March 12, 2026

ଘରୁ ଡାକିନେଇ ଯୁବକକୁ ଛୁରୀ ଭୁସି ହତ୍ୟା ..

IMG-20250503-WA0007
Share

 

 

କୁଜଙ୍ଗ ଥାନା ଅଧିନ ମଙ୍ଗରାଜ ପୁର ଗ୍ରାମରେ ବିଭତ୍ସ ହତ୍ୟା, ଘରୁ ଡାକିନେଇ ଗାଁ ପଡିଆରେ ମାରଣାସ୍ତ୍ର ରେ ବିଭତ୍ସ ହତ୍ୟା। ସୂଚନାନୁଯାୟୀ କୁଜଙ୍ଗ ଥାନା ମଙ୍ଗରାଜପୁର ଗ୍ରାମର ରମାକାନ୍ତ ବେହେରା ଜଣେ ଦିନ ମଜୁରିଆ , ସେ ରୋଷେଇ କରି ପରିବାର ପ୍ରତିପୋଷଣ କରନ୍ତି। ଗତକାଲି ସଂନ୍ଧ୍ଯା ରେ ରମାକାନ୍ତ ଓ ତାଙ୍କ ସାଙ୍ଗ ମାନଙ୍କ ମଧ୍ୟରେ କୌଣସି କଥା କୁ ସାମାନ୍ୟ ବଚସା ହୋଇଥିଲା। ସେହି ବଚସା କୁ କେନ୍ଦ୍ର କରି ସାଙ୍ଗ ମାନେ ବିଳମ୍ବିତ ରାତିରେ ରମାକାନ୍ତ କୁ ଶୋଇଥିବା ଅବସ୍ଥାରେ ଘରୁ ଡାକିନେଇ ଗାଁ ବାଙ୍କମୁଣ୍ଡା ପୋଲ ନିକଟରେ ହତ୍ୟା କରି ଗାଁ ବିଣାପାଣୀ କ୍ଲବ ଚଉରା ନିକଟରେ ପକାଇ ଦେଇଥିଲେ। ଖବରପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆମ୍ବୁଲାନ୍ସ ଯୋଗେ କୁଜଙ୍ଗ ମେଡିକାଲ ରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି। ।ଘଟଣା ରେ ପୋଲିସ ୩ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରିଥିବା ବେଳେ ମୁଖ୍ୟ ଆସାମୀ ଫେରାଇ ହୋଇଯାଇ ଥିବା ଜଣା ପଡିଛି। ତେବେ ପୂର୍ବ ଶତୃତାକୁ ନେଇ ହତ୍ୟାକାଣ୍ଡ ଘଟିଛି, ଏନେଇ ପୋଲିସ ଏକ ମାମଲା ରୁଜୁ କରିବା ସହିତ ସଂପୃକ୍ତ ୩ଜଣଙ୍କୁ ଅଟକ ରଖି ତଦନ୍ତ ଚଳାଇବା ସହିତ ଅନ୍ୟ କେଉଁ ମାନେ ସଂପୃକ୍ତ ଅଛନ୍ତି ଏହାକୁ ନେଇ ଅଧିକ ଛାନଭିନ୍ ଚଳାଇଛି ବୋଲି ଏସଡିପିଓ ଚିନ୍ମୟ ରାଉତ୍ ପ୍ରକାଶ କରିଛନ୍ତି।

 

(ପାରାଦୀପ ରୁ ଦେବାଶିଷ ପାଣିଙ୍କ ରିପୋର୍ଟ ଉପାନ୍ତ ଖବର )