୨୦୦୦ ମସିହା ମାଟ୍ରିକ ବ୍ୟାଚର ରୌପ୍ୟ ଜୟନ୍ତୀ ବନ୍ଧୁମିଳନ
ବୋଲଗଡ,୩/୧(ଉପାନ୍ତ ଖବର) ବୋଲଗଡ ଶିକ୍ଷା ବ୍ଲକ ଅନ୍ତର୍ଗତ ବୋଲଗଡ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ୨୦୦୦ମସିହା ମାଟ୍ରିକ ବ୍ୟାଚର ରୌପ୍ୟ ଜୟନ୍ତୀ ବନ୍ଧୁମିଳନ ବାସନ୍ତୀ ମହାନ୍ତିଙ୍କ ଆବାହକତ୍ୱରେ ସ୍ଥାନୀୟ ନନ୍ଦିଘୋଷ ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଅଛି l ଏହି ବନ୍ଧୁମିଳନ ଉତ୍ସବରେ ମୁଖ୍ୟ ଅତିଥିଭାବେ ଶିକ୍ଷୟିତ୍ରୀ ମୀରାମଞ୍ଜରୀ ସାହୁ ଓ ସମ୍ମାନିତ ଅତିଥିଭାବେ ଶିକ୍ଷକ ବିରଞ୍ଚି ନାରାୟଣ ଚହଟ ରାୟ,ଦାଶରଥି ପଣ୍ଡା ପ୍ରମୁଖ ଯୋଗଦେଇଥିଲେ l ସମସ୍ତ ଅତିଥିମାନେ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ଫୁଲ,ଚନ୍ଦନ ଧୂପ,ଦୀପ ଦେଇ ଏହାକୁ ଶୁଭ ଉଦଘାଟନ କରିଥିଲେ l ସମସ୍ତ ପୁରାତନ ଛାତ୍ରୀମାନେ ମଣିଷ ଗଢ଼ା କାରଖାନାର ବିନ୍ଧାଣୀ ସ୍ୱରୂପ ଅବସରପ୍ରାପ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କୁ ପୁଷ୍ପ ଗୁଚ୍ଛ,ଉତ୍ତରୀୟ ଓ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ l ଏହି ପୁରାତନ ଛାତ୍ରୀ ବନ୍ଧୁମିଳନ ଉତ୍ସବରେ ୨୦୦୦ମସିହା ମାଟ୍ରିକ ବ୍ୟାଚର ପାଠ ପଢ଼ୁଥିବା ୧୦୦ରୁ ଉର୍ଦ୍ଧ ଛାତ୍ରୀମାନେ ଯୋଗଦେଇ ପରସ୍ପର ମଧ୍ୟରେ ଭାବର ଆଦାନ ପ୍ରଦାନ କରିବା ସଙ୍ଗେ ସଙ୍ଗେ ପୁରୁଣା ସ୍ମୃତିକୁ ଉଜ୍ଜୀବିତ କରିଥିଲେ l ସମସ୍ତ ଛାତ୍ରୀମାନଙ୍କ ଦ୍ୱାରା ମନୋରଞ୍ଜନ ଧର୍ମୀ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା l ସମସ୍ତ କାର୍ଯ୍ୟକ୍ରମକୁ ଛାତ୍ରୀ ପ୍ରଥମା ପ୍ରିୟଦର୍ଶିନୀ ମଞ୍ଚ ପରିଚାଳନା କରି ସଂଯୋଜନା କରିଥିଲେ l ଏହି ବନ୍ଧୁମିଳନ ଉତ୍ସବରେ ସମସ୍ତ ଛାତ୍ରୀମାନଙ୍କର ପରିବାର ବର୍ଗ ଯୋଗଦେଇଥିଲେ l ପରିଶେଷରେ ଛାତ୍ରୀ ରୋଜାଲିନୀ ସୁବୁଦ୍ଧି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l
ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।
