ଆୟୁଷମାନ ଆରୋଗ୍ୟ ଶିବିର ଅନୁଷ୍ଠିତ
କୋଲନରା:- କୋଲନରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଆଜି ଆୟୁଷମାନ ଅରୋଗ୍ୟ ଶିବିର ଅନୁଷ୍ଟିତ ହେଇ ଯାଇଛି। ଏଥିରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ରୁ ଶିଶୁ ବିଶେଷଜ୍ଞ ଡାକ୍ତର ଯୋଗ ଦେଇଥିଲେ। ଏହି ଶିବିର ମାସକୁ ଥରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଅନୁଷ୍ଠିତ ହେଉଅଉଛି। ଅନୁଷ୍ଠିତ ଏହି ଶିବିରରେ ସମସ୍ତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଓ ସମସ୍ତ ସବ ସେଣ୍ଟର ରେ ମଧ୍ୟ ଆୟୋଜନ ସବୁ ମାସରେ କରାଯାଉଛି। ପି ଏଚ ସି ଓ ସବ ସେଣ୍ଟର ରେ ହେଉଥିବା ଶିବିର ଆୟୁଷ ଡାକ୍ତର ଙ୍କୁ ନେଇ ଆୟୋଜନ କରାଯାଉଛି। ଆଜି ଆୟୋଜିତ ଏହି ଆୟୁଷମାନ ଆରୋଗ୍ୟ ଶିବିରରେ ରାୟଗଡା ମୁଖ୍ୟ ଚିକିତ୍ସାଳୟର ଶିଶୁ ବିଶେଷଜ୍ଞ ଭେଙ୍କଟ ରାବଣା ଯୋଗଦେଇଥିବା ବେଳେ, କୋଲନରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ଆର ଦିବ୍ୟା, ତାପସ ବେହେରା, ରଶ୍ମିପ୍ରଭା ଦାସ, ପାୟଲ ମହାରଣା, ଜ୍ୟୋତିର୍ମୟୀ ପୃଷ୍ଟି, ସସ୍ମିତା ରାଉତ, ସମୀକ୍ଷା ଶ, ଦେବୀ ଗିଲା, ଫାର୍ମାସିଷ୍ଟ ପ୍ରମୋଦ କୁମାର ସାହୁ, ଏଲ ଟି ଶ୍ରୀନିବାସ ପଟ୍ଟନାୟକ, ମହିଳା ସ୍ୱାସ୍ଥ୍ୟ କର୍ମୀ ଅଞ୍ଜଳୀ ମହାନ୍ତି, ହରପ୍ରିୟା ସାହୁ, ମାଳତୀ ଶବର, ଖିରାଦ୍ଧୀ ତନୟା ଦାସ, ରାମେଶ୍ୱରୀ ପାଢ଼ୀ, ସାବିତ୍ରୀ ଦାସ, ପ୍ରଶାନ୍ତ କଣ୍ଡାଗରୀ, ଗୋବିନ୍ଦ ପେଦେଣ୍ଟି, ସୁଜିତ କୁମାର ପଣ୍ଡା, ଏସ କେ ଇସମାଇଲ ଙ୍କ ସମେତ ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ। ମୋଟ ୧୭୧ ଜଣ ଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରି ଔଷଧ ଦିଆ ଯାଇଥିବା ବେଳେ, ଗର୍ଭବତୀ ମହିଳା ୧୮ ଜଣ ଓ ଶିଶୁ ୩୮ ଜଣଙ୍କର ସ୍ୱସ୍ଥ୍ୟ ପରୀକ୍ଷା କରା ଯାଇଥିଲା। ଶିବିରକୁ ବିପିଏମ କଳ୍ପନା ମିଶ୍ର ପରିଚାଳନା କରିଥିଲେ।
ରିପୋର୍ଟ:- ସଞ୍ଜୀବ କଣ୍ଡାଗରୀ