April 20, 2025

ଫସଲ ନଷ୍ଟ ନେଇ ପତ୍ର ଲେଖିଲେ ବାଙ୍କିଲି ସରପଞ୍ଚ

Share

 

କୋଲନରା :- ଧାନ ଚାଷ କରିବା ସମୟରେ ଚାଷୀମାନେ ଧାନ ତଳି ଲଗେଇବା ସହ ଧାନ ଚାଷ ର ରକ୍ଷଣାବେକ୍ଷଣ କରି ଫସଲ ଅମଳ ନେଇ ଚାଷୀ ମାନଙ୍କ ମନରେ ବହୁତ ଆନନ୍ଦ ଥିବାବେଳେ ମନ ରେ ଦୁଃଖ ହୃଦୟରେ ଯନ୍ତ୍ରଣା ଚାଷୀଙ୍କ ମୁହଁରେ ଦେଖିବାକୁ ମିଳିଛି । ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ ବାଙ୍କିଲି ଗ୍ରାମ ପଞ୍ଚାୟତ ର ୧୨ ଗୋଟି ଗ୍ରାମ ର ୧୪ ଗୋଟି ଗ୍ରାମ ର ସବୁ ଫସଲ ପୁଡ଼ିଯାଇ ଫସଲ ନଷ୍ଟ ହୋଇ ଯାଇଛି । ଏହି ସମସ୍ୟା ନେଇ ବାଙ୍କିଲି ଗ୍ରାମ ପଞ୍ଚାୟତ ସରପଞ୍ଚ କୁନି ମାଣ୍ଡ।ଙ୍ଗି ଙ୍କୁ ଚାଷୀମାନେ ନିଜର ଦୁଃଖ ଜଣେଇଥିଲେ ।ଚାଷୀ ମାନଙ୍କ ଦୁଃଖ ଶୁଣି ସରପଞ୍ଚ ମାଣ୍ଡାଙ୍ଗି ଜିଲ୍ଲା କୃଷି ଅଧିକାରୀ ଙ୍କୁ ପତ୍ର ସଂଖ୍ୟା ୩୩/୨୪ ଚାଷୀ ମାନଙ୍କ ଜମି ପୁଡ଼ିଯାଇଥିବା ଜଣେଇଛି ବୋଲି ଶ୍ରୀମତୀ ମାଣ୍ଡ।ଙ୍ଗି କହିଛନ୍ତି ।ରାଜ୍ୟ ସରକାର ଚାଷୀ ମାନଙ୍କ ବ୍ୟାଙ୍କ ଆକାଉଣ୍ଟ ରେ ଟଙ୍କା ଦେବା ନେଇ ପ୍ରଚାର ପ୍ରସାର କରୁଥିବା ବେଳେ ବିଡମ୍ବନା ର ବିଷୟ କେତେ ଚାଷୀ ମାନଙ୍କ ବ୍ୟାଙ୍କ ଆକାଉଣ୍ଟ ଠିକ ଠାକ ନ ଥିବା ବେଳେ ଗ୍ରାମ ପଞ୍ଚାୟତ କୃଷି ଅଧିକାରୀ ମାନଙ୍କ ଦେଖା ମିଳୁନଥିବା ଅଭିଯୋଗ ହୋଇଛି ।ସରକାର ଚାଷୀଙ୍କ ସବୁ ସମସ୍ୟା ବୁଝିବା ପାଇଁ ବେତନ ଦେଇ ଠିକ ରେ କାର୍ଯ୍ୟ ସମ୍ପାଦନ କରିବା ପାଇଁ ନିଯୁକ୍ତି ଦେଇଥିବା ବେଳେ ନିଜର କାର୍ଯ୍ୟ ଠିକ ରେ କରୁନ ଥିବା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି।ଏହିଭଳି ସମସ୍ୟା ଉପରେ ଦୃଷ୍ଟି ରଖି ଜିଲ୍ଲା ପ୍ରଶାସନ ଏହାର ତଦନ୍ତ କରିବା ପାଇଁ ସାଧାରଣ ରେ ଦାବି ହୋଇଛି ।

 

ରିପୋର୍ଟ :ସଞ୍ଜୀବ କଣ୍ଡାଗରୀ