କାଶୀନଗର ବ୍ଲକର ପ୍ରତ୍ୟେକ ପଂଚାୟତ ଠାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ସର୍ଭେକ୍ଷଣ ଶିବିର ଅନୁଷ୍ଠିତ.
କାଶୀନଗର( ଅନନ୍ତ ଆପଟ )
ଗଜପତି ଜିଲା କାଶୀନଗର ବ୍ଲକ ମଧ୍ୟରେ ଥିବା ବାର (12) ଗୋଟି ଗ୍ରାମପଞ୍ଚାୟତର ସଭାଗୃହ ପରିସର ମାନଙ୍କରେ ରାଜ୍ୟ ସରକାରଙ୍କ ନିର୍ଦେଶନାରେ ଏବଂ ସ୍ଥାନୀୟ ବିଡ଼ିଓ ଡ଼ମ୍ବୁରୁ ଧର ମଲ୍ଲିକ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱଧାନରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ସର୍ଭେକ୍ଷଣ ତାଲିମ ଶିବିର ସୋମବାର ଦିନ ଅନୁଷ୍ଠିତ ହୋଇଯାଇଛି। 12 ଟି ପଞ୍ଚାୟତରେ କାର୍ଯ୍ୟରତ କାର୍ଯ୍ୟ ନିର୍ବାହୀ ଅଧିକାରୀ ମାନଙ୍କ ଦ୍ଵାରା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣ ବିଷୟରେ ଆଲୋଚନା କରାଯାଇଥିଲା। ଏହି ସର୍ଭେକ୍ଷଣ ଶିବିର ଠାରେ କେଉଁମାନେ ଏହି ଯୋଜନାର ଲାଭ ଉଠାଇବା ସହିତ କିଭଳି ଆବେଦନ କରିବେ ଏ ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଯାଇ ଥିଲା । ଯେଉଁମାନେ ଅସହାୟ, ବାସହୀନ, ଭିନ୍ନକ୍ଷମ, ବିଧବା, କଚା ଘର ହୋଇଥିବ ଏଥିସହିତ ମାସିକ ୧୫ ହଜାରରୁ ଆୟ କମ ରହିଥିବ ତଥା ଯୋଗ୍ୟ ହିତାଧିକାରୀ ଯେଭଳି ଏହି ଯୋଜନାର ସୁଫଳ ପାଇପାରିବ ସେ ବିଷୟରେ ସମସ୍ତଙ୍କୁ ଅବଗତ କରାଯାଇଥିଲା ।
କିଭଳି ଅନଲାଇନ ମାଧ୍ୟମରେ ଆବେଦନ କରାଯିବ ଓ କେଉଁ କାଗଜପତ୍ର ସବୁ ଆବଶ୍ୟକ ଯଥା ଆଧାର କାର୍ଡ , ଜବ କାର୍ଡ, ଫଟୋ, ବ୍ୟାଙ୍କ୍ ପାସବୁକ୍ , କିମ୍ବା ସରକାରଙ୍କ ଦ୍ଵାରା ଉପଲବ୍ଧ ହେବାକୁ ଥିବା ସ୍ଵତନ୍ତ୍ର ଆପ ମାଧ୍ୟମରେ କିଭଳି ଆବେଦନ କରିପାରିବେ, ସେ ବିଷୟରେ ଆଲୋଚନା କରାଯାଇଥିବାବେଳେ କେତେ ସହାୟତା ମିଳିବ, ପ୍ରୋତ୍ସାହନ କେତେ ମିଳିବ ଓ କିଭଳି ଏହାର ଚୟନ କରାଯିବ ତମାମ ବିଷୟରେ ଉପସ୍ଥିତ ଲୋକ ମାନଙ୍କ ଦ୍ଵାରା ପ୍ରଶ୍ନ ଉତ୍ତର ଦ୍ଵାରା ଆଲୋଚନା କରାଯାଇଥିଲା। ତେବେ ଏହି ଯୋଜନାରେ କେନ୍ଦ୍ର ସରକାରଙ୍କ ପୂର୍ବ ଅପେକ୍ଷା ନିୟମକୁ ଟିକେ ପରିବର୍ତ୍ତନ କରାଯିବା ସହ ନୂତନ ନିୟମ ଯଥା ମାସିକ ଆୟକୁ ୧୦ ହଜାରରୁ ୧୫ ହଜାର ସହ ନିଜର ମୋଟରସାଇକେଲ କିମ୍ବା ଫ୍ରିଜ୍, ଟେଲିଫୋନ୍ ମଧ୍ୟ ଥିଲେ ଆବେଦନ କରିହେବ ଓ ନିଜେ ସିଧାସଳଖ ଆବେଦନ କରିପାରିବେ ଏଭଳି କିଛି ନିୟମ କୋହଳ ହୋଇଥିବା ସ୍ଥାନୀୟ ବିଡ଼ିଓ ଡ଼ମ୍ବୁରୁ ଧର ମଲ୍ଲିକଙ୍କ ସହ ଯୋଗାଯୋଗ କରିବାରୁ ସୂଚନା ଦେଇଛନ୍ତି। ତେବେ ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ , ସମିତିସଭ୍ୟ ଏବଂ ସମସ୍ତ ୱାର୍ଡ ମେମ୍ବର ଆଶା ଦିଦି ,ଅଙ୍ଗନବାଡ଼ି କର୍ମଚାରୀଙ୍କ ସମେତ ଗ୍ରାମବାସୀମାନେ ଉପସ୍ଥିତ ଥିଲେ।