November 23, 2024

ମାଘ ମେଳା ପାଇଁ ଯୋରନ୍ଦା ଚଳ ଚଞ୍ଚଳ …

Share

ଯୋରନ୍ଦା,, ବିଶ୍ବ ପ୍ରସିଦ୍ଧ ଢେଙ୍କାନାଳ ର ମହିମା ଧର୍ମ ପୀଠ ଯୋରନ୍ଦା ର ମାଘ ମେଳା ଲାଗି ଚଳ ଚଞ୍ଚଳ ହୋଇ ଉଠିଛି ମହିମା ପୀଠ ଯୋରନ୍ଦା । ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ହଜାର ହଜାର ଭକ୍ତ ଦୂର ଦୁରାନ୍ତରୁ ମହିମା ଗୋସାଇଁ ଙ୍କ ସାନିଧ୍ୟ ଲାଭନେଇ ପହଞ୍ଚି ଛନ୍ତି ଯୋରନ୍ଦା ରେ । ଶନିବାର ଦିନ ଚତୁର୍ଦ୍ଦଶୀ ଥିବାରୁ ସନ୍ଧ୍ୟାରେ ଝାଡ ଦୀପ ଜଳିବା ସହ,ଶୂନ୍ୟ ମନ୍ଦିର , ଗାଦୀ ମନ୍ଦିର,ଧୁନି ମନ୍ଦିର,ନୀତି ମନ୍ଦିର ଆଦିରେ ନୀତି ସମ୍ପାଦାନ ଲାଗି ଶୁକ୍ରବାର ଦିନ ବକଳଧାରି ମହିମା ସମାଜ ର ସଭାମଣ୍ଡପ ରେ ମହିମା ସମାଜର ସଭାପତି ବ୍ରହ୍ମ ଅବଧୂତ ଶୁକଦେବ ବାବା ଙ୍କ ଅଧ୍ୟକ୍ଷମତାରେ ଏକ ସ୍ୱତନ୍ତ୍ର ବୈଠକ ବସି,ମନ୍ଦିର ନୀତି କାର୍ଯ୍ୟରେ କେଉଁ ସାଧୁ ମାନେ ନିୟୋଜିତ ରହିବେ ସେ ବିଷୟରେ ନିଷ୍ପତି ନିଆଯିବା ସହ,ବହୁ ଗୁରୁ୍ତପୂର୍ଣ୍ଣ ବିଷୟ ଆଲୋଚନା କରାଯାଇ କେତେକ ପ୍ରସ୍ତାବ ଗ୍ରୁହିତ ହୋଇ ଅଛି । ଅପର ପକ୍ଷରେ, ଚତୁରର୍ଦଶି ତିଥିରେ ମନ୍ଦିର ଗୁଡ଼ିକ ନୀତିରେ ଯେଉଁ ସରଞ୍ଜାମ ଗୁଡ଼ିକ ଦରକାର ହେବ ତାହା ସବୁ ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ,ଯୋଗାଇ ଦିଆ ଯାଇଥିବା ବେଳେ, ମହିମା ଧୋନି ଓ ଭକ୍ତ ମାନଙ୍କର ଖଞ୍ଜଣି ଭଜନ ରେ ମନ୍ଦିର ପରିସର ଗୁଡ଼ିକ ସତ ମୁଖର ହୋଇ ଉଠିଛି । ପଦ୍ମଚରଣ ବାବା,ନରୋତ୍ତମ ବାବା,ମୁରଲୀ ବାବା, ନକୁଳ ବାବା,ଗୋକୁଲା ନନ୍ଦ ବାବା, ଜୟରାମ ବାବା,ନିତ୍ୟାନନ୍ଦ ବାବା,ଆଦି ବହୁ ସାଧୁ ସନ୍ୟାସୀ ମାନେ, ଗାଦିର ସମସ୍ତ ନୀତି କାନ୍ତି ସହ , ଦୁର ଦୁରାନ୍ତାରୁ ଆସିଥିବା ଯାତ୍ରୀ ବା ଭକ୍ତ ମାନେ କିପରି ଯୋରନ୍ଦା ମାଘ ମେଳାରେ ସାମିଲ ହୋଇ ଭଲଭାବେ ଫେରିଯିବେ,ସେଥିପ୍ରତି ତୀକ୍ଷ୍ମ ନଜର ରଖିବା ସହ ଭକ୍ତ ମାନେ,ରହୁଥିବା ଆଶ୍ରମ ଗୁଡ଼ିକ ରେ ପହଞ୍ଚି ସେମାନଙ୍କର ଭଲ ମନ୍ଦ ବୁଝୁ ଥିବାର ଦେଖା ଯାଇଛି । ଢେଙ୍କାନାଳ ଜିଲ୍ଲା ପ୍ରଶାସନ ତରଫରୁ,ଶାନ୍ତି ଶୃଙ୍ଖଳା ରକ୍ଷା ଲାଗି,ବ୍ୟାପକ ପୋଲିସ ମୁତୟନ ହୋଇଥିବା ବେଳେ,ସ୍ୱାସ୍ତ,ପାନୀୟଜଳ,ପୋଲିସି କଣ୍ଟ୍ରୋଲ ରୁମ୍ ଆଦି ଖୋଲା ଯାଇ,ପ୍ରଶାସନ ତରଫରୁ ଯାତ୍ରା ଶୃଙ୍ଖଳିତ ଲାଗି,ସ୍ଵତନ୍ତ୍ର ନଜର ରଖା ଯାଇଅଛି। ଭିକ୍ଷା ଭଣ୍ଡାର ରେ ଆଜି ଅପରାହ୍ନ ରେ ଏକ ହଜାରରୁ ଉର୍ଦ୍ଧ ସାଧୁ ସନ୍ଥ,ଭକ୍ତ ଆଦି ଭିକ୍ଷା କରିଥିବା ବେଳେ,ପୁରୀ ଜିଲ୍ଲା ର ଅସ୍ତରଙ୍ଗ,,ନିମାପଡ଼ା,କାକଟପୁର,ଚାରିଛକ୍,କଟକ ଜିଲ୍ଲାର,ନିଆଳି,ସହ ସୁନ୍ଦରଗଡ ର ହେମଗିରି,ଲେଫରିପଡ଼ା ଆଦି ଅଞ୍ଚଳ ରୁ ଆସିଥିବା ପାଞ୍ଚଶହ ଭକ୍ତଙ୍କୁ ସୁବାସିନି ପ୍ରଧାନ,ଭକ୍ତ କୁନ୍ତଳା ପ୍ରଧାନ,ରମେଶ ଚନ୍ଦ୍ର ସେଠୀ,ଦୁର୍ଯୋଧନ ନାୟକ,ରାଜକିଶୋର ପରିଡ଼ା,ଦୁଃଶାସନ ନାୟକ,ଅନ୍ତର୍ଯ୍ୟାମୀ ଖୁଣ୍ଟିଆ,ପୁରସ୍ତମ ଦାସ ,କେଶବ ଭୋଇ ରଞ୍ଜୁ ବସ୍ଥିଆ, ପ୍ରଭୁତି ମାଗଣା ଖାଦ୍ୟ ପରିବେଷଣ କରିଛନ୍ତି । ଭକ୍ତ ମାନଙ୍କୁ ଅହ୍ମୁଣିଆ ଭୋଗ ଦିଆଯିବ ବୋଲି,ମହିମା ଗାଦି ସୂତ୍ରରୁ ଜଣାପଡିଛି ।
ଦୁଃଶାସନ ନାୟକ,ଙ୍କ ରିପୋର୍ଟ ।