July 1, 2024

ସକାଳର ଖବର, ୦୩-ଅକ୍ଟବର -୨୦୨୩, ମଙ୍ଗଳବାର*

Share

*╭──────────────────╮*
*🌄ସକାଳର ଖବର, ୦୩-ଅକ୍ଟବର -୨୦୨୩, ମଙ୍ଗଳବାର*
*╰──────────────────╯*
•┈┈┈┈┈┈┈┈┈┈┈┈┈┈┈┈┈┈┈•
➡️୧-କୋଭିଡ଼୍‌ ଭ୍ୟାକ୍ସିନ କ୍ଷେତ୍ରରେ ଗବେଷଣା ପାଇଁ କାଟାଲିନ କାରିକୋ ଓ ଡ୍ରିଉ ୱିସ୍‌ମ୍ୟାନ ୨ ବୈଜ୍ଞାନିକଙ୍କୁ ମିଳିବ ନୋବେଲ୍‌ ପୁରସ୍କାର l

➡️୨-ସମଗ୍ର ଦେଶରେ ୫୦୦ ଆଶାକର୍ମୀ ବ୍ଲକରେ ସଂକଳ୍ପ ସପ୍ତାହ ଆରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

➡️୩-ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ରାଷ୍ଟ୍ରପତି ଭବନ ଠାରେ ନବୀକରଣ ହୋଇଥିବା ସିଲେଇ ଦକ୍ଷତା ପ୍ରଶିକ୍ଷଣ କେନ୍ଦ୍ର “ଶକ୍ତି ହାଟ”ର ଲୋକାର୍ପଣ କଲେ ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ।

➡️୪-ସମସ୍ତ ଜିଲ୍ଲାରେ ବୁଲିବା ଆରମ୍ଭ କଲା ସାଇବର ସୁରକ୍ଷା ରଥ, ଅକ୍ଟୋବର ୧୫ ପର୍ଯ୍ୟନ୍ତ ବୁଲିବ ୩୪ଟି ସାଇବର ସୁରକ୍ଷା ରଥ l

➡️୫-ଏଣିକି X’ରେ ମଧ୍ୟ ଭିଡିଓ ଗେମ୍ ଲାଇଭ୍ ଷ୍ଟ୍ରିମ୍ କରିବାକୁ ହେବେ ସମର୍ଥ l ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମରେ ଭିଡିଓ ଗେମର ଲାଇଭ୍ ଷ୍ଟ୍ରିମ୍ ଚାଲିଛି ପରୀକ୍ଷା l

➡️୬-ରହସ୍ୟ ଘେରରେ ରାଉରକେଲା ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜଙ୍କ ମୃତ୍ୟୁ । ହୋଟେଲ୍ ସିଲ୍ କଲା ପୁଲିସ । ସେନ୍ସରି ପାର୍କରେ ଛାନଭିନ୍ କଲା ତଦନ୍ତକାରୀ ଟିମ୍ l

➡️୭-ଦୁନିଆର ବଡ଼ କମ୍ପାନୀ ଗୁଗୁଲ ପିସି ମେକର ଏଚପି ସହ ମିଶି ଭାରତରେ କ୍ରୋମବୁକର ମାନ୍ୟୁଫ୍ୟାକ୍ଚରିଙ୍ଗ ଚେନ୍ନାଇ ପାଖେ ପ୍ଲେକ୍ସ ପ୍ଲାଣ୍ଟରେ କଲା ଆରମ୍ଭ l

➡️୮-୨୦୨୩ ସେପ୍ଟେମ୍ବର ମାସର ପେଟ୍ରୋଲ ଓ ଡିଜେଲ ବିକ୍ରି ର ତାଲିକା ହେଲା ଜାରି l ଡିଜେଲର ଡିମାଣ୍ଡ ହେଲା ହ୍ରାସ, ପେଟ୍ରୋଲ ସହ ବିମାନ ଇନ୍ଧନ ଓ ଏଲ୍‌ପିଜିର ବଢ଼ିଲା ବିକ୍ରି l

