February 4, 2025

ନୂତନ ସରକାର ରେ ମଧ୍ୟାହ୍ନ ଭୋଜନ ନୂତନ ବ୍ୟବସ୍ଥା  

Share

 

 

କୋଲନରା: ( ସଞ୍ଜୀବ କଣ୍ଡାଗରୀ )ରାୟଗଡ଼ା ଜିଲ୍ଲା ସବୁବେଳେ ଚର୍ଚ୍ଚା ର କେନ୍ଦ୍ର ବିନ୍ଦୁ ପଲୁଟୁଥିବା ବେଳେ ଗଣ ଶିକ୍ଷା ବିଭାଗ ର ବିଚିତ୍ର ନୀଳା ଉପରେ ଆଲୋଚନା ଜୋର ଧରିଛି । ଛାତ୍ର ଛାତ୍ରୀଙ୍କୁ ବିଦ୍ୟାଳୟ ପ୍ରତି ଆକୃଷ୍ଟ କରିବା ପାଇଁ ସରକାରଙ୍କ ତରଫରୁ ମଧ୍ୟାହ୍ନ ଭୋଜନ ଯୋଗାଣ ବ୍ୟବସ୍ଥା ଆରମ୍ଭ କରା ଯାଇଛି। ତେବେ ବିଭାଗୀୟ ଅଧିକାରୀଙ୍କ ଉଦାସୀନତା ଓ ଉପଯୁକ୍ତ ତଦାରଖ ଅଭାବରୁ କୋଲନରା ବ୍ଲକ ରେ ଏହି ଯୋଜନା ବାଟବଣା ହୋଇଥିବା ପରି ମନେ ହେଉଛି। ବିଦ୍ୟାଳୟ କୁ ଯୋଗେଇ ଦିଆ ଯାଉଥିବା ଚାଉଳ ବସ୍ତାରେ ପଚାଶ କିଲୋଗ୍ରାମ ପରିବର୍ତ୍ତେ ଚାଳିଶି ରୁ ବାୟାଳିଶି କିଲୋ ଚାଉଳ ରହୁଛି। ପ୍ରଧାନ ଶିକ୍ଷକ ମାନେ ବାରମ୍ବାର ଅଭିଯୋଗ କରିବା ପରେ ମାଧ୍ୟ ଏହି ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନାହିଁ। ମଧ୍ୟାହ୍ନ ଭୋଜନ ବ୍ୟବସ୍ଥାର ସୁପରିଚାଳନା ପାଇଁ ଜଣେ ଏବିଇଓ ଙ୍କୁ ବ୍ଲକ୍ ନୋଡାଲ ଅଧିକାରୀ ଭାବରେ ଦାୟିତ୍ଵ ଦିଆ ଯାଇଥିଲେ ମଧ୍ୟ ସେ ନିଦା ବିଷ୍ଣୁ ସାଜିଛନ୍ତି। ଫଳରେ ପ୍ରଧାନ ଶିକ୍ଷକ ମାନେ ବାରମ୍ବାର ଅଭିଯୋଗ କରି ନିରାଶ ହୋଇଥିବା କହିଛନ୍ତି। ପିଲାଙ୍କ ସ୍ବାସ୍ଥ୍ୟକୁ ଦୃଷ୍ଟିରେ ରଖି ଅଧିକ ପୋଷଣ ଯୁକ୍ତ ଫର୍ଟିଫାଇଡ ଚାଉଳ ଯୋଗେଇ ଦିଆ ଯାଉଛି। ଏହି ଚାଉଳ ରନ୍ଧା ପରେ ପେଜ ଗାଳିବା ପାଇଁ ବାରଣ ଥିଲେ ମଧ୍ୟ ଅଧିକାଂଶ ବିଦ୍ୟାଳୟରେ ଏହାର ପେଜକୁ ଗାଳି କାଢି ଦିଆ ଯାଊଛି। ମଧ୍ୟାହ୍ନ ଭୋଜନ ନୋଡାଲ ଅଧିକାରୀ ଏହି ବିଷୟକୁ ତଦାରଖ କରିବା କଥା। ତେବେ ନିୟମିତ ପରିଦର୍ଶନ ଓ ପାଚିକା ସହାୟିକା ମାନଙ୍କ ମଧ୍ୟରେ ସଚେତନତା ଅଭାବରୁ ଏହି ପୋଷଣ ଯୁକ୍ତ ଖାଦ୍ୟ ଅକାରଣରେ ନଷ୍ଟ ହେଉଛି। କି ଭଳି ଭାବେ ଛାତ୍ର ଛାତ୍ରୀ ଙ୍କୁ ରୋଷେଇ ଖାଦ୍ୟ ଦେବୁ ବୋଲି କହିଛନ୍ତି ।ତେଣୁ ଏହି ବାଟବଣା ମଧ୍ୟାହ୍ନ ଭୋଜନ ଯୋଗାଣ ବ୍ୟବସ୍ଥାକୁ ପ୍ରଶାସନ ପକ୍ଷରୁ କେବେ ସଜଡ଼ା ହେବ ତାହା ଜଣାପଡୁନଥିବା ବେଳେ,ଏହା ଆଗକୁ ସଜଡ଼ା ନଗଲେ ଅଭିଭାବକ ମହଲରେ ଅସନ୍ତୋଷ ବୃଦ୍ଧି ପାଇବ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ଜୋର୍ ଧରିଛି।