July 1, 2024

ବୁଗୁଡ଼ାରେ ପୋଲିସର ଘନ ଘନ ଫ୍ଲାଗମାର୍ଚ୍ଚ…

Share


ବୁଗୁଡ଼ା : ତା ୦୩/୦୬/୨୪ : ସାଧାରଣ ନିର୍ବାଚନର ମତଗଣନା ଜୁନ୍ ୪ ତାରିଖରେ ହେବାକୁ ଯାଉଥିବା ବେଳେ ଅଞ୍ଚଳରେ ସମ୍ଭାବ୍ୟ ରାଜନୈତିକ ହିଂସାକୁ ପ୍ରତିହତ କରିବା ପାଇଁ ପୋଲିସ ପକ୍ଷରୁ ଘନ ଘନ ଫ୍ଲାଗ୍ ମାର୍ଚ୍ଚ ଚାଲିଛି । ରାତ୍ରୀକାଳରେ ଅଯଥା ବିଚରଣ ନକରିବାକୁ ନିବେଦନ କରାଯାଉଛି । ଗଞ୍ଜାମର ଖଲିକୋଟ ଓ ପୋଲସରାରେ ସଂଗଠିତ ପ୍ରାକ୍ ନିର୍ବାଚନୀ ହିଂସାକାଣ୍ଡ ଘଟଣା ପରିପ୍ରେକ୍ଷୀରେ ଏଠାକାର ଅପରାଧୀଙ୍କ ଉପରେ କଡା ନଜର ରଖିବା , ଜନସାଧାରଣଙ୍କୁ ସୁରକ୍ଷା ଯୋଗାଇବା ସହ ଭୟ ଦୂର କରିବା ସକାଶେ ଘନ ଘନ ଫ୍ଲାଗ୍ ମାର୍ଚ୍ଚ ଚାଲିଛି । ପୋଲିସର ଫ୍ଲାଗ୍ ମାର୍ଚ୍ଚ ଯୋଗୁଁ ବୁଗୁଡା ସହରର ଦୋକାନ ବଜାର ରାତି ଆଠଟା ବେଳକୁ ବନ୍ଦ କରିବାକୁ ପଡୁଛି । ଗଞ୍ଜାମ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଜଗମୋହନ ମୀନାଙ୍କ ନିର୍ଦେଶ କ୍ରମେ ଏସଡିପିଓ ସୁଜିତ ନାୟକଙ୍କ ତତ୍ତ୍ବାବଧାନରେ ବାଲିପଦର ଫାଣ୍ଡି ଅଧିକାରୀଙ୍କ ସମେତ ଭଞ୍ଜନଗର ପୋଲିସ ଉପଖଣ୍ଡ ଅଧିନସ୍ଥ ବିଭିନ୍ନ ଥାନାର ଅଧିକାରୀମାନେ ଏବଂ ପୋଲିସ୍ ଫୋର୍ସ ଏହି ଫ୍ଲାଗ୍ ମାର୍ଚ୍ଚରେ ସାମିଲ ରହୁଥିବା ଦେଖିବାକୁ ମିଳୁଛି ।

You may have missed