July 1, 2024

ଗଞ୍ଜାମ ବାସୀଙ୍କୁ ପକ୍ଷରୁ ଗଞ୍ଜାମ ଷ୍ଟେସନରେ ଦ୍ରୁତଗାମୀ ଟ୍ରେନ ରହଣି ଦାବିରେ ଧାରଣା,

Share

ଗଞ୍ଜାମ ବାସୀଙ୍କୁ ପକ୍ଷରୁ ଗଞ୍ଜାମ ଷ୍ଟେସନରେ ଦ୍ରୁତଗାମୀ ଟ୍ରେନ ରହଣି ଦାବିରେ ଧାରଣା,
**************************

ଗଞ୍ଜାମ =ପ୍ରଦୀପ କୁମାର ପଣ୍ଡା

ଗଞ୍ଜାମ ଷ୍ଟେସନରେ ଦ୍ରୁତଗାମୀ ଟ୍ରେନ ରହଣି ଦାବୀରେ ପୌରାଞ୍ଚଳ ନାଗରିକ ଙ୍କ ସହ ସମସ୍ତ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତ ଜନସାଧାରଣ ମିଳିତ ପକ୍ଷରୁ ଷ୍ଟେସନ ସମୁଖରେ ସୋମବାର ଧାରଣା ଦିଆଯାଇଛି l ଅକ୍ଟୋବର 2 ଗାନ୍ଧୀ ଜୟନ୍ତୀରେ ଗାନ୍ଧୀ ଫୋଟୋ ସମୁଖରେ ଶାନ୍ତି ପୂର୍ଣ୍ଣ ଭାବେ ଧାରଣା ଦିଆଯିବ ବୋଲି ଘୋଷଣା ହୋଇଥିଲା l ପୂର୍ବ ନିସ୍ଵତୀ ଅନୁଯାଇ ବରିଷ୍ଠ ନାଗରିକଙ୍କ ସମେତ ସହରବାସୀଙ୍କ ପକ୍ଷରୁ ଏକ ବିରାଟ ଶୋଭାଯାତ୍ରାରେ ଷ୍ଟେସନରେ ପହଂଚି ବିକ୍ଷୋଭ ପଦର୍ଶନ କରିଥିଲେ l ଏହି ଧାରଣାରେ ସହର ଶତାଧିକ ମହିଳା ପୁରୁଷ ଓ ବିଭିନ୍ନ ସଂଗଠନ ସାମିଲ ହୋଇଥିବା ଦେଖିବାକୁ ମିଳିଛି l ଏହାକୁ ଦୃଷ୍ଟିରେ ରଖି ରେଳ ବିଭାଗ ଆରପିଏଫ ପୋଲିସ ଗଞ୍ଜାମ ଥାନା ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିବା ଦେଖିବାକୁ ମିଳିଛି l ରେଳ ବିଭାଗ ଡିଭିଜିନଲ କାମର୍ସିୟାଲ ମ୍ୟାନେଜର (ଡ଼ିଏସଏମ ) ଜିସି ନାୟକ, ଆରପିଏଫର ଏଏସସି ସତୀଶ ଚନ୍ଦ୍ର ସାହେ ପ୍ରମୁଖ ଉପସ୍ଥିତ ଥିଲେ l ଏହି ଷ୍ଟେସନରେ ପୂର୍ବରୁ ପୁରୀ ତିରୁପତି ଏବଂ ଭୁବନେଶ୍ୱର ଜଗଦଳ ପୁର ଏକ୍ସପ୍ରେସ ଟ୍ରେନ ରହି ଆସୁଥିଲା l କିନ୍ତୁ କରୋନା ମହାମାରୀ ଯୋଗୁଁ ଅନ୍ୟ ସମସ୍ତ ଟ୍ରେନ ସହ ଉକ୍ତ ଦୁଇଟି ଦ୍ରୁତଗାମୀ ଟ୍ରେନ ରହଣି ବାତିଲ କରାଯାଇଥିଲା l କୋଭିଡ ପରବର୍ତ୍ତୀ ସମୟ ପରେ ଅନ୍ୟ ସମସ୍ତ ଟ୍ରେନ ଚଳାଚଳ ସ୍ୱାଭାବିକ ହୋଇଥିବା ବେଳେ ଏପର୍ଯ୍ୟନ୍ତ ଦୁଇ ଦ୍ରୁତଗାମୀ ଟ୍ରେନ ଗଞ୍ଜାମ ଷ୍ଟେସନରେ ରହୁନାହିଁ l ଏନେଇ ଗଞ୍ଜାମ ପୌରାଞ୍ଚଳ ବରିଷ୍ଠ ନାଗରିକ ପରିଷଦ ପକ୍ଷରୁ ବହୁବାର ରେଳ ଉଚ୍ଚ କତୃପକ୍ଷଙ୍କୁ ବାରମ୍ବାର ଅବଗତ କରାଇବା ପରେ ରେଳ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନଥିଲା l ଏଣୁ ଶାନ୍ତିପୂର୍ଣ୍ଣ ଧାରଣା ଦେବାକୁ ବାଧ୍ୟ ହେଲୁ ବୋଲି ବରିଷ୍ଠ ନାଗରିକ ମଞ୍ଚ ସଭାପତି ଲିଙ୍ଗରାଜ ପଟ୍ଟନାୟକ ସୂଚନା ଦେଇଛନ୍ତି l ଏଥିସହ ମାଇକ ଦ୍ୱାରା ପ୍ରଚାର ମଧ୍ୟ କରାଯାଇଥିଲା l ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ବରିଷ୍ଠ ନାଗରିକ ମାନେ ଏକତ୍ରିତ ହେଇ ସ୍ମାରକପାତ୍ର ପ୍ରାଦନ କରିଥିଲେ ପୂର୍ବତନ ଉପ ବାଚସ୍ପତି ରାମଚନ୍ଦ୍ର ପଣ୍ଡା, ଏନଏସି ଅଧକ୍ଷl ପ୍ରତିଭା ପାଢ଼ୀଙ୍କ ସମେତ ମଞ୍ଚ ବରିଷ୍ଠ ସଦସ୍ୟ ବିନୋଦ ମହାପାତ୍ର, ବରିଷ୍ଠ ନାଗରିକ ସଭାପତି ଲିଙ୍ଗରାଜ ପଟ୍ଟନାୟକ, ସମ୍ପାଦକ ଗୌରୀ ଶଙ୍କର ପାଢ଼ୀ, ତ୍ରିନାଥ ପାଣିଗ୍ରାହୀ, ବୃନ୍ଦାବନ ପାଣିଗ୍ରାହୀ , ଅରୁଣ ପଣ୍ଡା ପ୍ରମୁଖ ଧାରଣାର ଉପସ୍ଥିତ ଥିଲେ l କେନ୍ଦ୍ରସରକାର ଙ୍କ ଦଗାଦିଆ ନୀତି ବାରମ୍ବାର ପ୍ରତିଶୃତି ରେ ବିଫଳ ଯେଉଁଦିନ ପର୍ଯ୍ୟନ୍ତ ଦାବୀ ପୂରଣ ନ ହେବା ଯାଏ ଧାରଣା ଜାରି ରହିବ ବୋଲି ଅଂଚଳବାସୀଙ୍କ ପକ୍ଷରୁ କୁହାଯାଇଛି l