September 29, 2024

ସୁଣ୍ଡିଧାମୁଣି ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗୃହ ପ୍ରବେଶ ଅନୁଷ୍ଠିତ

Share

ସୁଣ୍ଡିଧାମୁଣି ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗୃହ ପ୍ରବେଶ ଅନୁଷ୍ଠିତ

ରାମନାଗୁଡା ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ ଅନ୍ତର୍ଗତ ସୁଣ୍ଡିଢାମୁଣି ପଞ୍ଚାୟତରେ ଅନେକ ହିତାଧିକାରୀଙ୍କୁ ଘର ତୋଳିବା ପାଇଁ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ମାଧ୍ୟମରେ ୧ ଲକ୍ଷ ୩୦ ହଜାର ଟଙ୍କା ହିତାଧିକାରୀଙ୍କୁ ସହାୟତା ପ୍ରଦାନ କରାଯାଇଥିଲା ସେମାନଙ୍କ ମଧ୍ୟରୁ ସରକାର ଙ୍କ ନିୟମ ଅନୁସାରେ ଯେଉଁ ହିତାଧିକାରୀ ୪ ମାସ ମଧ୍ୟରେ ଘରଟିକୁ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିବେ ସେମାନଙ୍କୁ ୨୦ ହଜାର ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନ କରିବା ନିମନ୍ତେ ବ୍ୟବସ୍ଥା କରିଛନ୍ତି। ସରକାର ଙ୍କ ନିୟମ ଅନୁଯାୟୀ ବ୍ଲକ ଅଧିନସ୍ଥ ସୁଣ୍ଡିଢାମୁଣି ପଞ୍ଚାୟତ ର ୬ ଜଣ ହିତାଧିକାରୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମାଧ୍ୟମରେ ଘରକୁ ସମ୍ପୂର୍ଣ୍ଣ କରିଥିବାରୁ ଦାମୋ ସାରକା (କାଲାମ ଗୁଡା), ଲାଚିମି ହାରକା,(ଚିନ୍ତା ଲୁଗୁଡା), ସଲନ୍ତି କଣ୍ଡାଗରୀ(ଗୀମିରିକଣ୍ଡା) ଦାସୀ କଣ୍ଡା ଗରୀ (କୋରଡ଼ା),ରାଧିକା ସାହୁ, ଚନ୍ଦ୍ରାମା କଣ୍ଡାଗରି(ପାଲୁପାଇ) ଙ୍କୁ ସମିତି ସଭ୍ୟ କମଳ ଲୋଚନ ମୁଟିକା
ସରପଞ୍ଚ ଭାସ୍କର କାଡ୍ରାକା, ଗ୍ରାମ ରୋଜଗାର ସେବକ ପ୍ରଦୀପ ବେହେରା , ପଞ୍ଚାୟତ ନିର୍ବାହୀ ଅଧିକାରୀ ରମାକାନ୍ତ ମାଣ୍ଡାଙ୍ଗିଙ୍କ
ଦ୍ଵାରା ଗୃହ ପ୍ରବେଶ ସହ ପ୍ରୋତ୍ସାହନମୂଳକ ରାଶି ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଥିଲା । ଏଥିରେ ରାମନାଗୁଡା ବ୍ଲକର ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୪ମାସ ମଧ୍ୟରେ ଗୃହକାର୍ଯ୍ୟ ସଂପୂର୍ଣ୍ଣ କରାଯାଇଥିବାରୁ ସରକାରଙ୍କ ପକ୍ଷରୁ ପ୍ରୋତ୍ସାହନ ରାଶି ବାବଦକୁ ୨୦ହଜାର ଟଙ୍କା ପ୍ରଦାନ କରାଯାଇଛି। ଏଥିରେ ରାୟଗଡ଼ା ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ପ୍ରଭାତ ଲେଙ୍କା , ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଦ୍ୟୁମ୍ନ ମଣ୍ଡଳ,ବ୍ଲକ ଅଧ୍ୟକ୍ଷ ରବି ଶଙ୍କର ଗମାଙ୍ଗ, ସହକାରୀ ନିର୍ବାହୀ ଯନ୍ତ୍ରୀ ରାକେଶ କୁମାର ସାହୁ, କନିଷ୍ଠ ଯନ୍ତ୍ରୀ ସୋମେଶ୍ୱର ରାଓ,ଏପିଓ କୃପାକର ବାନାପିଲି,ବିପିସି ସନ୍ତୋଷ ରତ୍ନାଲୁ,ବିପିଏମ ଯସ୍ମନ ମୁଟ୍ଟିକା,ବିପିଏ ଉମାଶଙ୍କର ପାଲକା ଉପସ୍ଥିତ ଥିଲେ ।

ରିପୋର୍ଟ ରାକେଶ କୁମାର ବେହେରା