July 1, 2024

ଅବନୀ କୁମାର ବରାଳଙ୍କର 90ତମ ଜୟନ୍ତୀ ପାଳନ….

Share


ବ୍ରହ୍ମପୁର,
ଓଡିଶା ଶିକ୍ଷକ ସମାଜର ତ୍ରାଣକର୍ତ୍ତା, ନିଖିଳ ଉତ୍କଳ ଶିକ୍ଷକ ମହାସଂଘର ପ୍ରତିଷ୍ଠାତା ତଥା ଆଜୀବନ ସଂପାଦକ ସ୍ବର୍ଗତ ଅବନୀ କୁମାର ବରାଳଙ୍କର 90ତମ ଜୟନ୍ତୀ ଉତ୍ସବ ଗଂଜାମ ଜିଲ୍ଲା ଶାଖା ତରଫରୁ ସ୍ଥାନୀୟ ପ୍ରେମନଗର-7 ଲାଇନସ୍ଥିତ ଓଷ୍ଟା କାର୍ଯାଳୟ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଯାଇଛି। ମହାସଂଘର ଗଞ୍ଜାମ ଜିଲ୍ଲା ଉପ ସଭାପତି ଯୋଗିତା ବାଳୀ ପାଣିଗ୍ରାହୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏଇ କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ତଥା ନବୀନର ସଂପାଦକ ରବି ରଥ,ବରିଷ୍ଠ ସାମ୍ବାଦିକ ତଥା ସମାଜସେବୀ ବିଘ୍ନେଶ୍ଵର ସାହୁ, ଓଷ୍ଟାର ଗଞ୍ଜାମର ପ୍ରାକ୍ତନ ସଂପାଦକ ତଥା ରାଜ୍ଯ ଓଷ୍ଟାର ପ୍ରାକ୍ତନ କୋଷାଧ୍ଯକ୍ଷ କାମରାଜୁ ମହାରଣା,ଓଷ୍ଟା ଗଞ୍ଜାମର ସଂପାଦକ ବିଜୟ କୁମାର ବେହେରା ଅତିଥି ରୂପେ ଯୋଗଦେଇ ସ୍ବର୍ଗତ ବରାଳଙ୍କର ଶିକ୍ଷକ ସମାଜ ପ୍ରତି ଅବଦାନ, ଓଡ଼ିଶାର ଶିକ୍ଷା ବ୍ଯବସ୍ଥା ପ୍ରତି ନିଜର ଯୁଗାନ୍ତକାରୀ ଦିଗ୍ ଦର୍ଶନ ଉପରେ ଆଲୋଚନା କରିଥିଲେ। ବିଘ୍ନେଶ୍ଵର ସାହୁ ସ୍ବର୍ଗତ ବରାଳଙ୍କ ବହୁମୁଖୀ ପ୍ରତିଭାର ଅବତାରଣା କରିଥିଲେ।ମୁଖ୍ଯ ଅତିଥି ରବି ରଥ ସ୍ବର୍ଗତ ବରାଳଙ୍କ ପଦାଙ୍କ ଅନୁସରଣ କରି ଶିକ୍ଷକ ଓ କର୍ମଚାରୀଙ୍କ ଦାବୀ ସମାଧାନ ପାଇଁ ଐକ୍ଯ ବଦ୍ଧ ଆନ୍ଦୋଳନ ଉପରେ ମତବ୍ୟକ୍ତ କରିଥିଲେ।
କାମରାଜୁ ମହାରଣା ଅବନୀ ବାବୁଙ୍କ ଜୀବନୀ ଓ ମହାସଂଘରେ ତାଙ୍କର ବହୁବିଧ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ।ଅନ୍ଯମାନଙ୍କ ମଧ୍ଯରେ 488 ମହାବିଦ୍ୟାଳୟ ଶିକ୍ଷକ ସଂଘର ଦକ୍ଷିଣାଞ୍ଚଳ ସଭାପତି ପ୍ରଶାନ୍ତ କୁମାର ପାତ୍ର, ଶ୍ଯାମ ସୁନ୍ଦର ଖାଡଙ୍ଗା, ରାମ ଚନ୍ଦ୍ର ପୋଲାଇ ,କୋରେଶ ଚନ୍ଦ୍ରଶତପଥୀ,ପ୍ରକାଶଚନ୍ଦ୍ରପାଣିଗ୍ରାହୀ ,ରାଜନ୍ଦ୍ର କୁମାର ପଣ୍ଡା,ପ୍ରଦୀପ କୁମାର ସାହୁ(ସେବା ନିବୃତ୍ତ ବିକାଶ ମଞ୍ଚର ସଂପାଦକ),ରାଜ୍ଯ ମହାସଂଘର ଯୁଗ୍ମ ସାଧାରଣ ଦେବହରି ମହାନ୍ତି ପ୍ରମୁଖ ଉଦବୋଧନ ଦେଇ ସ୍ବର୍ଗତ ବରାଳଙ୍କ ଆନ୍ଦୋଳନ, ଓଡିଶାରେ ଶିକ୍ଷା ବଞ୍ଚାଅ ଆନ୍ଦୋଳନ ଉପରେ ଆଲୋକପାତ କରିଥିଲେ।ମହାସଂଘର ସମ୍ପାଦକ ଅଶୋକ କୁମାର ଦଳାଇ ଅତିଥି ପରିଚୟ ଓ ଉତ୍ସବର ଉଦ୍ଦେଶ୍ଯ ଜ୍ଞାପନ ସହ ବିବରଣୀ ପ୍ରଦାନ କରିଥିଲେ।ଧନ୍ୟବାଦ ଅର୍ପଣ କରିଥିଲେ।ଏହି ଅବସରରେ ମହାସଂଘର ପ୍ରାକ୍ତନ ନେତୃତ୍ବ ସିମାଞ୍ଚଳ ଶାସମଲ,ଶ୍ଯାମସୁନ୍ଦର ଖାଡ଼ଙ୍ଗା,ମୃତ୍ୟୁଞ୍ଜୟ ତ୍ରିପାଠୀ,ରାଜେନ୍ଦ୍ର କୁମାର ପଣ୍ଡା,କୁର୍ମୁ ନାଥ ସାବତ ,ଦେବହରି ମହାନ୍ତିଙ୍କୁ ମହାସଂଘର ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା।ଶେଷରେସହ ସଂପାଦକ କୈଳାସ ଚନ୍ଦ୍ର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

You may have missed