କଲେଜ ଅଫ ଫାର୍ମାସ୍ୟୁଟିକାଲ ସାଇନସେସ ମହାବିଦ୍ୟାଳୟ ପକ୍ଷରୁ ବିଶ୍ୱ ଏଡ୍ସ ଦିବସ ପାଳନ ସହିତ ଜନସଚେତନତା ପଦଯାତ୍ରା ଅନୁଷ୍ଠିତ ହୋଇଥିଲା

ପୁରୀ କୋଣାର୍କ ବେଳାଭୂମିମାର୍ଗ ସ୍ଥିତ କଲେଜ ଅଫ ଫାର୍ମାସ୍ୟୁଟିକାଲ ସାଇନସେସ ମହାବିଦ୍ୟାଳୟ ତରଫରୁ ବିଶ୍ୱ ଏଡ୍ସ ଦିବସ ପାଳନ ଜରାଯାଇଥିଲା l ଏହି କାର୍ଯ୍ୟକ୍ରମ ପୁରୀ ଶ୍ରୀଗୁଣ୍ଡିଚା ଘର ଠାରୁ ୩୦୦ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଏକ ଜନ ସଚେତନତା ପଦଯାତ୍ରା ବାହାରି ବଳଗଣ୍ଡି ଛକ ରେ ସମାପ୍ତ କରିଥିଲେ l ଏହି ପଦଯାତ୍ରାକୁ ଏହି ପଦଯାତ୍ରାକୁ ଅନୁଷ୍ଠାନର ଅଧକ୍ଷ ପ୍ରଫେସର ଡ଼ଃ. ଅମୀୟକାନ୍ତ ମିଶ୍ର, ଚେୟାରପର୍ସନ ଅନିମା ଦାଶ, ସମ୍ମାନିତ ଅତିଥିଭାବେ ପୁରୀଜିଲ୍ଲା ମୁଖ୍ୟ ଡାକ୍ତରଖାନା ର ସହକାରୀ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ( ଭି. ବି. ଡି.) ଡ଼ଃ ବିନୋଦ ବିହାରୀ ରଥ ପ୍ରମୁଖ ଯୋଗଦାନ କରି ପଦଯାତ୍ରାକୁ ଉଦଘାଟନ କରିଥିଲେ l ଚଳିତବର୍ଷ ର ବିଷୟବସ୍ତୁ ” ଓଭରକମିଙ୍ଗ ଡିସରପସନ ଟ୍ରାନ୍ସଫରମିଙ୍ଗ ଦ ଏଡ଼ସ ରେସପସନ ” ଏହା ଉପରେ ଅତିଥିମାନେ ନିଜର ମତବ୍ୟକ୍ତ କରିବାସହିତ ଚିକିତ୍ସା କ୍ଷେତ୍ରରେ ଏଡ଼ସ ଭଳି ଦୁରାରୋଗ୍ୟର ଉପଚାରପାଇଁ ବିଭିନ୍ନ ବାଧାବିଘ୍ନକୁ କିପରି ଦୁରକରିହେବ ତାହାମଧ୍ୟ ମତବ୍ୟକ୍ତ କରିଥିଲେ ଏହି ପଦଯାତ୍ରା ରେ ଛାତ୍ରଛାତ୍ରୀ ମାନଙ୍କଦ୍ୱାରା ଏଡ଼ସ ଭଳି ମାରାତ୍ମକ ରୋଗଠାରୁ ନିଜକୁ କିପରି ଦୁରେଇ ରଖାଯାଇପାରିବ ବିଭିନ୍ନ ସ୍ଲୋଗାନ ମାଧ୍ୟମରେ ଜନଜାଗରଣ ସୃଷ୍ଟି କରାଯାଇଥିଲା l ଏହି ଜନସଚେତନ ପଦଯାତ୍ରାକୁ ଅଧ୍ୟାପିକା ସୁନିତା ମିଶ୍ର, ସ୍ବଦେଶନା ମହାନ୍ତି, ଅଧ୍ୟାପକ ଅସିତ କୁମାର ଷଡ଼ଙ୍ଗୀ, ଅନୁପ କୁମାର ପାତ୍ର ଓ ଅଫିସ ପରିଚାଳକ ସରୋଜ ବିହାରୀ ମିଶ୍ର ପରିଚାଳନା କରିଥିଲେ l
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ
