ଛତ୍ରପୁର ବିଜ୍ଞାନ ମହାବିଦ୍ୟାଳୟରେ ବିଧାୟକ ଙ୍କ ଦ୍ଵାରା ଉଦଘାଟିତ ହେଲା ଇ-ଲାଇବ୍ରେରୀ
ଛତ୍ରପୁର- ୦୩/୧୧/୨୪(ଅରୁଣ କୁମାର ପଣ୍ଡା )ଛତ୍ରପୁର ବିଜ୍ଞାନ ମହାବିଦ୍ୟାଳୟରେ ଉଦଘାଟିତ ହୋଇଯାଇଛି ଇ-ଲାଇବ୍ରେରୀ । ଆୟୋଜିତ କାର୍ଯ୍ୟକ୍ରମରେ ଛତ୍ରପୁରର ବିଧାୟକ ଶ୍ରୀ କୃଷ୍ଣଚନ୍ଦ୍ର ନାୟକ ଯୋଗ ଦେଇ ଏହାକୁ ଉଦଘାଟନ କରିବା ସହ ଉଚ୍ଚଶିକ୍ଷା କ୍ଷେତ୍ରର ବିକାଶ ପାଇଁ ରାଜ୍ୟ ତଥା କେନ୍ଦ୍ର ସରକାର ପ୍ରତିଶୃତିବଦ୍ଧ ରହିଥିବା ବେଳେ ଛତ୍ରପୁର ବିଜ୍ଞାନ ମହାବିଦ୍ୟାଳୟକୁ ରାଜ୍ୟର ଏକ ସର୍ବଶ୍ରେଷ୍ଠ ମହାବିଦ୍ୟାଳୟରେ ପରିଣତ କରିବା ପାଇଁ ସମସ୍ତ ପ୍ରକାର ଉଦ୍ୟମ କରାଯିବ ବୋଲି ମତବ୍ୟକ୍ତ କରିଥିଲେ । କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବରେ ଛତ୍ରପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷା ଶ୍ରୀମତି ଶ୍ରମିଷ୍ଠା ପ୍ରଧାନ , ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ମୁନା ଦାଶ ଙ୍କ ଉପସ୍ଥିତିରେ ମହାବିଦ୍ୟାଳୟର ଦୀର୍ଘ ଦିନର ଦାବୀ ଇ-ଲାଇବ୍ରେରୀ ଉଦଘାଟିତ ହୋଇଥିବା ବେଳେ ବିଦ୍ୟାର୍ଥୀ ଏହି ନୂତନ ବ୍ୟବସ୍ଥା ମାଧ୍ୟମରେ ବିଭିନ୍ନ ଗ୍ରନ୍ଥ କୁ ବ୍ୟବହାର କରିବାର ସୁବିଧା ପାଇପାରିବେ । ଏହି ଅବସରରେ ମହାବିଦ୍ୟାଳୟ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଅଜୟ କୁମାର ତ୍ରିପାଠୀଙ୍କର ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଆମ ଗୈରବ ଆମ କଲେଜର ସଂଯୋଜକ ଅଧ୍ୟାପକ ଡ.ଅଜିତ କୁମାର ସେଠୀ ସ୍ୱାଗତ ଭାଷଣ ପ୍ରଦାନ କରିବା ସହିତ କାର୍ଯ୍ୟକ୍ରମର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିବା ବେଳେ ଶେଷରେ ଆଇ.କ୍ୟୁ.ଏ.ସି ସଂଯୋଜକ ତଥା ଅଧ୍ୟାପିକା ଡ.ସୁଚିସ୍ମିତା ବେହେରା ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