ରାୟଗଡାର ସାତଜଣ ମୁଖ୍ୟ ଯୋଗ ଶିକ୍ଷକ ଭାବରେ ପ୍ରଶିକ୍ଷିତ
କୋଲନରା:- ଉତ୍ତରାଖଣ୍ଡ ହରିଦ୍ଵାର ପତଞ୍ଜଳି ଯୋଗ ପୀଠ ଠାରେ ନଭେମ୍ବର ୨୩ ରୁ ୨୭ ଯାଏ ପାଞ୍ଚ ଦିବସୀୟ ଯୋଗ ଶିବିର ଅନୁଷ୍ଠିତ ହୋଇ ଯାଇଛି। ଏହି ଶିବିର ରେ ରାୟଗଡା ଯୋଗ ଦେଇଥିବା ଯୋଗ ଶିକ୍ଷକ ମାନଙ୍କ ମଧ୍ୟ ରୁ ରାୟଗଡ ଜିଲ୍ଲା ପାଇଁ ସାତଜଣ ଙ୍କୁ ମୁଖ୍ୟ ଯୋଗ ଶିକ୍ଷକ ଭାବେ ଦାୟିତ୍ଵ ଦିଆ ଯାଇଛି। ରାୟଗଡ ଜିଲ୍ଲାରେ ଯୋଗର ପ୍ରଚାର ଓ ପ୍ରସାର ତଥା ସ୍ୱାସ୍ଥ୍ୟ ସଚେତନ ତା ସୃଷ୍ଟି ଓ ସ୍ବଦେଶୀ ବିଚାର ବିସ୍ତାର ପାଇଁ ଏମାନେ କାର୍ଯ୍ୟ କରିବେ ବୋଲି ଜଣା ପଡିଛି। ସ୍ଵୟଂ ସ୍ବାମୀ ରାମଦେବ ଙ୍କ ଦ୍ଵାରା ଏହି ଯୋଗ ଶିବିର ସଞ୍ଚାଳନ କରା ଯାଇଥିବା ବେଳେ ପ୍ରମାଣ ପତ୍ର ଓ ରୁଦ୍ରାକ୍ଷ ମାଳା ସମସ୍ତଙ୍କୁ ପ୍ରଦାନ କରା ଯାଇଥିଲା। ସେମାନଙ୍କ ମଧ୍ୟରେ ରହିଛନ୍ତି ରାୟଗଡର ବିନୟ ସ୍ବାଇଁ , ଜେକେପୁର ର ସୁଶାନ୍ତ କୁମାର ପଣ୍ଡା , କୋଲନରା ର କିଶୋର ଚନ୍ଦ୍ର ଦୋରା , ରାମନାଗୁଡା ର ରାକେଶ ବେହେରା , ଗୁଣୁପୁର ର ରବୀନ୍ଦ୍ର ଚୌଧୁରୀ ଏବଂ ରାଜେଶ ଭାଇଙ୍କୁ ଏହି ଦାୟିତ୍ବ ଦିଆଯାଇଛି ବୋଲି ପତଞ୍ଜଳି ଯୋଗ ସମିତି ର ରାୟଗଡା ପ୍ରଭାରୀ ଜୟନ୍ତ ଗୁରୁ ଙ୍କ ତରଫରୁ ସୂଚନା ମିଳିଛି। ଏଥିପାଇଁ ଯୋଗୀ ଶ୍ରୀ ଚୈତନ୍ୟ ରାମ ଏବଂ କ୍ରାନ୍ତିବାବା ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏହାର ଉପଲବ୍ଧି ରେ ରାୟଗଡା ର ବିଭିନ୍ନ ଧାର୍ମିକ ତଥା ସାମାଜିକ ଅନୁଷ୍ଠାନ ମାନଙ୍କ ରୁ ଅଭିନନ୍ଦନ ର ସୁଅ ଛୁଟିଛି।
ରିପୋର୍ଟ :- ସଞ୍ଜୀବ କଣ୍ଡାଗରୀ