June 29, 2024

ବାୟୁସେନା କର୍ମଚାରୀ ଙ୍କ ଅକାଳ ବିୟୋଗ |

Share

ବାୟୁସେନା କର୍ମଚାରୀ ଙ୍କ ଅକାଳ ବିୟୋଗ |

ଗୁଣପୁର -(ସୁରେନ୍ଦ୍ର ମହାନ୍ତି )ବାୟୁ ସେନାରେ କାର୍ଯ୍ୟରତ ଜଣେ କର୍ତ୍ତବ୍ୟନିଷ୍ଠ କର୍ମଚାରୀ ଙ୍କ ଅକାଳ ବିୟୋଗ ଘଟିଛି । ରାୟଗଡା ଜିଲ୍ଲା ଗୁଣୁପୁର ଶାନ୍ତି ନଗରରେ ରହୁଥିବା ପ୍ରକାଶ ଚନ୍ଦ୍ର କର ବାୟୁ ସେନାରେ ସର୍ଜଣ୍ଟ ଭାବେ କାର୍ଯ୍ୟ ସମ୍ପାଦନ କରୁଥିଲେ । କିଡ୍ନୀ ଜନିତ ରୋଗରେ ପୀଡିତ ହୋଇ ଚିକିତ୍ସିତ ହେଉଥିଲେ । ଏପରିକି ତାଙ୍କ କିଡ୍ନୀ ଅଚଳ ହୋଇ ଯାଇଥିବାରୁ ତାଙ୍କ ପତ୍ନୀ ଅନିତା ଶତପଥୀ ମଧ୍ୟ କିଡ୍ନୀ ପ୍ରଦାନ କରିଥିଲେ । ଭାଗ୍ୟର ବିଡମ୍ବନା ହେତୁ ଶ୍ରୀ କର ଗତ ଶନିବାର ଦିନ ଦୀଲ୍ଲୀରେ ମୃତ୍ୟୁ ବରଣ କରିଥିଲେ । ରବିବାର ଦିନ ପରିବାର ଲୋକଙ୍କ ଉପସ୍ଥିତିରେ ସେନା ପକ୍ଷରୁ ଗାର୍ଡ ଅଫ ଅନର ଦିଆଯାଇ ଥିଲା । ସେ ନୈନିତାଲ ରେ କାର୍ଯ୍ୟ ସମ୍ପାଦନ କରୁଥିଲେ ଦିଲ୍ଲୀଠାରେ ହିଁ ତାଙ୍କ ଶେଷକୃତ୍ୟ ବାୟୁ ସେନା ପକ୍ଷରୁ କରାଯାଇଥିଲା ।