ଯୁବ ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ଙ୍କ ନେତୃତ୍ୱ ରେ ବି ଜେ ପି ର ମିଶ୍ରଣ ପର୍ବ ଅନୁଷ୍ଠିତ ..
ଛତ୍ରପୁର(ଅରୁଣ କୁମାର ପଣ୍ଡା )ଛତ୍ରପୁର ରିକାପଲ୍ଲି ସ୍ଥିତ କଲ୍ୟାଣୀ ମଣ୍ଡପ ପରିସରରେ ଛତ୍ରପୁର ନିର୍ବାଚନ ମଣ୍ଡଳୀ ସ୍ତରୀୟ ବିଜେପିର ମିଶ୍ରଣ ପର୍ବ ଅନୁଷ୍ଟିତ ହୋଇଥିଲା ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠି ଆସ୍କା ବିଧାୟକ ସରୋଜ ପାଢୀ ଙ୍କ ଉପସ୍ଥିତିରେ ବିଜେଡି ଏବଂ ସିପିଆଇ ର ସମଥକ ପଞ୍ଚାୟତ ପ୍ରତିନିଧି ମନେ ବିଜେପି ରେ ସାମିଲ ହୋଇଥିଲେ । ୩୦୦ ରୁ ଉର୍ଦ୍ଧ ସମଥକ ଓ ପଞ୍ଚାୟତ ପ୍ରତିନିଧି ମାନଙ୍କୁ ବିଧାୟକ ମାନେ ଦଳୀୟ ଉତ୍ତରୀୟ ଓ ଟୋପି ପିନ୍ଧାଇ ବିଜେପିରେ ସାମିଲ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୂଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କ ନେତୃତ୍ଵକୁ ସମ୍ମାନ ଜଣାଇ ବିଧାୟକ କୃଷ୍ଣଚନ୍ଦ୍ର ନାୟକଙ୍କ ଜରୀଆରେ ମିଶ୍ରଣ ପର୍ବରେ ସାମିଲ ହୋଇଥିବା ବିଜେଡି ଓ ସିପିଆଇ ସମଥକ୍ ମାନେ ବିଜେପି ରେ ଯୋଗଦେବା ଘୋଷଣା କରିଥିଲେ । ଆଜିର ମିଶ୍ରଣ ପର୍ବରେ ଛତ୍ରପୁର ବ୍ଲକ୍ ଉପାଧ୍ୟକ୍ଷା ସ. ସାରଦା ରେଡ୍ଡୀ , ବଡ଼ ମାଧପୁର ସରପଞ୍ଚ ଅର୍ଚ୍ଚନା କୁମାରୀ ସେଠି , ପୂର୍ବତନ ଜିଲ୍ଲାପରିଷଦ ଏସ୍ କିଶୋର ଚନ୍ଦ୍ର ରେଡ୍ଡୀ , ପୋଡ଼ାପଦର ସରପଞ୍ଚ ସୁଜାତା ଦାସ , ନରେନ୍ଦ୍ରପୁର ସରପଞ୍ଚ ଜ୍ୟୋତି ସାହୁ, ସମିତି ସଭ୍ୟ ବି ସୋନାଲି ସେନାପତି , ପୂର୍ବତନ ସମିତି ସଭ୍ୟ ଜ୍ୟୋତି ରଞ୍ଜନ ସାହୁ ,ଲକ୍ଷ୍ମୀପୁର ସମିତି ମେମ୍ବର ଏନ ରମେଶ ରେଡ୍ଡୀ, ଅଗସ୍ତିନୂଆଗାଁ ସରପଞ୍ଚ ଉର୍ମିଳା ଦାସ, ବାପି ଦାସ, ମହାନାଦପୁର ସମିତି ସଭ୍ୟ ସୁନୀତା ବେହେରା , ପୁର୍ବତନ ସରପଞ୍ଚ ଅଶୋକ ପାଣିଗ୍ରାହି, ବିପୁଳୀଙ୍ଗ ପଞ୍ଚାୟତ ପୂର୍ବତନ ସରପଞ୍ଚ ନରସିଂହ ରେଡ୍ଡୀ, ପୂର୍ବତନ ସମିତି ସଭ୍ୟ ଜୟଦେବ ଲେଙ୍କା, ସୁକାନ୍ତ ନାହାକ, କୃଷ୍ଣ ଚନ୍ଦ୍ର ପାଣିଗ୍ରାହୀ, ଅରୁଣ କୁମାର ପଣ୍ଡା,କାମରାଜୁ ଖୁଣ୍ଟିଆ , ଚମାଖଣ୍ଡି ପଞ୍ଚାୟତ ସିପିଆଇ ବରିଷ୍ଠ ନେତା ଏନ ଦୃଯ୍ୟଧନ ରେଡ୍ଡୀ , ବଉଳଗାଁ ସମିତି ମେମ୍ବର ରାମଚନ୍ଦ୍ର ପରିଡ଼ା, ଶ୍ରୀରାମଚନ୍ଦ୍ରପୁର ନାରାୟଣ ପ୍ରଧାନ ଓ ଗଞ୍ଜାମ ବ୍ଲକ୍ ହୂମା ସରପଞ୍ଚ ପ୍ରତିନିଧି ସୁଦାମ ଚରଣ ଦାସ ସମେତ ବହୁ ନେତୃବୃନ୍ଦ ବିଜେପିରେ ଯୋଗଦାନ କରିଥିଲେ ।