December 5, 2024

ବାଲି ମାଫିଆଙ୍କ ମୁଣ୍ଡରେ ସିରପା ବାନ୍ଧିଛି କିଏ ?

Share

 

ତିର୍ତ୍ତୋଲ

 

ବାଲି ମାଫିଆଙ୍କ ବେଧଡ଼କ କାରବାର l କାହା ଇଙ୍ଗିତରେ ଚାଲିଛି ବେଆଇନ ବାଲି ଚାଲାଣ l ବାଲି ମାଫିଆଙ୍କୁ କିଏ ଦେଉଛି ସୁରକ୍ଷା ? କାହା ବାହୁ ଛାୟା ତଳେ ସୁରକ୍ଷା ପାଉଛନ୍ତି ଚୋରା ବାଲି ଚାଲାଣକାରୀ ? ସରକାରଙ୍କ ରାଜସ୍ୱକୁ ନିଜ ପକେଟରେ ଭରୁଛି କିଏ ? ପୋଲିସ ଆଉ ମାଇନିଂ ଅଧିକାରୀଙ୍କ ନଜର ଅଢୁଆଳରେ କାମ କରୁଛି କୋଉ ବାହୁବଳୀର ହାତ ? ଗଣମାଧ୍ୟମର ଚେତାବନୀ ପହଞ୍ଚି ପାରୁନି କି ପ୍ରଶାସନ ପାଖରେ ??? ତାହେଲେ କିପରି ଭାବେ ଦେଖିବାକୁ ମିଳୁଛି ଯେ,ମହାନଦୀ ଓ ପାଇକା ନଦୀର ବାଲିକୁ ମାଫିଆଗୋଷ୍ଠୀ ବେଆଇନ ଭାବେ କରୁଛନ୍ତି ଲୁଟ l ନା ସେମାନଙ୍କ ପାଖରେ ଅଛି ଅନୁମତି ପତ୍ର, ନା ରହୁଛି ସମୟର ତାଳମେଳ l ଦିନ ସାରା ଶହ ଶହ ଗାଡ଼ିରେ ଚାଲାଣ ହେଉଛି ବାଲି l ମାଇନିଂ ଅଧିକାରୀ ଆଉ ପୋଲିସ ଗୋଡ଼ ଉପରେ ଗୋଡ ଥୋଇ ବସିରହିଛି କାହା ସ୍ୱାର୍ଥରେ ? ଏଠି ବାଲି ବୋଝେଇ ହାଇୱା କୁ ଧରିଲେ ଦୋଷ ନ ଧରିଲେ ଦୋଷ l ରାଜ୍ୟ ସରକାରଙ୍କ ଶାସନର ଭୁୟସୀ ପ୍ରଶଂସା କରାଯାଉଥିବା ବେଳେ,ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ଥାନା ଅଞ୍ଚଳରେ l ବିଳମ୍ବିତ ରାତ୍ରିରେ ଟ୍ରାଞ୍ଜିଟ ପାସ ନଥାଇ,ବିନା ଅନୁମତି ପତ୍ରରେ ବେଆଇନ ଭାବେ ଜଇପୁର ଘାଟରୁ ପାରାଦ୍ୱୀପ ଅଭିମୁଖେ,ଚୋରା ଚାଲାଣ ହେଉଥିବା ବାଲି ବୋଝେଇ ହାଇୱା କୁ ତିର୍ତ୍ତୋଲ ଥାନା ଅଧିକାରୀ ଅନିରୁଦ୍ଧ ରାଉତ ଜବତ କରି ଥାନାରେ ଅଟକ ରଖିବା, ଥାନାବାବୁ ଙ୍କୁ ମହଙ୍ଗା ପଡିଛି l ଅଟକ ରଖା ଯାଇଥିବା ହାଇୱା ର ନମ୍ବର ଓଡି ୦୯ ସି ୭୫୮୪ ହୋଇଥିବା ବେଳେ ବଡ଼ବିଲ ଆରଟିଓ ପଞ୍ଜିକରଣ ଥିବା ଏହି ହାଇୱା ରେ ଦୁର୍ଗାଦେବୀ ଲେଖା ଯାଇଛି l ଏହାର ମାଲିକାନା ପାରାଦ୍ୱୀପ ତାରିଣିଗଡା ଅଠରବାଙ୍କୀର ସନାତନ ନାୟକ ବୋଲି ଆରଟିଓ ରେକର୍ଡ ରୁ ଜଣା ଯାଇଥିବା ବେଳେ, କାହା ବାହୁଛାୟା ତଳେ ସେ ସୁରକ୍ଷା ପାଉଛି ଏହା ଚର୍ଚ୍ଚାର ବିଷୟ ପାଲଟିଛି l ଏସ.