ଦିନିକିଆ ପ୍ରାଥମିକ ସହାୟତା ତାଲିମ ଶିବିର ଅନୁଷ୍ଠିତ
ଚିକିଟି ଶୁଭଶ୍ରୀ ପ୍ରଧାନ
ତାରିଖ -୦୨/୧୨/୨୫
ପାତ୍ରପୁର ବ୍ଲକ ସାମନ୍ତିଆପଲ୍ଲୀ ସ୍ଥିତ ଶ୍ରୀ ଭରତପତି ମହାବିଦ୍ୟାଳୟ ଠାରେ ଜାତୀୟ ସେବା ଯୋଜନା ଯୁବ ରେଡ଼କ୍ରସ ଓ ରେଡ଼ ରିବନ କ୍ଲବ ଆନୁକୁଲ୍ୟରେ ମଙ୍ଗଳବାର ଏକ ଦିନିକିଆ ପ୍ରାଥମିକ ସହାୟତା ତାଲିମ ଶିବିର ମହାବିଦ୍ୟାଳୟ ପରିସରରେ ଅଧ୍ୟକ୍ଷ ଡ଼. ଗିରଶ ଚନ୍ଦ୍ର ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି। ଶିବିରରେ ତାଲିମଦାତା ଭାବେ ଯୁବ ରେଡ଼କ୍ରସର ଜିଲ୍ଲା ଉପଦେଷ୍ଟା ତଥା ଅବସରପ୍ରାପ୍ତ ପ୍ରିନ୍ସିପାଲ ବି.ଗୋବିନ୍ଦ ରାଓ ଯୋଗଦେଇ ଦୁର୍ଘଟଣା ,ସର୍ପଘାତ ,ଅପସ୍ମାର ,ପୋଡାଜଳା,ରକ୍ତସ୍ରାବ,ହୃଦଘାତ ଆଦି ଆକସ୍ମିକ ସମୟରେ ପିଡ଼ିତଙ୍କୁ କିପରି ଆଶୁ ସହାୟତା ପ୍ରଦାନ କରାଯିବ ସେନେଇ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ କୌଶଳ ଦେଖାଇ ବୁଝାଇଥିଲେ । କାର୍ଯ୍ୟକ୍ରମରେ ଯୁବ ରେଡ଼କ୍ରସ ପ୍ରାଥମିକ ସହାୟତା ଅଧ୍ୟାପକ ସୁଧାକର ବିଷୋୟୀ ସମ୍ମାନୀୟ ଅତିଥି ଭାବେ ଶିବିରରେ ଯୋଗଦେଇ ସଂଯୋଜନା କରିଥିଲେ । ଶିବିରକୁ ଜାତୀୟ ସେବା ଯୋଜନା ସଂଯୋଜିକା ଅଧ୍ୟାପିକା ପୂର୍ଣ୍ଣପ୍ରଭା ତ୍ରିପାଠୀ ଏବଂ ଯୁବ ରେଡ଼କ୍ରସ ସଂଯୋଜକ ଅଧ୍ୟାପକ ବିଭୀଷଣ ଭୂୟାଁ ଶିବିର ପରିଚାଳନାରେ ବିଶେଷ ସହଯୋଗ କରିଥିଲେ । ଶିବିରରେ ଦେଖାଯାଇଥିବା ବିଭିନ୍ନ କୌଶଳରେ ଛାତ୍ରଛାତ୍ରୀ ମାନେ ଅଂଶଗ୍ରହଣ କରି ପ୍ରାଥମିକ ସହାୟତା ଡେମୋ କରି ଦେଖାଇଥିଲେ । ଶିବିର ପରିଚାଳନାରେ ବିଶ୍ୱରଂଜନ ପାତ୍ର, ପଦ୍ମିନୀ ବେହେରା,ସୁରଜ ରାଉଳ,ମମତା ପ୍ରଧାନ,ସଂତୋଷି ପ୍ରଧାନ,ଗୌତମ ସାହୁ,ଆଶିଷ ପାଣିଗ୍ରାହୀ,ନନ୍ଦିନୀ ଦଳେଇ ପ୍ରମୁଖଙ୍କ ସହ ଅନ୍ୟମାନେ ସହଯୋଗ କରିଥିଲେ ।
