March 10, 2026

ୟୁଏଏସକୁ ବୁଗୁଡା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ବିରୋଧ 

IMG-20251103-WA0078
Share

 

ବୁଗୁଡା : ତା ୦୩/୧୧/୨୫ : ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ବାରା ପ୍ରଚଳିତ ୟୁଏଏସକୁ ବିରୋଧ କରି ଗଞ୍ଜାମ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ବୁଗୁଡା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଏକ ଦାବିପତ୍ର ସ୍ଥାନୀୟ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ଜରିଆରେ ପ୍ରଦାନ କରାଯାଇଥିବା ଜଣାଯାଇଛି। ପ୍ରାଥମିକ ଶିକ୍ଷକ ସଂଘ ସଭାପତି ପିତାମ୍ବର ଗୌଡଙ୍କ ନେତୃତ୍ୱରେ ଶିକ୍ଷକଗଣ ବିଇଓ ଚିନ୍ମୟ ମହାପାତ୍ରଙ୍କୁ ଦାବିପତ୍ର ପ୍ରଦାନ ଅବସରରେ ୟୁଏଏସ ଜନିତ ଅସୁବିଧା ସମ୍ପର୍କରେ ଅଗଗତ କରିବା ସହ ଏହାକୁ ଲାଗୁ କରିବା ପୂର୍ବରୁ ରାଜ୍ୟ ସରକାରଙ୍କୁ ପ୍ରଥମେ ଭିତ୍ତିଭୂମି ସଜାଡିବା ନିମନ୍ତେ ଦାବି ଜଣାଇଥିଲେ। ଉକ୍ତ ଆପର କାର୍ଯ୍ୟକାରିତା ଉପରେ ସନ୍ଦେହ ପ୍ରକଟ ହୋଇଛି ଯେହେତୁ ଏହା କେତେବେଳେ ଚାଲୁଛି ତ କେତେବେଳେ ବନ୍ଦ ରହୁଥିବାରୁ ଦୀର୍ଘ ସମୟ ଧରି କେହି ଲଗଇନ୍ କରିପାରୁନାହାନ୍ତି। ବୁଗୁଡା ବ୍ଲକର ଅଧିକାଂଶ ବିଦ୍ୟାଳୟରେ ଇଣ୍ଟରନେଟର ସୁବିଧା ନଥିବା ବେଳେ ଅନେକ ଶିକ୍ଷକ ମୋବାଇଲରେ ଅଭିଜ୍ଞ ନୁହଁନ୍ତି ଏବଂ ଅନଭିଜ୍ଞ କାରଣରୁ ଅନ୍ଯ ତୃତୀୟ ପକ୍ଷଦ୍ୱାରା ବ୍ଯକ୍ତିଗତ ତଥ୍ଯ ଚୋରି ହେବାର ସମ୍ଭାବନା ରହିଛି । ଏହି ଆପକୁ ଚଲେଇବା ପାଇଁ କୌଣସି ବିଧିବଦ୍ଧ ପ୍ରଶିକ୍ଷଣ ମଧ୍ୟ ପ୍ରଦାନ କରାଯାଇ ନାହିଁ। ରାଜ୍ୟ ସରକାରଙ୍କ ପକ୍ଷରୁ ଏଥିପାଇଁ କୌଣସି ସ୍ବତନ୍ତ୍ର ମୋବାଇଲ କିମ୍ବା ଟାବଲେଟ୍ ଦିଆଯାଇନଥିବା ବେଳେ କୌଣସି ଅତ୍ଯଧିକ ଦେୟ ମଧ୍ୟ ଦିଆଯାଉନାହିଁ। ଉପରୋକ୍ତ ସମସ୍ଯା ଗୁଡ଼ିକର ସମାଧାନ ନହେବା ପର୍ଯ୍ୟନ୍ତ ୟୁଏଏସକୁ ବିରୋଧ ଜାରି ରହିବ ବୋଲି ଶିକ୍ଷକ ସଂଘ ପକ୍ଷରୁ ପ୍ରକାଶ ପାଇଛି।