁଛନ୍ତି ଦଲାଲ। ନିର୍ବାଚନ କମିଶନଙ୍କ ନିକଟରେ ପ୍ରମାଣ ଦାଖଲ
ବଙ୍ଗୋପସାଗରରେ ବ୍ରହ୍ମୋସ୍ ସୁପରସୋନିକ୍ କ୍ରୁଜ୍ ମିସାଇଲର ସଫଳ ପରୀକ୍ଷଣ କଲା ଭାରତ।
ହକିରେ ରାଜନୀତି। ଅଚାନକ ମହିଳା ହକି ଦଳର କୋଚ ପଦରୁ ଇସ୍ତଫା ଦେଲେ ହରେନ୍ଦ୍ର ସିଂହ
କେନ୍ଦ୍ର ସରକାର ସମସ୍ତ ଫୋନରେ ବାଧ୍ୟତାମୂଳକ ଭାବେ ରଖାଇବେ `ସଂଚାର ସାଥୀ’ ଆପ। କେହି ଡିଲିଟ୍ କିମ୍ବା ଅନ୍ ଇନଷ୍ଟଲ୍ କରିପାରିବେ ନାହିଁ।
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ନାମ ବଦଳିଲା। ଏବେ ଏହାକୁ ସେବାତୀର୍ଥ ବୋଲି କୁହାଯିବ।
ବଲିଉଡ୍ ହିନ୍ଦୀ ସିନେମା ଶିଳ୍ପ ବୁଡୁଛି। ନିବେଶକ ମୁହଁ ଫେରାଇ ନେଉଛନ୍ତି। ଦକ୍ଷିଣ ପ୍ରତି ଆଗ୍ରହ ବଢୁଛି।
ଡଲାର ତୁଳନାରେ ଆହୁରି ଦୁର୍ବଳ ହେଲା ଟଙ୍କା। ପୁଣି ୯୦ ଆଡ଼କୁ ଯାଉଛି।
ପାକିସ୍ତାନ ଜେଲରେ ବଞ୍ଚିଛନ୍ତି ଇମ୍ରାନ ଖାଁ। ତାଙ୍କୁ ଜେଲରେ ଭେଟିବା ପରେ କହିଲେ ତାଙ୍କ ଭଉଣୀ
ଆଜି ବିଶ୍ୱ ଭିନ୍ନକ୍ଷମ ଦିବସ
ଅନ୍ତର୍ଜାତୀୟ ବ୍ୟାଙ୍କ ଦିବସ
ଆଜି ଜନ୍ମଦିନ: ଡଃ ରାଜେନ୍ଦ୍ର ପ୍ରସାଦ, ଶହୀଦ ଖୁଦୀରାମ ବୋଷ, ମିତାଲି ରାଜ, ରମାଦେବୀ ଚୌଧୁରୀ, ସଂଗୀତା ସିଂଦେଓ
ଆଜି ତିରୋଧାନ: ସୈନିକ ଆଲବର୍ଟ ଏକ୍କା, ଦେବାନନ୍ଦ
ଇତିହାସରେ ଆଜି: (୧୭୯୬) ବାଜିରାଓ-୨ ମରାଠା ସାମ୍ରାଜ୍ୟର ପେଶୱା ହେଲେ/ (୧୮୨୯) ଲର୍ଡ଼ ବେଣ୍ଟିକ ଙ୍କ ଦ୍ୱାରା ସତୀଦାହ ପ୍ରଥା ନିଷେଧ/ (୧୯୧୦).ପ୍ୟାରିସ ମୋଟର ସୋ ରେ ପ୍ରଥମ ନିଅନ ଲାଇଟ ପ୍ରଦର୍ଶିତ/ (୧୯୭୧) ଭାରତ ପାକିସ୍ତାନ ଯୁଦ୍ଧ ଆରମ୍ଭ/ (୧୯୮୪) ଭୋପାଳ ୟୁନିଅନ କାର୍ବାଇଡ଼ ଗ୍ୟାସ ଲିକ ଦୁର୍ଘଟଣା ବିପର୍ଯ୍ୟୟ/ (୧୯୯୨) ବିଶ୍ବର ପ୍ରଥମ ଏସଏମଏସ ପଠାଗଲା
=================
*ବନ୍ଦେ ଉତ୍କଳ ଜନନୀ*
