December 5, 2024

ସାଇବର ଠକ ଫୋନ୍ କରି ଲୁଟିନେଲେ ୨୫୧୪୫୬ ଟଙ୍କା

Share

 

ଅସ୍ତରଙ୍ଗ,୨/୧୨ :- ଅସ୍ତରଙ୍ଗରୁ କେଦାରନାଥ ଜେନା ନାମକ ଜଣେ ବ୍ୟକ୍ତିଙ୍କୁ ସାଇବର ଠକ ଫୋନ୍ କରି ୨ ଲକ୍ଷ ୫୧ ହଜାର ୪୫୬ ଟଙ୍କା ଲୁଟିନେବା ସମ୍ପର୍କରେ ଅସ୍ତରଙ୍ଗ ଥାନାରେ ଏକ ଅଭିଯୋଗ ହୋଇଛି | ଅଭିଯୋଗ ପରେ ପୁଲିସ୍ ତଦନ୍ତ ଆରମ୍ଭ କରିଛି | ସୂଚନାନୁସାରେ ଅସ୍ତରଙ୍ଗ ପଞ୍ଚାୟତ ବସ୍ତଡିହ ମୌଜାର କେଦାରନାଥ ଜେନାଙ୍କର ଜିଓ ମୋବାଇଲ୍ ନଂ ୯୨୩୭୧୧୨୫୪୦ ଗତ ୨୧ ତାରିଖରେ ଅଟୋମେଟିକ୍ ବନ୍ଦହୋଇଯାଇଥିଲା |୨୩ତାରିଖ ଦିନ ହଠାତ୍ କେହି ଜଣେ ତାଙ୍କୁ ଫୋନ୍ କରି କହିଲା ଯେ ତୁମର ଆଧାର ନମ୍ବର ବନ୍ଦହୋଇଯାଇଛି ଓ ଓଟିପି ଦେଲେ ତାହା ଆକ୍ଟିଭେଟ୍ କରିଦେବ| ବାରମ୍ବାର ଫୋନ୍ କରି ଓଟିପି ମାଗିବା ଓ ହିନ୍ଦୀରେ କଥାବାର୍ତ୍ତା ହେଉଥିବା ଏହି ବ୍ୟକ୍ତି ଜଣକ ଓଡ଼ିଶାର ବୋଲି ପରିଚୟ ଦେଇଥିଲା | ଓଟିପି ନଦେଲେ ବ୍ୟବହାର କରୁଥିବା ମୋବାଇଲ୍ ସିମ୍ ଓ ଆଧାର ନମ୍ବର କାମ କରିବନି ବୋଲି କହିବାରେ କେଦାର ବାବୁ କାକଟପୁର ସ୍ଥିତ ଜିଓ ମୋବାଇଲ୍ ଅଫିସକୁ ଯାଇଥିଲେ | ସେଠାରେ ସିମ୍ ଆକ୍ଟିଭେସନ୍ କୁହନ୍ତେ ଆଧାର ନମ୍ବର କାମକରୁନଥିବା ବା ଲକ୍ ହୋଇଯିବ ଏଭଳି ଉତ୍ତର ମିଳିଥିଲା | ଫଳରେ ସେ ଅସ୍ତରଙ୍ଗ ଆଧାରକେନ୍ଦ୍ରରେ ଆଧାର ଅପଡେଟ୍ କରିନେଇଥିଲେ | ତାଙ୍କର ଘର କାମ ପାଇଁ ଅର୍ଥ ଆବଶ୍ୟକ ଦୃଷ୍ଟିକୋଣରୁ ୨୮ ନଭେମ୍ବରରେ ସେ କାକଟପୁର ଷ୍ଟେଟ୍ ବ୍ୟାଙ୍କ ଯାଇ ଟଙ୍କା ଉଠାଇବାକୁ ଉଦ୍ୟମ କରନ୍ତେ ସେ ଜାଣିବାକୁ ପାଇଲେ ଯେ ତାଙ୍କ ଆକାଉଣ୍ଟ୍ ଖାଲିହୋଇଯାଇଛି |ତା ପରେ ସେହି କାକଟପୁର ସ୍ଥିତ ଏଚଡିଏଫ୍ସି ବ୍ୟାଙ୍କକୁ ଯାଇ ଅନ୍ୟ ଏକ ଆକାଉଣ୍ଟ୍ ଯାଞ୍ଚ କରନ୍ତେ, ସେ ଆକାଉଣ୍ଟରୁ ମଧ୍ୟ ୨ ଲକ୍ଷ ୫୧ ହଜାର ୪୫୬ ଟଙ୍କା ଖାଲିହୋଇଯାଇଛି | ବ୍ୟାଙ୍କ ଶାଖା ପରିଚାଳକୁ ଭେଟି ଏ ବିଷୟରେ ଜଣାଇବାରେ ଏହା ଏକ ସାଇବର ଠକେଇ ଓ ଥାନାରେ ଅଭିଯୋଗ କରିବାକୁ ସେ ପରାମର୍ଶ ଦେଇଥିଲେ | ତା ପରେ କୌଣସି ଉପାୟ ନପାଇ କେଦାର ଅସ୍ତରଙ୍ଗ ଥାନାରେ ଏ ବିଷୟରେ ଲିଖିତ ଅଭିଯୋଗ କରିଛନ୍ତି | ଯାହାକୁ ନେଇ ପୁଲିସ୍ ପ୍ରାରମ୍ଭିକ ତଦନ୍ତ ଆରମ୍ଭ କରିବା ସୂଚନା ମିଳିଛି | ସବୁଠାରୁ ବଡ଼କଥା ହେଲା, ଓଟିପି ନଦେଲେ ମଧ୍ୟ ଠକ ଜଣକ କେବଳ କଥାବାର୍ତ୍ତା ହୋଇ ଉପିଆଇ ଜରିଆରେ ଆକାଉଣ୍ଟରୁ ଟଙ୍କା ଉଠାଇନେବା ଆଶ୍ଚର୍ଯ୍ୟ ଲାଗୁଛି |

ଅସ୍ତରଙ୍ଗ ରୁ ଦୁଃଶାସନ ନାୟକ ଙ୍କ ରିପୋର୍ଟ

You may have missed