➡️୯-ଭରତୀୟ କମ୍ପାନୀ ହ୍ବିସ୍କି ବିଶ୍ବରେ ହେଲା ଶ୍ରେଷ୍ଠ ବ୍ରାଣ୍ଡ୍ । ଇନ୍ଦ୍ରି ଦିଓ୍ବାଳି ୨୦୨୩ ଏଡିସନ ହ୍ବିସ୍କିକୁ ମିଳିଲା ବେଷ୍ଟ ଶୋ, ଡବଲ ଗୋଲ୍ଡ ଆଓ୍ବାର୍ଡ । ବିଶ୍ବର ନାମୀଦାମୀ କମ୍ପାନୀ ହ୍ବିସ୍କିକୁ ପଛରେ ପକାଇଦେଇ ଜିତିଲା ଏହି ପୁରସ୍କାର ।

➡️୧୦-କଙ୍ଗନା ରାଣାୱତଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ତେଜସ୍’ର ଟିଜର ହେଲା ରିଲିଜ୍ l ଏହି ଫିଲ୍ମରେ କଙ୍ଗନା ଭାରତୀୟ ବାୟୁସେନା ଭୂମିକାରେ ନଜର ଆସିବେ।

➡️୧୧-ଗୁଗୁଲ୍‌ ମ୍ୟାପ୍‌ ଦେଖି ଗାଡ଼ି ଚଳାଇବା କାଳ ହେଲା, କେରଳର କୋଚି ନିକଟ ଗୋତୁରୁତ୍‌ଠାରେ ନଦୀରେ ପଡ଼ି ଦୁଇ ଡାକ୍ତର ମୃତ l

➡️୧୨-ପୂର୍ବ-ଉତ୍ତର ରାଜ୍ୟ ପଶ୍ଚିମବଙ୍ଗ, ଆସାମ ସମେତ ଦେଶର ୪ଟି ରାଜ୍ୟରେ ଭୂକମ୍ପ ଝଟକା ଅନୁଭୂତ l ରିକ୍ଟର ସ୍କେଲରେ ୫.୨ ତୀବ୍ରତା l

➡️୧୩-ବାଙ୍ଗଲାଦେଶରେ ଜାରି ରହିଛି ଡେଙ୍ଗୁ ପ୍ରକୋପ, ଗଲାଣି ୧ ହଜାରରୁ ଅଧିକ ଜୀବନ l

➡️୧୪-ଉଦୟପୁର-ଜୟପୁର ଟ୍ରାକରେ ବନ୍ଦେ ଭାରତ ଟ୍ରେନ୍ ଦୁର୍ଘଟଣା କରାଇବାକୁ ଚକ୍ରାନ୍ତ, ଟ୍ରାକରେ ପଥର ଦେଇ ଟ୍ରେନ୍ ଓଲଟାଇବାକୁ ଯୋଜନା ହେଲା ପଣ୍ଡ l

➡️୧୫-ଦେଶର ପ୍ରଥମ ରାଜ୍ୟ ଭାବେ ବିହାର ସରକାର ଜାରିକଲେ ଜାତି ଭିତ୍ତିକ ସର୍ଭେ ରିପୋର୍ଟ l ରାଜ୍ୟରେ ୬୩% ଲୋକ ହେଉଛନ୍ତି ଅତ୍ୟନ୍ତ ପଛୁଆ ବର୍ଗର ଏବଂ ୧୫.୫% ହେଉଛନ୍ତି ସାଧାରଣ ବର୍ଗ l

➡️୧୬-ଜାତିଗତ ଜନଗଣନା ରିପୋର୍ଟ ପ୍ରକାଶ କରିବା ପାଇଁ ବିହାର ସରକାରଙ୍କ ପଦକ୍ଷେପକୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ସ୍ୱାଗତ କରିବା ସହ କହିଲେ ସାରା ଦେଶରେ ହେଉ ଜାତିଗତ ଜନଗଣନା l

