ଆଜିର ଖବର…
୧-ଗଞ୍ଜାମ,ହିଞ୍ଜଳକୁଦା ଉନ୍ନୀତ ଉଚ୍ଚ ବିଦ୍ୟାଳୟ:ନବମ ଶ୍ରେଣୀ ଛାତ୍ର ବବୁଲ ଗୈ।ଡ଼ ନିର୍ମାଣ କଲେ ସୈ।ର ତଲାରୀ।
୨-ଓଡ଼ିଶାରେ ପହଞ୍ଚିଲା ଡବଲ ଡେକର ବସ୍, ମହାରାଷ୍ଟ୍ରରୁ ଆସିଥିବା ବସ୍ ବ୍ରହ୍ମପୁରରେ ପହଞ୍ଚିଲା।
୩-ଶ୍ରୀଜୀଉଙ୍କୁ ଦର୍ଶନ କଲେ ନବ ନିଯୁକ୍ତ ରାଜ୍ୟପାଳ, ଆଜି ପୂର୍ବାହ୍ନ ୧୦.୧୫ରେ ନେବେ ଶପଥ।
୪-ଭୁବନେଶ୍ୱର: ବରଗଡ଼ ଅଞ୍ଚଳରେ ନକଲି ସିମେଣ୍ଟ କାରଖାନା,୫୦୦ରୁ ଅଧିକ ସିମେଣ୍ଟ ବସ୍ତା ଜବତ,୨ ଗିରଫ।
୫-ଭୁବନେଶ୍ୱର ବରମୁଣ୍ଡା, ବିଜୁପଟ୍ଟନାୟକ ଖେଳ ପଡିଆରେ ଆଜି ଠାରୁ ଆରମ୍ଭ ହେବ କୃଷି ଓଡ଼ିଶା-୨୦୨୫, ସାରା ରାଜ୍ୟରୁ ୧୫ ହଜାର ଚାଷୀ ଯୋଗଦେବେ।
୬-ଗ୍ରାଉଣ୍ଡରେ ବର୍ଷା ଜନିତ ଫସଲ କ୍ଷୟକ୍ଷତି ଦେଖିଲେ ନବୀନ, କ୍ଷତିପୂରଣ ଦେବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ।
୭-ଭିଜିଲାନ୍ସ ଜାଲରେ, କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଡାକ୍ତରଖାନାର କାର୍ଯ୍ୟରତ ସୁପରଭାଇଜର, ଜନ୍ମ ମୃତ୍ୟୁ ପ୍ରମାଣ ପତ୍ର ପାଇଁ ନେଉଥିଲେ ଲାଞ୍ଚ।
୮-ଜାନୁଆରୀ ୬ରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି, ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ମୁଖ୍ୟମନ୍ତ୍ରୀ ବ୍ୟସ୍ତ ରହିବାକୁ ଥିବାରୁ ସେହିଦିନ ବନ୍ଦ ରହିବ ଜନଶୁଣାଣୀ।
୯-ଆଉ ମାଳ ମାଳ ପ୍ରେସକ୍ରିପସନ ଧରିକି ବୁଲିବେ ନାହିଁ ରୋଗୀ, ଖୁବଶୀଘ୍ର ରାଜ୍ୟରେ ଲାଗୁ ହେବ “ଆଭା” କାର୍ଡ।
୧୦-ଜାନୁଆରୀ ୫ରୁ ଇଡକୋ ପ୍ରଦର୍ଶନୀ ପଡ଼ିଆଠାରେ ଅନୁଷ୍ଠିତ ହେବ ରାଜ୍ୟସ୍ତରୀୟ ଆଦିବାସୀ ମେଳା, ୧୨ ଦିନ ଧରି ଚାଲିବ।
୧୧-ରାଜ୍ୟକୁ ଫେରିଲା ଶୀତ; ୪ ଯାଏଁ ଆହୁରି ବଢିବ ଶୀତ, ୮ ସହରରେ ୧୦ ଡିଗ୍ରୀ ତଳେ ରାତି ତାପମତ୍ରା।
୧୨-ବଣ୍ଟି-ବବଲୀ ଯୋଡି ଠକେଇ ମାମଲା, ଦୁଇ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବ କମିଶନରେଟ୍ ପୋଲିସ।
