ଖବର ଆଜିର
*ଖବର ଆଜିର*
*ତାରିଖ ୦୩/୦୪/୨୩, ସୋମବାର*
*୧-ଆଜିଠୁ ମାଟ୍ରିକ ଖାତାଦେଖା,୫୬ଟି ମୂଲ୍ୟାୟନ କେନ୍ଦ୍ରରେ ୧୩ ହଜାର ଶିକ୍ଷକ-ଶିକ୍ଷୟିତ୍ରୀ ନିୟୋଜିତ।*
*୨-2023-2024 ଶିକ୍ଷା ବର୍ଷ ଆଜିଠୁ ଆରମ୍ଭ, ପ୍ରଥମ ଶ୍ରେଣୀରୁ ଦ୍ୱାଦଶ ଯାଏଁ ପାଠ ପଢ଼ା ହେବ।*
*୩-ଆଜିଠୁ ସପ୍ତାହେ ବ୍ୟାପି ମୁଖ୍ୟ ମନ୍ତ୍ରୀଙ୍କ ଜାପାନ ଗସ୍ତ, ବାଣିଜ୍ୟିକ ସମ୍ମୀଳନୀ ଓ ସରକାରୀ କାର୍ଯ୍ୟରେ ଯୋଗ ଦେବେ।*
*୪-ଜଳେଶ୍ୱରରେ ତାଣ୍ଡବ ରଚିଲା ପଶ୍ଚିମା ଝଡ଼: ଭାଙ୍ଗିଲା ଗଛ, ଉଡିଲା ଚାଳ।*
*୫-ଚୌଦ୍ବାର:ଭୁଲ ନିଷ୍ପତ୍ତି ଅଭିଯୋଗ, ଛୁରାମାଡ଼ ସହ ଅମ୍ପାୟାରଙ୍କୁ ବ୍ୟାଟରେ ପିଟି ହତ୍ୟା।*
*୬-ବଢୁଛି ହରଡ଼ ଡାଲି ଦର, ୧୫ ଦିନରେ ପାଖାପାଖି ୧୦ ପ୍ରତିଶତ ବୃଦ୍ଧି ଘଟିଛି।*
*୭-ଶାସକ ଦଳର ଅନୁକମ୍ପା ବନାମ ବିରୋଧୀଙ୍କ ଆଇନଶୃଙ୍ଖଳା : ସରଗରମ୍ ହେଉଛି ଝାରସୁଗୁଡ଼ା ରାଜନୀତି।*
*୮-ରମା ଦେବୀ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଥିବା ଅଟୋରୁ ମୃତଦେହ ଉଦ୍ଧାର : ପରିଚୟ ଅସ୍ପଷ୍ଟ ।*
*୯-ଝାରସୁଗୁଡ଼ା:ସମର୍ଥ ଅଗ୍ରୱାଲ ହତ୍ୟାକାଣ୍ଡ, ସିନ୍ ରିକ୍ରିଏସନ ସହ ଆଉ ଜଣକୁ ଉଠାଇ ନେଲା ପୋଲିସ୍।*
*୧୦-ମହାକାଳପଡ଼ା:ଅଜଣା ଜନ୍ତୁ ଆତଙ୍କ, ଆକ୍ରମଣରେ ୩୫ ମେଣ୍ଢା ମୃତ।*
*୧୧-ବୌଦ୍ଧ ପଞ୍ଚମ ଆଇଆରବି ବାଟାଲିୟନ ରାଜ୍ୟର ଶ୍ରେଷ୍ଠ ବାଟାଲିଅନ ଭାବରେ ପୁରସ୍କୃତ।*
*୧୨-ମୁମ୍ବାଇ: ଉତ୍ତର ପ୍ରଦେଶର ରିଷି ସିଂହ ଇଣ୍ଡିଆନ୍ ଆଇଡଲ୍ ୧୩ ବିଜେତା।*
*୧୩-ଆପ୍ ଜରିଆରେ ଠକି ନେଲା ୯କୋଟି ଟଙ୍କା, ଅଭିଯୁକ୍ତକୁ ପୁଣେରୁ ଗିରଫ କଲା EOW।*
*୧୪-IPL 2023: ରାଜସ୍ଥାନର ଏକତରଫା ବିଜୟ, ହାଇଦ୍ରାବାଦକୁ ୭୨ ରନରେ ହରାଇଲା, ଚହଲଙ୍କୁ ୪ ଓ୍ଵିକେଟ୍।*
*୧୫-ମସୁରୀ-ଡେରାଡୁନ୍ ରାସ୍ତା:ଖାଲକୁ ଖସିଲା ବସ୍, ୨ ମୃତ, ୨୬ ଆହତ।*
*୧୬-୨ ବର୍ଷର ଦଣ୍ଡାଦେଶ ବିରୋଧରେ ଉପର କୋର୍ଟକୁ ଯିବେ ରାହୁଲ । ଆଜି କରିପାରନ୍ତି ଅପିଲ୍, ଏପଟେ ସାଂସଦ ପଦ ରଦ୍ଦ ନେଇ ବିରୋଧ ଜାରି ରଖିଛି କଂଗ୍ରେସ ।*
*୧୭-ୱାଶିଂଟନ: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୂନର୍ବାର ବିଶ୍ବର ସବୁଠାରୁ ଲୋକପ୍ରିୟ ନେତା ବିବେଚିତ ହୋଇଛନ୍ତି।*
*୧୮-ପୁଣି ଡରାଇଲାଣି କରୋନା । ଅତିରକ୍ତ ବୁଷ୍ଟର ଡୋଜ ପାଇଁ ପରାମର୍ଶ ଦେଲା WHO ।*
. *🙏 ସୁପ୍ରଭାତ🙏*