February 3, 2025
Share

 

୧-ମାଘ ସପ୍ତମୀରେ ଚନ୍ଦ୍ରଭାଗା ବୁଡ଼ ପାଇଁ ଟ୍ରାଫିକ କଟକଣା ଜାରି, ଆଜି ଦିନ ୧୨ଟାରୁ ଫେବୃଆରୀ ୪ ତାରିଖ ସକାଳ ୮ ପର୍ଯ୍ୟନ୍ତ ଯାନବାହନ ଚଳାଚଳ ନିୟନ୍ତ୍ରଣ କରାଯିବ।

 

୨-ବନ୍ଦ ହେବ ଆମ ଓଡ଼ିଶା, ନବୀନ ଓଡ଼ିଶା ! ଖର୍ଚ୍ଚ ହିସାବ ଖୋଜିଲେ ସରକାର।

 

୩-ବାଲେଶ୍ଵର:ଆକାଶ ମାର୍ଗରେ ପ୍ରତିରକ୍ଷା ବ୍ୟବସ୍ଥା, କ୍ଷେପଣାସ୍ତ୍ରର ତିନି ଥର ପରୀକ୍ଷାମୂଳକ ଉଡାଣ ସଫଳ।

 

୪-ପୁରୀ: ବାଲୁଖଣ୍ଡ ଅଭୟାରଣ୍ୟ,୨ମାସରେ ୯ କୃଷ୍ଣସାର ମୃଗଙ୍କ ଅକାଳ ମୃତ୍ୟୁ।

 

୫-ପୁରୀ: ଚଳିତ ବର୍ଷ ଶ୍ରୀକ୍ଷେତ୍ରରେ ରଥ ନିର୍ମାଣ ପାଇଁ ରଥକାଠ ହେଲା ଅନୁକୂଳ।

 

୬-ମାଘରେ ୩୪ ଟପିଲା ଭୁବନେଶ୍ୱର ତାପମାତ୍ରା, ଆଗକୁ ହୋଇପାରେ ଅସମ୍ଭାଳ।

 

୭-ମହିଳାଙ୍କ ପାଇଁ ଆସିଲା ଖୁସିଖବର, ଫେବୃଆରୀ ୮ ରେ ମିଳିବ ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା।

 

୮-ଅନଲାଇନ୍ ବେଟିଂ ଗେମର ପର୍ଦ୍ଦାଫାସ କଲା ବଲାଙ୍ଗୀର ପୋଲିସ; ୫ ଅଭିଯୁକ୍ତ ଗିରଫ, ଜବତ ହେଲା ୧୮ ମୋବାଇଲ ସହ ୩ ଲ୍ୟାପଟପ୍‌।

 

୯-ପାଟଣାଗଡ଼,ପାଢ଼େଲ ଗାଁ:ଖେଳିବା ବେଳେ ଫୁଟିଗଲା ମୋବାଇଲ ବ୍ୟାଟେରୀ, ଦୁଇ ଶିଶୁ ଗୁରୁତର।

 

୧୦-ବାରବାଟୀ ଦିନିକିଆ ପାଇଁ ଅନଲାଇନରେ ଟିକେଟ୍ ବିକ୍ରି ଆରମ୍ଭ ହେଉ ହେଉ ଅଧଘଣ୍ଟା ଭିତରେ ସରିଗଲା ।

 

୧୧-ପାଟଣାଗଡ଼:ଓଡ଼ିଶାରୁ ଛେଳି ଚୋରି, ଛତିଶଗଡରୁ ଗିରଫ ସହ ୭ ଛେଳି ଉଦ୍ଧାର।

 

୧୨-ବର୍ଣ୍ଣବୋଧର ନୂଆ ଶୋଭନ ସଂସ୍କରଣକୁ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ, କହିଲେ ବର୍ଣ୍ଣବୋଧରେ ବିଲେଇ ଆସିବା ପୂର୍ବରୁ ହରିଣ ଥିଲା।

 

୧୩-କଳାହାଣ୍ଡି:ଦୁଆରସନୀଠାରେ ମହୁମାଛି ଆକ୍ରମଣରେ ୧୫ ଛାତ୍ରଛାତ୍ରୀ ଅସୁସ୍ଥ, ସରସ୍ୱତୀ ପୂଜା ଚାଲିଥିବା ବେଳେ ହେଲା ଆକ୍ରମଣ।

 

୧୪-ନାକ୍ ରେଟିଂ କେଳେଙ୍କାରୀ,ସମ୍ବଲପୁର ବିଶ୍ବବିଦ୍ୟାଳୟର ଜଣେ ପ୍ରଫେସରଙ୍କ ସହ ୧୦ ଜଣଙ୍କୁ ବାନ୍ଧିଛି CBI ।

 

୧୫-ମୁମ୍ବାଇ:ଇଂଲଣ୍ଡର ଶୋଚନୀୟ ପରାସ୍ତ, ଟି-୨୦ ଶୃଙ୍ଖଳା ଜିତିଲା ଭାରତ।

 

୧୬-ନୂଆଦିଲ୍ଲୀ:ବରଯାତ୍ରୀଙ୍କ ସହ ମିଶି ଜ୍ବାଇଁ ନାଚିଲେ ଚୋଲି କେ ପିଛେ କ୍ୟା ହୈ । ରାଗିଗଲେ ଶ୍ବଶୁର , ଭାଙ୍ଗିଦେଲେ ବାହାଘର।

 

୧୭-ରାୟପୁର : ଛତିଶଗଡରେ ବାର୍ଡ ଫ୍ଲୁ ଆତଙ୍କ,୧୭ ହଜାର କୁକୁଡା ଏବଂ ୧୨୦୦୦ ଚିଆଁକୁ ହତ୍ୟା।

 

୧୮-ନୂଆ ଦିଲ୍ଲୀ:ଅଣ୍ଡର-୧୯ ମହିଳା ଟି-ଟ୍ବେଣ୍ଟି ବିଶ୍ବକପ୍‌ ଟ୍ରଫି ଜିତିଲା ଭାରତ।

 

୧୯-ଅହମଦାବାଦ:ଭୟଙ୍କର ସଡ଼କ ଦୁର୍ଘଟଣା; ୩୫ ଫୁଟ୍ ଖାଇକୁ ଖସିଲା ବସ୍, ୭ ମୃତ।

 

୨୦-କାନାଡା, ମେକ୍ସିକୋ ଏବଂ ଚୀନ ଉପରେ ଟାରିଫ୍‌ ବୃଦ୍ଧି କଲେ ଟ୍ରମ୍ପ; ପ୍ରଭାବିତ ହେବେ ଏକାଧିକ କାର୍ କମ୍ପାନି।

 

*🙏 ସୁପ୍ରଭାତ, ଗୁଡମର୍ଣିଂ 🙏*