➡️୧୭-ଜିମ୍ବାୱେରେ ବିମାନ ଦୁର୍ଘଟଣା : ନିଜ ହୀରା ଖଣିକୁ ପରିଦର୍ଶନରେ ଯାଉଥିବା ଭାରତୀୟ ବ୍ୟବସାୟୀ ଓ ତାଙ୍କ ପୁତ୍ର ସମେତ ୬ ମୃତ l

➡️୧୮-ଏସିଆନ୍ ଗେମ୍ସରେ ଆଜି ସକାଳେ ଭାରତ ଏବଂ ନେପାଳ ସହ କ୍ୱାର୍ଟର ଫାଇନାଲ ମ୍ୟାଚରୁ ନିଜର ଅଭିଯାନ କରିବ ଆରମ୍ଭ l

➡️୧୯-ଆଜି ଦିନ ୨ଟାରେ ୱାର୍ମ-ଅପ୍ ମ୍ୟାଚରେ ନେଦରଲାଣ୍ଡକୁ ଭେଟିବ ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମାଙ୍କ ସେନା l ବିଶ୍ୱକପ ପୂର୍ବରୁ ଆଜି ଦ୍ୱିତୀୟ ୱାର୍ମ-ଅପ୍ ମ୍ୟାଚ ଖେଳିବ ରୋହିତ ସେନା l

➡️୨୦-ଏସିଆନ୍ ଗେମ୍ସ ୨୦୨୩ : ଚତୁର୍ଥ ସ୍ଥାନ କାଏମ ରଖିଲା ଭାରତ, ଗତକାଲି ଜିତିଲା ୭ ମେଡାଲ, ୩ ରୌପ୍ୟ ସାମିଲ୍, ସ୍ୱର୍ଣ୍ଣ ନିଲ୍ l ଭାରତ ମୋଟ ପଦକ ସଂଖ୍ୟା ପହଞ୍ଚିଲା ୬୦ l

*➡️ଦୟାକରି ଧ୍ୟାନ ଦିଅନ୍ତୁ, ଯଦିଓ ସକାଳର ଖବରକୁ ପ୍ରସ୍ତୁତ କରିବାରେ ପୂର୍ଣ୍ଣ ଯତ୍ନ ନେବାକୁ ଚେଷ୍ଟା କରାଯାଇଛି, ତଥାପି, କୌଣସି ଘଟଣା, ତାରିଖ କିମ୍ବା ଅନ୍ୟାନ୍ୟ ତ୍ରୁଟି ପାଇଁ ମୁଁ ଦାୟୀ ନୁହେଁ ।।*

*🔅ଆଜି ବିଶ୍ୱ ତାପମାତ୍ରା ଦିବସ ll*
*🔅ଆଜି ବିଶ୍ୱ ପ୍ରକୃତି ଦିବସ ll*
*🔅ଆଜି ଅଶ୍ୱ ପଞ୍ଚମୀ ll*
*🔅ଆଜି ଜାତୀୟ ପରିବାର ଟିଭି ଶୋ ଦିବସ ll*
*🔅ଆଜି ଜାତୀୟ ପ୍ରେମିକା ଦିବସ ll*
*🔅ଆଜି ଜର୍ମାନୀ ଏକତା ଦିବସ ll*

*ବି. ଦ୍ର : ଡାକ୍ତରଙ୍କ ପରାମର୍ଶରେ ଅନୁମୋଦିତ ସ୍ୱାସ୍ଥ୍ୟକେନ୍ଦ୍ରଗୁଡିକରେ ୨୪ ସପ୍ତାହ ପର୍ଯନ୍ତ ଯେକୌଣସି ସମୟରେ ଗର୍ଭପାତ କରାଇବା ନିରାପଦ, ଜନହିତରେ ଜାରି ll*

*ll ଆପଣଙ୍କ ଦିନ ମଙ୍ଗଳମୟ ହେଉ ll*
*ll ଶୁଭ ସକାଳ,ସୁପ୍ରଭାତ ll*