November 21, 2024

ଲାଞ୍ଜିଗଡ଼ରେ ଶ୍ୟାମାକାଳୀ ପୂଜା ଉଦଯାପିତ ହୋଇଯାଇଛି

Share

ଲାଞ୍ଜିଗଡ଼ରେ ଶ୍ୟାମାକାଳୀ ପୂଜା ଉଦଯାପିତ ହୋଇଯାଇଛି l ଲାଞ୍ଜିଗଡ଼ ( ପୁରନ୍ଦର ଦଣ୍ଡସେନା ) କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ରେ ଶ୍ୟାମାକାଳୀ ପୂଜା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି l ଲାଞ୍ଜିଗଡ଼ର ଆଶ୍ରମପଡ଼ା ସ୍ଥିତ ଯୁବଶକ୍ତି ସେବା କେନ୍ଦ୍ର ଆନୁକୂଲ୍ୟରେ ଏହି ପୂଜା ନବମ ବର୍ଷରେ ପଦାର୍ପଣ କରିଛି l ବଂଶଧାରା ନଦୀରୁ ପବିତ୍ର ଜଳ ସଂଗ୍ରହ ଓ କଳସ ଯାତ୍ରା ପରେ ଅଧିବାସ ଓ ବିଲ୍ଵବରଣ ସହିତ ଆରମ୍ଭ ହୋଇଥିଲା ପୂଜନୋତ୍ସବ l ପୂଜାରେ କର୍ତ୍ତା ଭାବେ ଗୋବିନ୍ଦ ରଣା ଓ ତାଙ୍କ ଧର୍ମପତ୍ନୀ ସବିତା ରଣା, ପୂଜକ ଭାବେ ପ୍ରଭାକର ଆଚାର୍ଯ୍ୟ ଓ ପୂଜା ମଣ୍ଡପରେ ସହଯୋଗୀ ଭାବେ ଲିଙ୍ଗରାଜ ବାରିକ ଦାଇତ୍ୱ ତୁଲାଇଥିଲେ l ଦ୍ଵିତୀୟ ଦିନ ସନ୍ଧ୍ୟାର ସାଂସ୍କୃତିକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପରିଷଦ ସଭ୍ୟ ପରୀକ୍ଷିତ ନାଏକ ଯୋଗ ଦେଇଥିଲା ବେଳେ ମୁଖ୍ୟ ବକ୍ତା ଭାବେ ଲାଞ୍ଜିଗଡ଼ ଗୋଷ୍ଠୀ ସ୍ୱାସ୍ତ୍ୟକେନ୍ଦ୍ରର ଡା. ନରେନ୍ଦ୍ରନାଥ ଦାସ, ସମ୍ମାନୀତ ଅତିଥି ଭାବେ ଲାଞ୍ଜିଗଡ଼ ସରପଞ୍ଚ ସରସ୍ବତୀ ମୁଣ୍ଡା,ଲାଞ୍ଜିଗଡ଼ ପ୍ରେସକ୍ଲବ କୋଷାଧ୍ୟକ୍ଷ୍ୟ ପରେଶ କୁମାର ନାଏକ ପ୍ରମୁଖ ଯୋଗ ଦେଇଥିଲେ l ପୂଜା କମିଟିର ସଭାପତି ଲକ୍ଷ୍ମୀ ବେହେରା, ଉପସଭାପତି ମୁକେଶ ମୁଣ୍ଡା,ସମ୍ପାଦକ କୋଦଣ୍ଡଧର ପ୍ରଧାନ,ସହ ସମ୍ପାଦକ ଟୁନା ପଟ୍ଟନାୟକ,ଉପଦେଷ୍ଟା କ୍ଷମାନିଧି ସାହୁ, ଶ୍ରୀନିବାସ ଚଣ୍ଡୀ,ଦିଲୀପ ସାହୁ, ତେଜ ବଗର୍ତି,କେତନ ରଣା ଅଶ୍ବିନୀ ସାହୁ,ଶତ୍ରୁଘନ ଗୋପେ,ସଦସ୍ୟ ସ୍ବାଧୀନ, କାଳିଆ,ପ୍ରମୋଦ, ପୂର୍ଣ୍ଣଚନ୍ଦ୍ର, ସୁବ୍ରତ, ସୁଶାନ୍ତ, ଭୋଳାନାଥ,ଦେବଦାସ, ଭାସ୍କର, ବାସୁଦେବ,ଜୟ ପରମାନନ୍ଦ, ପୀତବାସ ଓ ସମସ୍ତ ସଦସ୍ୟବୃନ୍ଦ ସହଯୋଗ କରିଥିଲେ l ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ମଜା ନେଇଥିଲେ ଶ୍ରଦ୍ଧାଳୁ ଓ ସାଧାରଣ ଜନତା l ପୂଜାର ସମସ୍ତ କାର୍ଯ୍ୟକ୍ରମ ଶାନ୍ତି ଶୃଙ୍ଖଳାର ସହିତ ସମାପନ ହୋଇଥିଲା l

ଲାଞ୍ଜିଗଡ଼ରୁ ପୁରନ୍ଦର ଦଣ୍ଡସେନା / ନିୟୁଜ ଉପାନ୍ତ ଖବର