କନକ ପୁର ଦେଉଳି ପ୍ରଧାନମନ୍ତ୍ରୀ ସଡ଼କ, ସଫେଇ ଓ ମରାମତି ପାଇଁ ଦାବୀ …

ତିର୍ତ୍ତୋଲ ବ୍ଲକ, କନକପୁର ପଞ୍ଚାୟତ ର ସାରଳା ହାଟ ଠାରୁ ସଂଅରା ପର୍ଯ୍ୟନ୍ତ ଯାଇଥିବା ରାସ୍ତା ଟି କନକପୁର ଦେଉଳି ଗ୍ରାମଦେଇ, ମା ସାରଳା ମନ୍ଦିରର ପଶ୍ଚିମପାର୍ଶ୍ଵ ରେ ମୁଖ୍ୟରାସ୍ତା ରେ ମିଶିଅଛି l ଯାନିଯାତ୍ରା ଓ ପର୍ବପର୍ବାଣୀ ଦିନ ମାନଙ୍କରେ ଜନଗହଳି କୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ସାରଳା ହାଟ ପାଖରେ ମୁଖ୍ୟରାସ୍ତା କୁ ସିଲ କରିଦେଇଥାନ୍ତି l ସେହି ସମୟରେ ଏହି କନକପୁର ଦେଉଳି ରାସ୍ତା କୁ ବାଇପାସ ରୋଡ଼ ଭାବେ ବ୍ୟବହାର କରାଯାଇଥାଏ l ଅପରପକ୍ଷରେ ଏହି ରାସ୍ତା ଦେଇ ସ୍ଥାନୀୟ ଅଞ୍ଚଳର ଦଶ ବାର ଟି ପଞ୍ଚାୟତ ର ଅଧିବାସୀ ମାନେ ସାରଳା ହାଟ କୁ ଯାତାୟାତ କରିଥାନ୍ତି l ପ୍ରତିବର୍ଷ ଶାରଦୀୟ ପାର୍ବଣ ପୂଜା ପୂର୍ବରୁ ଏହି ରାସ୍ତାର ଉଭୟ ପାର୍ଶ୍ଵ କୁ ସଫାସୁତର କରାଯାଏ ଏବଂ ଖାଲଢିପ କୁ ମଧ୍ୟ ମରାମତି ହୋଇଥାଏ l ମାତ୍ର ଚଳିତବର୍ଷ ଏଥିରେ ବ୍ୟତିକ୍ରମ ଦେଖାଯାଇଛି l ଯାହାଫଳରେ ଏହି ରାସ୍ତାର ଉଭୟ ପାର୍ଶ୍ୱରେ ବଜ୍ରମୁଳି ଓ ଅରଖ ଆଦି ଗଛ ରାସ୍ତା ଉପରକୁ ମାଡିଯାଇଥିବାରୁ ଯାତାୟାତ ସମୟରେ ପଥଚାରି ଓ ଯାନବାହାନ ଗୁଡିକ ନାହିଁନଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି l ଯେତେଶୀଘ୍ର ଏହି ଦେଉଳି ରାସ୍ତାର ମରାମତି ଓ ସଫେଇ କାର୍ଯ୍ୟ କରାଇବା ପାଇଁ ବିଭାଗୀୟ ଅଧିକାରୀ ମାନେ ଆଶୁ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ସାଧାରଣରେ ଦାବୀ ହେଉଛି lତିର୍ତୋଲ ରୁ ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ
