July 1, 2024

*ଟାଟା ପାଓ୍ବାର ର ଅନ୍ୟାୟପୂର୍ଣ ବିଦ୍ୟୁତ ସଂଯୋଗ କାଟିବା ନୀତି ର ପ୍ରତିବାଦ*

Share

ଆସିକା, ୦୩/୦୬. ଆସିକା ଜୟପୁର ଗ୍ରାମ ପଞ୍ଚାୟତର ପଢାଳ ଗ୍ରାମର ବାଉରୀ ସାହି(ଦଳିତ ସାହି)ର ୨୦ ରୁ ଉର୍ଦ୍ଧ୍ବ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଗରିବ ପରିବାର ମାନଙ୍କ ବିଦ୍ୟୂତ ସଂଯୋଗ ବିଚ୍ଛିନ୍ନ କରିବା ନେଇ ଆଜି ସି.ପି.ଆଇ(ଏମ୍ ଏଲ୍) ରେଡଷ୍ଟାର ଆସିକା ବ୍ଳକ କମିଟି ର ସମ୍ପାଦକ ରାମଚନ୍ଦ୍ର ବାଡତ୍ୟା ଙ୍କ ନେତୃତ୍ବ ରେ ନୂଆଗାଁ କନିଷ୍କ ଯନ୍ତ୍ରୀଙ୍କ ସମ୍ମୁଖରେ ପ୍ରତିବାଦ କରିବା ସହ ସେକ୍ସନ ୨ ର ଜେଇଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି। ପଢାଳ ଗ୍ରାମର ଅନେକ ପରିବାରଙ୍କ ଦୀର୍ଘ ୬ ମାସ ଧରି ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ ହୋଇ ହନ୍ତସନ୍ତ ହେଉଛନ୍ତି। ଆଉ କେତେକ ଡିପୋଜିଟ କଲା ପରେ ମଧ୍ୟ ବାରମ୍ବାର କାଟି ଦିଆଯାଉଛି। ପଢାଳ ଗ୍ରାମର ହାର ନାହକ ଏବଂ ସପନି ନାହକ ଅଭିଯୋଗ କରିଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ପରିବାର ମାନଙ୍କୁ ଆରଜିବିପିଏଲ ସ୍କିମରେ ସଂଯୋଗ ଦିଆଯାଇଥିଲା। ଏହି ସ୍କିମରେ ଅନେକ ବ୍ୟତିକ୍ରମ କରି ବିଦ୍ୟୁତ ସଂଯୋଗ ନଥାଇ ବିଲ୍ ଆସୁଥିବା ନଜର କୁ ଆସିଥିଲା। ଏହି ଗ୍ରାମର ଗଙ୍ଗା ନାହକ, ଭାସ୍କର ନାହକ ଏବଂ ଅନେକ ପରିବାର ର ଏହି ବିଲ୍ ଆସିବା ଦେଖି ୩ ବର୍ଷ ତଳେ ସେହି ସମୟର କନିଷ୍ଠ ଯନ୍ତ୍ରୀ ମହେଶ୍ଵର ମାହାରଣାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ସି.ପି.ଆଇ(ଏମ୍ ଏଲ୍) ରେଡଷ୍ଟାର ର ଜିଲ୍ଲା ସଂପାଦକ ଶଙ୍କର ଇନକିଲାବ। ଏହାପରେ କିଛି ଉପଭୋକ୍ତା ଙ୍କୁ ବିଦ୍ୟୁତ ସଂଯୋଗ ଦିଆଯାଇଥିଲା କିନ୍ତୁ ଏହା ପରେ ମନଇଛା ବିଲ ଆସିବା କଥା ବାରମ୍ବାର ଜଣାଇଥିଲେ ସୁଦ୍ଧା ସେମାନଙ୍କ ଅଭିଯୋଗ ପ୍ରତି କର୍ଣ୍ଣପାତ କରିନାହାଁନ୍ତି । ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଉପଭୋକ୍ତା ପ୍ରତି ଏଭଳି ଲୁଣ୍ଡନ ନୀତି ଯୋଗୁଁ ବିଦ୍ୟୁତ ଦେୟ ଜମା କରିବା କ୍ଷେତ୍ରରେ ବିଫଳ ହୋଇଥିଲେ। ଆଜି ପର୍ଯ୍ୟନ୍ତ ଏହାର ସ୍ଥାୟୀ ପ୍ରତିକାର ହୋଇନାହିଁ । ମନଇଛା ବିଦ୍ୟୁତ ଦେୟ ଏବଂ ବିଦ୍ୟୁତ ବିଲ୍ ପୈଠ କରୁନାହାନ୍ତି କହି ବିଦ୍ୟତ୍ ସଂଯୋଗ ଅନ୍ୟାୟପୂର୍ଣ ଭାବେ ଗତ ୬ ମାସ ହେଲା କାଟି ଦେଇଛନ୍ତି । ଖରାବର୍ଷାରେ ଛଟପଟ ହୋଇ ଏ ଉପଭୋକ୍ତା ମାନେ ମରୁଛନ୍ତି। ତୁରନ୍ତ ବିଦ୍ୟୁତ ସଂଯୋଗ ପ୍ରଦାନ କରିବା ଏବଂ ସାମର୍ଥ୍ୟ ମୁତାବକ ପ୍ରକୃତ ବିଲ ଦେବାର ବ୍ୟବସ୍ଥା କରିବା ପାଇଁ ଦାବି ଉପସ୍ଥାପନ କରିଥିଲେ। ଏଥିରେ ଖିଲାପ ହେଲେ ଅନ୍ୟଥା କାର୍ଯ୍ୟାଳୟ ସମ୍ମୁଖରେ ଦୁର୍ବାର ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଥିଲେ। ନୂଆଗାଁ ସେକ୍ସନ ୨ ର କନିଷ୍କ ଯନ୍ତ୍ରୀ ଏବଂ ଉପଖଣ୍ଡ ଅଧିକାରୀ ଙ୍କୁ ସାକ୍ଷାତ କରି ଦୃଢ ଦାବି ଉପସ୍ଥାପନ କରାଯାଇଛି। ଏହି ଆଲୋଚନା ସମୟରେ ପାର୍ଟି ର ଜିଲ୍ଲା ସମ୍ପାଦକ ଶଙ୍କର ଇନକିଲାବ ଙ୍କ ସମେତ ବହୁ ଅଭିଯୋଗ କାରି ଉପସ୍ଥିତ ଥିଲେ। ଭୟଙ୍କର ଗ୍ରୀଷ୍ମପ୍ରବାହ ହେଉଥିବା ସମୟରେ ଗରିବ ଗ୍ରାମବାସୀଙ୍କ ସମସ୍ୟାର ତୁରନ୍ତ ସମାଧାନ କରିବା ପାଇଁ ଦାବି ରଖିଥିଲେ। ଆସନ୍ତା ୭ ଜୁନ ମଧ୍ୟରେ ଏହାର ସମାଧାନ କରାଯିବ ବୋଲି କନିଷ୍କ ଯନ୍ତ୍ରୀ ଜଣାଇଛନ୍ତି।

You may have missed