April 20, 2025

ଉମରକୋଟ ପେଣ୍ଡ୍ର।ଣୀ ମହାବିଦ୍ୟାଳୟ ଠାରେ ଏଡ଼ସ ସଚେତନ ଦିବସ ପାଳିତ…….

Share

 

 

ଉମରକୋଟ:-(ଏମ୍.ଦିନା°ଶୁ ଆଚାରୀ) ଉମରକୋଟ ପେଣ୍ଡ୍ର।ଣୀ ମହାବିଦ୍ୟାଳୟ ଠାରେ ଯୁକ୍ତ ୩ ବିଭାଗ ର ରେଡ କ୍ରସ ୟୁନିଟ ଓ ଜାତୀୟ ସେବା ଯୋଜନା ଆଜି ବିଶ୍ବ ଏଡ଼ସ ଦିବସ ପାଳନ କରାଯାଇ ଥିଲା। ଏହି ଅବସର ରେ ଛାତ୍ର ଛାତ୍ରୀ ମାନଂକ ଦ୍ଵାରା ବକୃତା ପ୍ରତିଯୋଗୀତା ଅନୁଷ୍ଠିତ ହେବା ସହ ସଚେତନତା ନିମନ୍ତେ ଏକ ର।ଲି ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ଆୟୋଜନ କରାଯାଇଥିଲା। ମହାବିଦ୍ୟାଳୟ ର ଅଧକ୍ଷ ଡକ୍ଟର ଅନିଲ ମିଶ୍ର ଅନୁଷ୍ଠିତ ସଭା ରେ ସଭାପତିତ୍ବ କରି ଏଡ଼ସ ରୋଗ ର ଚିକିତ୍ସା କେବଳ ସଚେତନତା ଓ ସଙ୍ଗଜମତ। ଦ୍ଵାରା ହିଁ ସମ୍ଭବ ବୋଲି ମତ ଦେଇ ଥିଲେ। ନିମନ୍ତ୍ରିତ ଅତିଥି ଭାବରେ କୋଟପାଡ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ଶେଷାନନ୍ଦ ମିଶ୍ର ଯୋଗ ଦେଇ ଓଡିଶା ର ଏଡ଼ସ ସଂକ୍ରମିତ ଲୋକଙ୍କ ସ୍ଥିତି ଉପରେ ସବିଶେଷ ତଥ୍ୟ ପ୍ରଦାନ କରିଥିଲେ। ଜୀବ ବିଜ୍ଞାନ ବିଭାଗ ର ଅଧ୍ୟାପକ ଅଧ୍ୟାପକ ସମୀର ମହାନ୍ତି, ରସାୟନ ବିଜ୍ଞାନ ବିଭାଗ ର ଅଧ୍ୟାପକ ଜି. ଧର୍ମେନ୍ଦ୍ର ଏହି ରୋଗ ର ଲକ୍ଷ୍ମଣ ଓ ସଂକ୍ରମଣ ଉପରେ ଆଲୋକପାତ କରିଥିଲେ। ରେଡ କ୍ରସ୍ ସଂଯୋଜକ ଅଧ୍ୟାପକ ରାମ ଶଙ୍କର ପଟ୍ଟନାୟକ ସମଗ୍ର କାର୍ଯ୍ୟକ୍ରମ କୁ ସଂଯଜନା କରିଥିବା ବେଳେ ଜାତୀୟ ସେବା ଯୋଜନା ର ଅଧିକାରୀ ଅଧ୍ୟାପକ ଚିନ୍ମୟ କୁମାର ରାଉତ ଧନ୍ୟବାଦ୍ ପ୍ରସ୍ତାବ ଆଗତ କରିଥିଲେ।