ଖବର ଆଜିର
ଖବର ଆଜିର
ତାରିଖ ୦୩/୦୪/୨୩, ସୋମବାର
୧-ଆଜିଠୁ ମାଟ୍ରିକ ଖାତାଦେଖା,୫୬ଟି ମୂଲ୍ୟାୟନ କେନ୍ଦ୍ରରେ ୧୩ ହଜାର ଶିକ୍ଷକ-ଶିକ୍ଷୟିତ୍ରୀ ନିୟୋଜିତ।
୨-2023-2024 ଶିକ୍ଷା ବର୍ଷ ଆଜିଠୁ ଆରମ୍ଭ, ପ୍ରଥମ ଶ୍ରେଣୀରୁ ଦ୍ୱାଦଶ ଯାଏଁ ପାଠ ପଢ଼ା ହେବ।
୩-ଆଜିଠୁ ସପ୍ତାହେ ବ୍ୟାପି ମୁଖ୍ୟ ମନ୍ତ୍ରୀଙ୍କ ଜାପାନ ଗସ୍ତ, ବାଣିଜ୍ୟିକ ସମ୍ମୀଳନୀ ଓ ସରକାରୀ କାର୍ଯ୍ୟରେ ଯୋଗ ଦେବେ।
୪-ଜଳେଶ୍ୱରରେ ତାଣ୍ଡବ ରଚିଲା ପଶ୍ଚିମା ଝଡ଼: ଭାଙ୍ଗିଲା ଗଛ, ଉଡିଲା ଚାଳ।
୫-ଚୌଦ୍ବାର:ଭୁଲ ନିଷ୍ପତ୍ତି ଅଭିଯୋଗ, ଛୁରାମାଡ଼ ସହ ଅମ୍ପାୟାରଙ୍କୁ ବ୍ୟାଟରେ ପିଟି ହତ୍ୟା।
୬-ବଢୁଛି ହରଡ଼ ଡାଲି ଦର, ୧୫ ଦିନରେ ପାଖାପାଖି ୧୦ ପ୍ରତିଶତ ବୃଦ୍ଧି ଘଟିଛି।
୭-ଶାସକ ଦଳର ଅନୁକମ୍ପା ବନାମ ବିରୋଧୀଙ୍କ ଆଇନଶୃଙ୍ଖଳା : ସରଗରମ୍ ହେଉଛି ଝାରସୁଗୁଡ଼ା ରାଜନୀତି।
୮-ରମା ଦେବୀ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଥିବା ଅଟୋରୁ ମୃତଦେହ ଉଦ୍ଧାର : ପରିଚୟ ଅସ୍ପଷ୍ଟ ।
୯-ଝାରସୁଗୁଡ଼ା:ସମର୍ଥ ଅଗ୍ରୱାଲ ହତ୍ୟାକାଣ୍ଡ, ସିନ୍ ରିକ୍ରିଏସନ ସହ ଆଉ ଜଣକୁ ଉଠାଇ ନେଲା ପୋଲିସ୍।
୧୦-ମହାକାଳପଡ଼ା:ଅଜଣା ଜନ୍ତୁ ଆତଙ୍କ, ଆକ୍ରମଣରେ ୩୫ ମେଣ୍ଢା ମୃତ।
୧୧-ବୌଦ୍ଧ ପଞ୍ଚମ ଆଇଆରବି ବାଟାଲିୟନ ରାଜ୍ୟର ଶ୍ରେଷ୍ଠ ବାଟାଲିଅନ ଭାବରେ ପୁରସ୍କୃତ।
୧୨-ମୁମ୍ବାଇ: ଉତ୍ତର ପ୍ରଦେଶର ରିଷି ସିଂହ ଇଣ୍ଡିଆନ୍ ଆଇଡଲ୍ ୧୩ ବିଜେତା।
୧୩-ଆପ୍ ଜରିଆରେ ଠକି ନେଲା ୯କୋଟି ଟଙ୍କା, ଅଭିଯୁକ୍ତକୁ ପୁଣେରୁ ଗିରଫ କଲା EOW।
୧୪-IPL 2023: ରାଜସ୍ଥାନର ଏକତରଫା ବିଜୟ, ହାଇଦ୍ରାବାଦକୁ ୭୨ ରନରେ ହରାଇଲା, ଚହଲଙ୍କୁ ୪ ଓ୍ଵିକେଟ୍।
୧୫-ମସୁରୀ-ଡେରାଡୁନ୍ ରାସ୍ତା:ଖାଲକୁ ଖସିଲା ବସ୍, ୨ ମୃତ, ୨୬ ଆହତ।
୧୬-୨ ବର୍ଷର ଦଣ୍ଡାଦେଶ ବିରୋଧରେ ଉପର କୋର୍ଟକୁ ଯିବେ ରାହୁଲ । ଆଜି କରିପାରନ୍ତି ଅପିଲ୍, ଏପଟେ ସାଂସଦ ପଦ ରଦ୍ଦ ନେଇ ବିରୋଧ ଜାରି ରଖିଛି କଂଗ୍ରେସ ।
୧୭-ୱାଶିଂଟନ: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୂନର୍ବାର ବିଶ୍ବର ସବୁଠାରୁ ଲୋକପ୍ରିୟ ନେତା ବିବେଚିତ ହୋଇଛନ୍ତି।
୧୮-ପୁଣି ଡରାଇଲାଣି କରୋନା । ଅତିରକ୍ତ ବୁଷ୍ଟର ଡୋଜ ପାଇଁ ପରାମର୍ଶ ଦେଲା WHO ।
. 🙏 ସୁପ୍ରଭାତ🙏