ରାସୋତ୍ସବ ରେ ପ୍ରକମ୍ପିତ ହେଉଛି ଝଙ୍କଡ଼ ସାରଳା ପୀଠ ..
ତିର୍ତ୍ତୋଲ3/11/2025 ବିଗତ ପୁଣ୍ୟକାର୍ତ୍ତିକମାସ ଦଶମୀ ଠାରୁ ଝଙ୍କଡ଼ ସାରଳା ଠାକୁରାଣୀ ଙ୍କ ମନ୍ଦିରରେ ପୂଜାପାଉଥିବା ରାଧାକୃଷ୍ଣ ଙ୍କ ସମେତ ମନ୍ଦିରର ପୂର୍ବପାର୍ଶ୍ୱରେ ବ୍ରଜବିହାରୀ ମଠ, ପଶ୍ଚିମ ପାର୍ଶ୍ୱରେ ଥିବା ଗୋବିନ୍ଦଜୀଉ ମଠ,, ମୁଳିସିଂହ ତଳସହର ସ୍ଥିତ ରସିକଲାଲ ମଠ ଓ କଣ୍ଟାପଡା ରାଜଗଡ଼ ର ଗୋପାଳଜୀଉ ମଠ ସହିତ ପାରିପାର୍ଶ୍ଵିକ ଗ୍ରାମରେ ଥିବା ମଠ ମନ୍ଦିର ମାନଙ୍କରେ, ବିପୁଳ ଆନନ୍ଦଉଲ୍ଲାସ ମଧ୍ୟରେ ରାସୋତ୍ସବ ଅନୁଷ୍ଠିତ ହେଉଅଛି l ଏହି ଉପଲକ୍ଷେ ସମବେତ ରାସଗୀତି ସହିତ ଭଜନ କୀର୍ତ୍ତନ ପରିବେଷଣ, ଝଙ୍କଡ଼ପୀଠ ପ୍ରକମ୍ପିତ ହୋଇଉଠିଛି l ସୂଚନାଯୋଗ୍ୟ ପରମବୈଷ୍ଣବୀ ମା ସାରଳା ଙ୍କ ପୀଠରେ ଶାକ୍ତଧର୍ମ ଓ ବୈଷ୍ଣବଧର୍ମ ର ସମନ୍ୱୟ ଘଟିଥିବାରୁ, ସାରଳାମନ୍ଦିରର ଚତୁଃପାର୍ଶ୍ୱରେ ଆବାହମାନ କାଳରୁ ବହୁ ବୈଷ୍ଣବଧର୍ମୀୟ ମଠ ମନ୍ଦିର ଗଢିଉଠିଛି lଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର
