ଉମରକୋଟ କୃଷି ବିଜ୍ଞାନ କେନ୍ଦ୍ର ପକ୍ଷରୁ ୧୯ତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ ଅନୁଷ୍ଠିତ………..
ଉମରକୋଟ:-(ଏମ୍.ଦିନା°ଶୁ ଆଚାରୀ) ଉମରକୋଟ କୃଷି ବିଜ୍ଞାନ କେନ୍ଦ୍ର ପରିସରରେ ୧୯ତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଓଡିଶା କୃଷି ଓ ବୈଷୟିକ ବିଶ୍ଵ ବିଦ୍ୟାଳୟର କୃଷି ସମ୍ପ୍ରସାରଣ ଶିକ୍ଷା ନିର୍ଦ୍ଦେଶାଳୟ ଯୁଗ୍ମ ନିର୍ଦ୍ଦେଶକ ପ୍ରଫେସର ଡଃ ପ୍ରଶାନ୍ତ କୁମାର ମହାନ୍ତି ଯୋଗଦେଇ ଅଧ୍ୟକ୍ଷତା କରିଥିଲେ। କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଓ ମୁଖ୍ୟ ଡଃ ଶଶାଙ୍କ ଲେଙ୍କା କୃଷି ବିଜ୍ଞାନ କେନ୍ଦ୍ରର ବାର୍ଷିକ ବିବରଣୀ ପାଠ କରିବା ସହ ଆଗାମୀ ବର୍ଷର କାର୍ଯ୍ୟକ୍ରମ ଖସଡ଼ା ସମ୍ପର୍କରେ ବର୍ଣ୍ଣନା କରିଥିଲେ ।
ଓଡିଶା କୃଷି ଓ ବୈଷୟିକ ବିଶ୍ଵ ବିଦ୍ୟାଳୟର କୃଷି ସମ୍ପ୍ରସାରଣ ଶିକ୍ଷା ନିର୍ଦ୍ଦେଶକ ପ୍ରଫେସର ଡଃ ପ୍ରସନ୍ନଜିତ ମିଶ୍ର, ଭାରତୀୟ କୃଷି ଅନୁସନ୍ଧାନ ପରିଷଦ ଅଟ୍ଟାରୀ କଲିକତାର ପ୍ରଧାନ ବୈଜ୍ଞାନିକ ଡଃ ଅଭିଜିତ ହାଲଦାର ଆଭାସୀ ମାଧ୍ୟମ ରେ ଯୋଗଦାନ କରିଥିଲେ। ଏଥିରେ ଓଡିଶା କୃଷି ଓ ବୈଷୟିକ ବିଶ୍ଵ ବିଦ୍ୟାଳୟର କୃଷି ସମ୍ପ୍ରସାରଣ ଶିକ୍ଷା ନିର୍ଦ୍ଦେଶାଳୟ ଉପ ନିର୍ଦ୍ଦେଶକ ଡଃ ଅମିତ୍ ଫଙ୍ଗଲଶା, ସେମିଳିଗୁଡା ଆଂଚଳିକ କୃଷି ଗବେଷଣା କେନ୍ଦ୍ରର ସହକାରୀ ନିର୍ଦ୍ଦେଶକ ଗବେଷଣା ଡଃ ପର୍ଶୁରାମ ସିୟାଲ ,ମୃତ୍ତିକା ସଂରକ୍ଷଣ ପ୍ରକଳ୍ପ ନିର୍ଦ୍ଦେଶକ ଚକ୍ରଧର ମିଶ୍ର , କେବିକେ ମାଲକାନଗିରି ମୁଖ୍ୟ ବୈଜ୍ଞାନିକ ଡଃ ଦେବୀପ୍ରସାଦ ଦାସ , କେବିକେ କୋରାପୁଟ ମୁଖ୍ୟ ବୈଜ୍ଞାନିକ ଡଃ ବିଶ୍ଵନାଥ ସାହୁ, ନବରଙ୍ଗପୁର ଲିଡ୍ ବ୍ୟାଙ୍କ୍ ମ୍ୟାନେଜର ଗୋପାଳ ପଣ୍ଡା ଯୋଗଦେଇ ସୁଚିନ୍ତିତ ମତାମତ ଓ ଉପଦେଶ ଦେଇଥିଲେ । ଏହି ଜିଲ୍ଲାର ଅଗ୍ରଣୀ ଚାଷୀ ପ୍ରତିନିଧି ପ୍ରମୁଖ ଯୋଗ ଦେଇ ନିଜର ମତ ରଖିଥିଲେ। ଏହି ଅବସରରେ ତ୍ରୟ ମାସିକ କୃଷି ଭତ୍ତିକ ସମାଚାର ପତ୍ରିକା ସବୁଜ ସାଥୀ, ବର୍ଷା ଦିନିଆ ପିଆଜ ଚାଷ, ବୈଜ୍ଞାନିକ ପଦ୍ଧତିରେ ସୁଗନ୍ଧିତ ଧାନ ଚାଷ, ଛତୁ ଚାଷ ଆଦି ଉପାଦେୟ ପୁସ୍ତକ ଉନ୍ମୋଚନ ହୋଇଥିଲା ।ବୈଠକରେ କୃଷି ବିଜ୍ଞାନ କେନ୍ଦ୍ରର ବିଶେଷଜ୍ଞ ରୁଦ୍ର ପ୍ରସନ୍ନ ମହାଳିକ, ବୀଣାପାଣି ତରିଆ, କୃଷି ଯନ୍ତ୍ରପାତି ଇଂ ସ୍ଵାଗତିକା ମଲ୍ଲିକ ପ୍ରମୁଖ ଯୋଗଦେଇ ଉନ୍ନତ ମାନର ବିହନ ଅମଳ ସହ ଫସଲର ରୋଗ ପୋକ ନିୟନ୍ତ୍ରଣ ପରିଚାଳନା, ମାଣ୍ଡିଆ ଚାଷର ସମ୍ପ୍ରସାରଣ ଆଦି ବିଷୟରେ ଆଲୋଚନା କରିଥିଲେ । କୃଷି ବିଜ୍ଞାନ କେନ୍ଦ୍ରର ସମସ୍ତ ବୈଜ୍ଞାନିକ ଓ କର୍ମଚାରୀ ବୈଠକ ରେ ଅଂଶ ଗ୍ରହଣ କରି କାର୍ଯ୍ୟକ୍ରମକୁ ସଫଳ କରିଥିବା ବେଳେ ବୈଜ୍ଞାନିକ ପରିତୋଷ ମୁର୍ମୁ ଧନ୍ୟବାଦ ଅର୍ପଣ କରିଥିଲେ। ଶେଷରେ ସମସ୍ତ ଅଧିକାରୀ ଓ ଚାଷିଙ୍କୁ ନେଇ କୃଷି ବିଜ୍ଞାନ କେନ୍ଦ୍ର ପରିସରର କ୍ଷେତ୍ର ପରିଦର୍ଶନ କରିଥିଲେ। ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ କେବିକେ ର ରତି ରଞ୍ଜନ ବେହେରା ଓ ବିନୁ ବିନାୟକ ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ।