July 1, 2024

ଶିବ ବିବାହ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ…..

Share

 

ଉମରକୋଟ:- ଆଜି ଉମରକୋଟ ସହର ର ଗୁଲି ପାଟଣା ସାହି ଠାରେ ଥିବା ବାବା ବୈଦ୍ୟନ।ଥେଶ୍ୱର ମହାଦେବ ମନ୍ଦୀର ପ୍ରାଙ୍ଗଣ ରେ ଶିବ ବିବାହ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେଇଥିଲା। ସଭା ପ୍ରାରମ୍ଭ ରେ କୃଷ୍ଣ ପ୍ରାସାଦ ପଟନାୟକ ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ମନ୍ଦୀର ପରିଚାଳନ। କମିଟି ସଭାପତି ଜୟ ଦେବ କୁମାର ପରିଡ଼ା ସଭାପତିତ୍ବ କରି ଥିଲେ । ବୈଠକ ରେ ଗତ ବର୍ଷ ଶିବ ବିବାହ ର ସମସ୍ତ ଖର୍ଚ୍ଚ ର ବିବରଣୀ ମହେନ୍ଦ୍ର ଦାସ ପ୍ରଦାନ କରି ଥିଲେ। ସମାଜ ସେବୀ ବାମ୍ବା ପଟନାୟକ ସଭାରେ ଶିବ ଓ ପାର୍ବତୀ ଙ୍କ ଦାୟିତ୍ଵ ଗ୍ରହଣ କରିଥିବା ପିତା ଓ ମାତା ଙ୍କ ଭୂମିକା ଓ ଦାୟିତ୍ଵ ଜଣ ରହିବ ପ୍ରାଞ୍ଜଳ ଭାବରେ ବୁଝାଇ ଥିଲେ। ଚଳିତ ବର୍ଷ
ଚନ୍ଦ୍ର ଶେଖର ( ଶିବ) ଙ୍କ ମାତା ଓ ପିତା ଭାବରେ ଶ୍ରୀମତୀ ରଶ୍ମୀ କୁମାରୀ ପଣ୍ଡା ଓ ରାମ ଚନ୍ଦ୍ର ପଣ୍ଡା ଓ ମାତା ପାର୍ବତୀ ଙ୍କ ମାତା ପିତା ଭାବରେ ଶ୍ରୀମତୀ ସୁଜ୍ଞାନି ଦାସ ଓ ପ୍ରଶାନ୍ତ କୁମାର ଦାସ ଦାୟିତ୍ୱ ତୁଲାଇବେ। ୪/୬/୨୪ ତାରିଖ ଦିନ ସକାଳ ୯/୧୧ ରୁ
୧୧.୩୦ ମଧ୍ୟ ରେ ବେଦୀ ଶୁଭ ପଡିବ। ୯/୬/୨୪ ତାରିଖ ଦିନ ୧୧/୩୫ ରୁ ୧/୦୯ ମଧ୍ୟ ରେ ନିର୍ବନ୍ଧ ହେବ। ୧୦/୬/୨୪ ତାରିଖ ଦିନ ରାତ୍ର ୯/୦୭ ରୁ ୧୦/୩୫ ମିନିଟ ସମୟ ରେ ହସ୍ତ ଗ୍ରନ୍ଥି ପଡିବ। ବିବାହ ର ସମସ୍ତ ସମୟ, ରୀତି ନୀତି ମନ୍ଦୀର ପୂଜକ ଲକ୍ଷ୍ମୀ ଧର ତ୍ରିପାଠୀ ସୁଚନା ପ୍ରଦାନ କରି ଥିଲେ। ଶେଷ ରେ ଅଶୋକ କୁମାର ସାହୁ ଧନ୍ୟବାଦ୍ ପ୍ରସ୍ତାବ ପ୍ରଦାନ କରିଥିଲେ। ୧୦ ତାରିଖ ରାତି ଉମରକୋଟ ସହର ବାସି ଙ୍କ ପାଇ ମନ୍ଦୀର ପ୍ରାଙ୍ଗଣ ରେ ପ୍ରସାଦ ସେବନ ବ୍ୟବସ୍ଥା କରା ଯାଇଛି। ସଭାପତିତ୍ବ ଜୟ ଦେବ କୁମାର ପରିଡ଼ା ନିଜ ଭାଷଣ ରେ ସମସ୍ତ କାର୍ଯ୍ୟ ସୂଚାରୁ ଶାନ୍ତି ଶୃଙ୍ଖଳା ଓ ମହା ଆଡମ୍ବରରେ ରେ ସମ୍ପନ୍ନ ହେବ ସେଥିନେଇ ସମସ୍ତଙ୍କ ସହଯୋଗ କାମନା କରି ଥିଲେ। ଆଜିର ଏହି ବୈଠକ ରେ ଶିବ ଓ ପାର୍ବତୀ ଙ୍କ ଦାୟିତ୍ୱ ନେଇଥିବା ପିତା ମାତା ଙ୍କ ସମେତ ସହର ର ବହୁ ସଂଖ୍ୟାରେ ଜନ ସଧାରଣ ଯୋଗ ଦେଇ ଥିଲେ।(ଏମ.ଦିନା°ଶୁ ଆଚାରୀ)

You may have missed