June 5, 2025

ନୀଳଗିରି ରୁ ବଉଳ ଗଡ଼ିଆ ରାସ୍ତା ର ମରାମତି ପାଇଁ ସିପିଆଇ (ଏମ) ନୀଳଗିରି ଆଂଚଳିକ କମିଟି ତରଫରୁ ଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ*।

Share

 

ନୀଳଗିରି ( ଦେବାଶିଷ ଦାଶ )

ବାଲେଶ୍ୱର : ଉତ୍ତର ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ ପଞ୍ଚଲିଙ୍ଗେଶ୍ଵର ସାରା ଭାରତ ବର୍ଷ ରେ ପ୍ରସିଦ୍ଧ ଅଟେ। ପ୍ରତିବର୍ଷ ଏଠାକୁ ହଜାର ହଜାର ତୀର୍ଥ ଯାତ୍ରୀ ଆସି ଥାନ୍ତି । ବର୍ତ୍ତମାନ ପଞ୍ଚଲିଙ୍ଗେଶ୍ଵର କୁ ଯିବାକୁ ରାସ୍ତା ର ପରିସ୍ଥିତି କହିଲେ ନ ସରେ ।ଗାଡି ରେ ଯିବା ତ ଦୂରର କଥା , ଖାଲି ପାଦରେ ଯିବା ମଧ୍ୟ କଷ୍ଟ ସାଧ୍ୟ ହୋଇ ପଡିଛି। ଏହି ପରିପେକ୍ଷୀ ରେ ସିପିଆଇ (ଏମ)ସହିତ ବହୁ ସଂଗଠନ ରାଜ ରାସ୍ତାକୁ ଓଲ୍ହାଇଛନ୍ତି। ପ୍ରଶାସନ ତରଫରୁ ବାରମ୍ବାର ପ୍ରତିଶୃତି ମିଳେ। କିନ୍ତୁ ସଠିକ କାର୍ଯ୍ୟ ହୁଏ ନାହିଁ । ଉକ୍ତ ରାସ୍ତାରେ ଭାରୀଯାନ ଗୁଡିକ ଯାତାୟତ କରିବା ଫଳରେ ରାସ୍ତାର ପରିସ୍ଥିତି ବହୁତ ଖରାପ ହୋଇ ଯାଇଛି । ଫଳରେ ଉକ୍ତ ରାସ୍ତା ଦେଇ ଯାଉ ଥିବା ଲୋକ ମାନେ ବହୁ ଅସୁବିଧା ରେ ସମ୍ମୁଖୀନ ହେଉଛନ୍ତି । ଉକ୍ତ ରାସ୍ତା କୁ ଯାଥା ଶୀଘ୍ର ମରାମତି ସହିତ ଭାରୀଯାନ ଚଳାଚଳ କୁ ବନ୍ଦ ପାଇଁ ସିପିଆଇ (ଏମ) ଜିଲ୍ଲା ସମ୍ପାଦକ ମଣ୍ଡଳୀ ସଭ୍ଯ ବିଜୟ କୁମାର ପାତ୍ର ଙ୍କ ନେତୃତ୍ଵରେ ଏକ ପ୍ରତିନିଧି ଦଳ ବାଲେଶ୍ବର ଜିଲ୍ଲାପାଳ ଙ୍କୁ ଏକ ଦାବୀ ପତ୍ର ଦେଇଛନ୍ତି । ଏହି ପ୍ରତିନିଧି ଦଳ ରେ ଆଂଚଳିକ କମିଟି ସମ୍ପାଦକ ଜ୍ୟୋତିର୍ମୟ ରାଉତ, ମୃତ୍ୟୁଞ୍ଜୟ ନାୟକ ,ହେମେନ୍ଦ୍ର ସେଠୀ, ଗଙ୍ଗାଧର ମହାନ୍ତି, ରବିନ୍ଦ୍ର ରଣା, ନାରାୟଣ ମଲ୍ଲିକ, ଙ୍କ ସମେତ ବହୁ ସାଥୀ ଉପସ୍ଥିତ ଥିଲେ।

ଜିଲ୍ଲାପାଳ ଉକ୍ତ ଦାବୀ କୁ ଗୁରୁତ୍ୱର ସହିତ ନେଇ, ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଙ୍କୁ ୧୫ ଦିନ ଭିତରେ ପୂରଣ ପାଇଁ ଦାୟିତ୍ଵ ଦେଇଛନ୍ତି । ଯଦି ୧୫ ଦିନ ମଧ୍ୟରେ ରାସ୍ତା ମରାମତି ନ ହୁଏ ,ତେବେ ଦଳ ରାଜରାସ୍ତା କୁ ଓହ୍ଲାଇବାକୁ ବାଧ୍ୟ ହେବ ବୋଲି ଦଳର ଜିଲ୍ଲା ସମ୍ପାଦକ ମଣ୍ଡଳୀ ସଭ୍ଯ ବିଜୟ କୁମାର ପାତ୍ର ଚେତାବନୀ ଦେଇଛନ୍ତି ।