୧୩-ଭୁବନେଶ୍ୱର:ବଢିଲା ସ୍ୱାଧୀନତା ସଂଗ୍ରାମୀଙ୍କ ଭତ୍ତା, ୧୦ ହଜାରରୁ ୨୦ ହଜାର ଟଙ୍କାକୁ ବୃଦ୍ଧି ହେଲା ପେନସନ।
୧୪-ଗ୍ରାଣ୍ଡ ରିଂ ରୋଡ ନିର୍ମାଣ ନେଇ ମନ୍ତ୍ରୀ ପୃଥ୍ୱିରାଜ ହରିଚନ୍ଦନ ସୂଚନା,ମାଲକାନଗିରି ମୋଟୁରୁ ମୟୂରଭଞ୍ଜ ତିରିଂକୁ ଯୋଡ଼ିବ ଏହି ରାସ୍ତା, ଖର୍ଚ୍ଚ ହେବ ୯୧ ହଜାର କୋଟି।
୧୫-ନୀଳଗିରି,ବାଣପୁର ଗାଁରେ ନିଜ ଘରେ ନିଆଁ ଲଗାଇ ଦେଲେ ନିଶାସକ୍ତ ୨ ଭାଇ।
୧୬-ଆଇଏଏସ ସ୍ତରରେ ଅଦଳବଦଳ, ବଦଳିଲେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଅରିନ୍ଦମ ଡାକୁଆ।
୧୭-ବ୍ରହ୍ମପୁର:ଅପମିଶ୍ରିତ ଅଦାରସୁଣ ପେଷ୍ଟ ୟୁନିଟ ଠାବ, ୧୪ଟି କଣ୍ଟେନର ଜବତ।
୧୮-ନିର୍ବାଚନ ଅଧିକାରୀ ନିଯୁକ୍ତ କଲା ବିଜେପି, ଓଡ଼ିଶା ପାଇଁ ସଞ୍ଜୟ ଜୟସୱାଲଙ୍କୁ ଦାୟିତ୍ୱ।
୧୯-ପ୍ରବାସୀ ଭାରତୀୟ ଦିବସ ପାଇଁ ସଜେଇ ହେଉଛି ସ୍ମାର୍ଟସିଟି ଭୁବନେଶ୍ୱର: ଖାଲଥିବା ଅସଜଡ଼ା ସ୍ଥାନକୁ ସଜାଡ଼ିବାକୁ ନିର୍ଦେଶ, ସୌନ୍ଦର୍ଯ୍ୟକରଣ ଓ ଆଲୋକୀକରଣକୁ ଗୁରୁତ୍ବ।
୨୦-ରାସ୍ତାରେ ବୁଲିବେନି ଗାଈଗୋରୁ, ଗୋଶାଳା ସ୍ଥାପନ ପାଇଁ ସରକାର ଆର୍ଥିକ ସହାୟତା ଯୋଗାଇ ଦେବେ
୨୧-ସାଧାରଣତନ୍ତ୍ର ଦିବସ ଅବସରରେ ଦିଲ୍ଲୀରେ ଗଡିବନି ଓଡ଼ିଶାର ପ୍ରଜ୍ଞାପନ ମେଢ଼ । ଓଡ଼ିଶା ମଡେଲକୁ କେନ୍ଦ୍ରର ଖାରଜ।
୨୨-୪ ଭାରତୀୟ ଖେଳାଳିଙ୍କୁ ମିଳିବ ଖେଳରତ୍ନ ପୁରସ୍କାର:ଗୁକେସ୍ ଡି, ମନୁ ଭାକର, ହରମନପ୍ରୀତ ସିଂହ ଓ ପାରା ଆଥଲେଟ୍ ପ୍ରବୀଣ କୁମାରଙ୍କୁ ମିଳିବ ଖେଳରତ୍ନ ପୁରସ୍କାର।
୨୩-ବାଂଲାଦେଶର ହିନ୍ଦୁ ନେତା ଚିନ୍ମୟ ଦାସଙ୍କୁ ଝଟ୍କା: ପୁଣି ଜାମିନ ଆବେଦନ ଖାରଜ କଲେ ବାଂଲାଦେଶ ଅଦାଲତ।
୨୪-ବଦଳିଯିବ ବାଂଲାଦେଶ ଗଠନର ଇତିହାସ । ସ୍କୁଲ ବହିକୁ ବଦଳାଇଦେଲେ ୟୁନୁସ ସରକାର।
୨୫- ସିଡନୀ ଟେଷ୍ଟରୁ ରୋହିତ ଓହରିଲେ; ନେତୃତ୍ୱ ନେବେ ବୁମରା।
🙏 *ସୁପ୍ରଭାତ* 🙏