July 6, 2024

ଘୁମୁସର ଜିଲ୍ଲା ଦାବିରେ ଆସନ୍ତା ୮ ରେ ବୁଗୁଡ଼ା ବନ୍ଦ ଡାକରା

Share

ଘୁମୁସର ଜିଲ୍ଲା ଦାବିରେ ଆସନ୍ତା ୮ ରେ ବୁଗୁଡ଼ା ବନ୍ଦ ଡାକରା
ବୁଗୁଡ଼ା : ତା ୦୩/୧୧/୨୩ : ଘୁମୁସର ଜିଲ୍ଲା ଦାବିରେ ବିଭିନ୍ନ ସ୍ଥାନରେ ଆନ୍ଦୋଳନ ତୀବ୍ରତର ହେଉଥିବା ବେଳେ ବୁଗୁଡ଼ାରେ ମଧ୍ୟ ଆନ୍ଦୋଳନକୁ ଜୋରଦାର କରିବା ପାଇଁ ଘୁମୁସର ଜିଲ୍ଲା କ୍ରିୟାନୁଷ୍ଠାନ କମିଟିର ଏକ ପ୍ରସ୍ତୁତି ବୈଠକ ବୁଗୁଡ଼ା ମିଡ଼ିଆ କ୍ଳବ ଠାରେ ଅନୁଷ୍ଠିତ ହୋଇଯାଇଛି l ଓକିଲ ସଙ୍ଘ ସଭାପତି ହରପ୍ରସାଦ ଦାଶଙ୍କ ସଂଯୋଜନା ଏବଂ ଘୁମୁସର ଜିଲ୍ଲା କ୍ରିୟାନୁଷ୍ଠାନ କମିଟିର ସଭାପତି ସୋମନାଥ ନାୟକଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉକ୍ତ ବୈଠକରେ ସାଧାରଣ ସମ୍ପାଦକ ପ୍ରଶାନ୍ତ କୁମାର ବିଷୋୟୀ, ସମ୍ପାଦକ ପ୍ରକାଶ ଚନ୍ଦ୍ର ସାହୁ, ସଦସ୍ୟ ରବି ନାରାୟଣ ସାମନ୍ତ, ବୁଗୁଡ଼ା ମିଡ଼ିଆ କ୍ଳବ ସଭାପତି ଅନିଲ ପଟ୍ଟନାୟକ, ଘରୋଇ ବସ ମାଲିକ ସଙ୍ଘ ସଭାପତି ଭି.ରାଜେନ୍ଦ୍ର ରାଓ ଦୋରା, ଚ୍ଯାମ୍ବର ଅଫ କମର୍ସ ସଭାପତି ସତ୍ୟ ନାରାୟଣ ଦାଶ,ସମ୍ପାଦକ ଜେ. ପ୍ରଦୀପ କୁମାର ପୃଷ୍ଟି, ,ବରିଷ୍ଠ ନାଗରିକ ଟ୍ରଷ୍ଟ ଅଧ୍ୟକ୍ଷ ଗଙ୍ଗାଧର ବିଷୋୟୀ,ସମ୍ବାଦ ସାହିତ୍ୟ ଘର ସଭାପତି ରଘୁନାଥ ସାହୁ, ବୁଦ୍ଧଖୋଲ ଉନ୍ନୟନ ସମିତି ସମ୍ପାଦକ ସୁରେଶ ଚନ୍ଦ୍ର ଦାଶ,ଅବସରପ୍ରାପ୍ତ ଶିକ୍ଷକ ସଙ୍ଘ ସଭାପତି ବିଶ୍ୱ ମୋହନ ମିଶ୍ର,ବଣିକ ସଙ୍ଘ ସମ୍ପାଦକ ରଞ୍ଜନ କୁମାର ସାହୁ, ଶେଖର ସ୍ୱାମୀ ଯୁବକ ସଙ୍ଘର ସୁବ୍ରତ କୁମାର ମିଶ୍ର, ଆଲୋକ କୁମାର ଦାଶ, କମ୍ବୁ ପାଣି ରଥ, ସଙ୍ଘମିତ୍ରା ରଥ,ଅଟୋ ସଙ୍ଘ ସଭାପତି ଶିବ ପ୍ରସାଦ ନାୟକ, ସମ୍ପାଦକ ଯୁଗଳ କିଶୋର ପ୍ରଧାନ,କୁନା ପ୍ରଧାନ, ଭାସ୍କର ବରାଡ଼, ଅନ୍ତର୍ଯ୍ୟାମୀ ବେହେରା, କୈଳାଶ ଚନ୍ଦ୍ର ଗୌଡ଼,ପରିବା ମାର୍କେଟ ସଙ୍ଘର କୈଳାଶ ଚନ୍ଦ୍ର ପ୍ରଧାନ, ସାମ୍ବାଦିକ ଅଭୟ ପ୍ରସାଦ ପାଣିଗ୍ରାହୀ, ହର ପ୍ରସାଦ ପାଢ଼ୀ,ପୂର୍ଣ୍ଣ ଚନ୍ଦ୍ର ବାରିକ,ଓକିଲ ସଙ୍ଘ ସମ୍ପାଦକ ଅମର ପଟ୍ଟନାୟକ, ଭକ୍ତ ଚରଣ ଦାଶ,ବୁଲୁ ପାତ୍ର, ଜେ. ରମେଶ ଚନ୍ଦ୍ର ପୃଷ୍ଟି,ସନ୍ୟାସୀ ସାହୁ, ଆଶିଷ କୁମାର ବିଷୋୟୀ, ବ୍ରହ୍ମାନନ୍ଦ ଗୌଡ଼, ଚନ୍ଦ୍ର ପ୍ରଧାନ, ରବୀନ୍ଦ୍ର ନାଥ ସାହୁ, ପ୍ରତାପ ସାହୁ, ଟୁକୁ ସାହୁ,ପ୍ରମୁଖ ଆଲୋଚନା କରିବା ସହ ଘୁମୁସର ଜିଲ୍ଲା ଦାବିରେ ଆସନ୍ତା ନଭେମ୍ବର ୮ ତାରିଖରେ ବୁଗୁଡ଼ା ବନ୍ଦ କରିବା ପାଇଁ ନିଷ୍ପତି ନିଆଯାଇଥିଲା।

You may have missed