ପି ଶ୍ରୀଯୁକ୍ତ ଭବାନୀ ଶଙ୍କର ଉଦଗାତା ଙ୍କୁ ବିଳମ୍ବିତ ରାତ୍ରିଯାଏ କୌଣସି ପ୍ରଭାଵଶାଳୀ ନେତାଙ୍କ ଫୋନ କଲ ଆସିଥିବାରୁ କାଳେ ମିଡ଼ିଆ ଆଗରେ ଗୁପ୍ତ ବିଷୟ ଉନ୍ମୁକ୍ତ ହୋଇଯିବ, ସେଇଥିପାଇଁ ଥାନାବାବୁ ଶ୍ରୀଯୁକ୍ତ ରାଉତ ଙ୍କୁ ତୁରନ୍ତ ତିର୍ତ୍ତୋଲ ରୁ ଜିଲ୍ଲା ହେଡ଼ କ୍ଵାଟର କୁ ଚିଠି ନମ୍ବର ୯୧୧୨ ରେ ଅର୍ଡର କରି ବଦଳି କରାଇ ନେଇଛନ୍ତି l ସବୁଠୁଁ ବଡ କଥା ହେଲା ଜବତ ହାଇୱା କୁ ଛଡ଼ାଇବା ପାଇଁ ନେତାଙ୍କ ସହିତ ମାଇନିଙ୍ଗ ଅଫିସର ଙ୍କ ମସୁଧା ବି ରହିଛି ବୋଲି ଚର୍ଚ୍ଚା ହେଉଛି l ଚର୍ଚ୍ଚାରୁ ଜଣାପଡିଛ ଯେ ଜନୈକ ନେତା ଓ ମାଲିକଙ୍କ ସାଲିସ ରେ ଏପରି ଚୋରା ଚାଲାଣ କାର୍ଯ୍ୟ ଦୀର୍ଘଦିନ ହେବ ଚାଲି ଆସୁଛି l ତେଣୁ ନେତାଙ୍କ ଫୁଲ ପ୍ରେସର ରେ ତିର୍ତ୍ତୋଲ ଥାନାବାବୁଙ୍କୁ ରାସ୍ତାରୁ ହଟେଇ ଦେବାକୁ ରାତାରାତି ଏସପିଙ୍କୁ ମନେଇ କାର୍ଯ୍ୟ କରାଯାଇଛି l ଯାହାଫଳରେ ସରକାରୀ ରାଜସ୍ବ କୁ ଚଳୁ କରିବାକୁ ଆଉ କେହି ବି ପ୍ରତିବନ୍ଧକ ରହିବେନି l ଏବାବଦରେ ତିର୍ତ୍ତୋଲ ପୋଲିସ ନିରବ ଥିବା ବେଳେ ମାଇନିଂ ଅଧିକାରୀ କହୁଛନ୍ତି ଯେ ତଦନ୍ତ ହେଲେ ଜଣାପଡିବ l କିନ୍ତୁ ପ୍ରଶ୍ନ ହେଉଛି, ରକ୍ଷକ ଯୋଉଠି ଭକ୍ଷକ, ସେଠି ତଦନ୍ତ କରିବ କିଏ ? ଯେତେ ବେଳେ ଶିଳ୍ପମନ୍ତ୍ରୀଙ୍କ ଖୋଦ ଏରିଆ, ଲୋକଙ୍କ ପାଇଁ ତାଙ୍କଠାରେ ଭରଷା ରହିଛି, ସ୍ୱଚ୍ଛ ଶାସନ ର ନ୍ୟାୟରେ ସେ ନିଶ୍ଚିତଭାବେ ଆଇନସଙ୍ଗତ ପଦକ୍ଷେପ ନେବେ ବୋଲି ଚର୍ଚ୍ଚା ହେଉଛି l କେବଳ ଜଇପୁର ଘାଟ ନୁହେଁ,ପାଇକା ଓ ମହାନଦୀ ର ଅନେକ ସ୍ଥାନରେ କେତେ ଯେ ବେଆଇନ ଭାବେ ବାଲି ଚାଲାଣ ହେଉଛି, ତାର ସୀମା ନାହିଁ l ଅପରପକ୍ଷେ ମାଇନିଂ ଡିପାର୍ଟମେଣ୍ଟ ଚୋରା ଚାଲାଣ ହେଉଥିବା ବାଲି କୁ ରୋକିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛି ବୋଲି ସାଧାରଣ ଲୋକେ ଟୁପୁରୁଟାପୁରୁ ହେଉଛନ୍ତି l ଦେଖିବାକୁ ରହିଲା ଜବତ ହୋଇଥିବା ହାଇୱା କୁ ଛଡ଼ାଇବା ପାଇଁ କାହା ମନ୍ତ୍ର କାର୍ଯ୍ୟ କରୁଛି ? ନା ଶିଳ୍ପମନ୍ତ୍ରୀଙ୍କ ନିର୍ମଳ ସ୍ୱଚ୍ଛ ଶାସନର ନମୁନା ପ୍ରକାଶିତ ହେଉଛି ???

 

ଜଗତସିଂହପୁର ରୁ ଶରତ କୁମାର ଦାଶ ଙ୍କ ସହିତ ତିର୍ତୋଲ ରୁ ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ, ନିୟୁଜ ଉପାନ୍ତ ଖବର….।

You may have missed